Tuesday, February 14, 2017

ପୁରସ୍କାର

ସତରଶହ ମସିହା ମଧ୍ଯଭାଗର କଥା ।
ଏଇ କେତେମାସ ପୂର୍ବରୁ ମରାଠୀ ମାନେ
ଉତ୍କଳର କିଛି ଅଂଶ ଦଖଲ କରିନେଇଥାଆନ୍ତି ।

କୁହାଯାଏ ମୋଗଲ ରାଜତ୍ବକାଳରେ
ଓଡିଶାରେ ପ୍ରଥମଥର ପାଇଁ ମରୁଡୀ ହୋଇଥିଲା । ମୋଗଲ ମାନଙ୍କ ଦାଉ ସହି ସହି ବଞ୍ଚିଥିବା ଓଡିଆ ମାନଙ୍କ ଆଶା ଥିଲା ମରାଠୀଙ୍କ ସାହାଯ୍ୟରେ ସେମାନଙ୍କର ଉନ୍ନତି ହେବ ।
କିନ୍ତୁ ସେମାନେ ମୋଗଲଙ୍କ ଠୁଁ ମଧ୍ଯ ବଳିଗଲେ ।
ଖଣ୍ଡାଏତ ସୈନିକ ତାଙ୍କରି କଥାରେ ପଡି ଗାଁ ଗଣ୍ଡା ଲୁଟପାଟ କରୁକରୁ ଶେଷରେ ମରାଠୀ ମାନଙ୍କ ବିଶ୍ବାସଘାତକତାର ଶିକାର ହେଲେ ।

ମାଗଣା ଚାଷଜମି ସହ ଉତ୍କଳ ସମାଜରେ ତାଙ୍କ ପ୍ରତି ଥିବା ଆଦର ସମ୍ମାନ ମଧ୍ଯ ଧୂଳିସାତ୍ ହେଲା ।
ଓଡିଆ ଲୋକେ ,ଓଡିଶାର ମାଟି ଧୀରେ ଧୀରେ ଶ୍ରୀହୀନ ହୋଇ ଆସୁଥାଏ ଠିକ ଏଇ ଘଡିସନ୍ଧି କାଳଖଣ୍ଡରେ
ନାଗପୁର ରାଜାଙ୍କ ଦ୍ବାରା ପ୍ରେରିତ ଜଣେ ଶାସକଙ୍କ ଆଗମନ ଓଡିଶାକୁ ହେଲା ।

ସେ ରାଜା ଜଣକ ବଡ ବୀର ଥିଲେ ସତ କିନ୍ତୁ ତାଙ୍କର ପରମ ଧନ କାର୍ପଣ୍ଯତା ଚନ୍ଦ୍ର ମଧ୍ଯେ ଦାଗଭଳି ଅସୁନ୍ଦର ଲାଗିବାକୁ ଯଥେଷ୍ଟ ଥିଲା ।

ସେ ରାଜାଙ୍କ
ଦରବାରକୁ ଥରେ ଜଣେ ଫକୀର ଗୀତ ଗାଇବାକୁ ଯାଇଥାଏ ।

ସମସ୍ତ ରାଜକାର୍ଯ୍ୟ ଶେଷ ପରେ
ଫକୀର ପାଳି ପଡିଲା ।
ସେ ବହୁତ ଉତ୍କୃଷ୍ଟ ଗୀତ ଗାଇଲା ।
ସମସ୍ତ ରାଜକର୍ମଚାରୀ ମନ୍ତ୍ର ମୁଗ୍ଧବତ୍ ତାହାର ଗୀତ ଶୁଣୁଥିଲେ ।
ଗୀତ ଶେଷରେ କରତାଳୀ ସହ ପ୍ରଶଂସା ବାକ୍ଯରେ ସଭାଭବନ ଗୁଞ୍ଜୟମାନ ହେଉଥାଏ ।
ରାଜାଙ୍କୁ ଫକୀରର ଗୀତ ଖୁବ ଭଲ ଲାଗିଲା,
ସଙ୍ଗେ ସଙ୍ଗେ
ଘୋଷଣା କଲେ
ଏ ଗାୟକଙ୍କୁ ଅନେକାନେକ ହୀରାଲୀଳା ଦେଇ ସମ୍ମାନୀତ କରାଯାଉ ।

ଭଣ୍ଡାରଘର ରକ୍ଷକ ଗନ୍ତାଇତ ଚିନ୍ତାରେ ପଡିଲେ ।
ଏଣେ ରତ୍ନଭଣ୍ଡାରରୁ ଧନର ମଧ୍ଯ ଅଭାବ ପୂରଣ ହୋଇ ପାରୁନାହିଁ
ହୀରାଲୀଳା କାହୁଁ ଆସିବ ?

ତହୁଁ ଫକୀର ସଭାଜନଙ୍କ ଅନୁରୋଧ ରକ୍ଷାକରି ଆଉ ଏକ ଗୀତ ଗାଇଲା ।
ତାହା ମଧ୍ଯ ମନଛୁଁଆ ହେଲା ।
ରାଜା ପୁଣି ଗଦ୍ ଗଦ୍ ହୋଇ
ଘୋଷଣା କଲେ

ବାହ୍ ବାହ୍ ! ଚମତ୍କାର !!!!

ଏ ଲୋକକୁ ଏଭେ ଦଶ ସହସ୍ର ସ୍ବର୍ଣ୍ଣମୁଦ୍ରା ପ୍ରଦାନକର ।
କୋଶାଧକ୍ଷ ଗନ୍ତାଇତ ଆହୁରି ଡ଼ରିଲେ ।

ଏ ବ୍ଯକ୍ତି ଯଦି ବର୍ତ୍ତମାନ ଦଶ ହଜାର ସ୍ବର୍ଣମୂଦ୍ରା ଦିଆଯାଏ
ଏ ରାଜା ଏବଂ ରାଜ୍ଯ କାଙ୍ଗାଳ ହୋଇଯିବ !!!!

ଏଣେ
ରାଜାଙ୍କ ଅନୁରୋଧରେ ଫକୀର ଆଉ ଏକ ଗୀତ ଗାଇଲା

ଏ ଗୀତ ଆହୁରି ଭାବପୂର୍ଣ ମଧୁର ହେଲା
ରାଜାଙ୍କ ଖୁସି କହିଲେ ନ ସରେ ।।।

ପେଶଓ୍ବା ରାଜାଙ୍କ ଅମଳରେ ପୁଣି ଏଭଳି ଚିତ୍ତାକର୍ଷକ ଗାୟକ ଅଛନ୍ତି ଅଥଚ
କେହି ତାଙ୍କ ନାମ ସୁଦ୍ଧା ଜାଣି ନାହାନ୍ତି ।

ରାଜା ଭାବବିହ୍ବଳ ହୋଇ ଘୋଷଣା କଲେ
ଏଇ ଗରୀବ ଫକୀରକୁ ତୁରନ୍ତ ରାଜ୍ଯ ତରଫରୁ ଜମି ପ୍ରଦାନ କରାଯାଉ !!!

ଏତକ ଶୁଣିବା କ୍ଷଣି ଗନ୍ତାୟତ ଆଉ ସହି ପାରିଲେନି
କି ଚୁପ ରହି ପାରିଲେନି ....
ରାଜାଙ୍କ କାନରେ ଧୀରେ ଯାଇ କଣ ସବୁ କହିଗଲେ ....
ରାଜା ତହୁଁ ଅଳ୍ପ ହସି ଗନ୍ତାଇତଙ୍କୁ ପ୍ରତ୍ଯୁତ୍ତର ଦେଲେ
ଅପେକ୍ଷା କର !!!!!

ବଡ ଖୁସି ମନରେ
ଫକୀର ଘରକୁ ଫେରିଲା
ତା ଗାଁ ରେ ସେ ଏବେ
ମାହାନ୍ତୀ ଜମିଦାରଙ୍କ ଠାରୁ ମଧ୍ଯ ବଡ ଧନୀ ! ଫକୀରର ପାଦ ତଳେ ପଡୁ ନଥାଏ
କାଲି ଯେଉଁମାନେ
ତାକୁ ଛି ଛାକର କରୁଥିଲେ
ଆଜି ତା' ବିଷୟରେ ଦାଣ୍ଡରେ ବାଟରେ
ହାଟରେ ଘାଟରେ ସବୁଠିଁ ଚର୍ଚ୍ଚାରେ ବ୍ଯସ୍ତ !
ଏଇମିତି କେତେଦିନ ଗଲା
ଫକୀର ରାଜାଙ୍କ ଠାରୁ ମିଳିବାକୁ ଥିବା ରାଜସମ୍ମାନ ଏବଂ ପୁରସ୍କାରକୁ ଅନେଇ ଅନେଇ ଗୁଡାଏ ଦିନ ଗଡେଇ ସାରିଥାଏ ।
ଶେଷରେ ଗୋଟାଏ ଦିନ
ରାଜସଭାରେ ରାଜାଙ୍କୁ ଭେଟିବାକୁ ଯାଇ ନିଜ ପ୍ରାପ୍ଯ କଥା ପଚାରିଲା  .....
ହେ ଉତ୍କଳାଧିପତି ଆପଣ ମୋତେ ଯେଉଁ ସବୁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ
କାହିଁ ତହିଁରୁ କିଛି ହେଲେ ଅବଧି ମୋତେ ମିଳିନାହିଁ ?
ଦୟାକରି ଏଥିପ୍ରତି ଯଦିି ଦୃଷ୍ଟିପାତ କରନ୍ତି
ଏ ଅଧମ ପ୍ରତି ବଡ କୃପା ହୁଅନ୍ତା ।

ତା' ଶୁଣି
ରାଜା କୁଟୀଳ ହସଟାଏ ହସି
କହିଲେ
କିହୋ ଫକୀର
ଏ କିି କଥା କହୁଛ !
ମୁଁ ପୁଣି ତୁମକୁ ତୁମ ପ୍ରାପ୍ଯ ଦେଇନାହିଁ ???
ହଇହୋ ତୁମେ ଆମ୍ଭ କର୍ଣ୍ଣ କୁ ଗୀତ ଗାଇ ଖୁସି କରିଦେଇ ଥେଲ
ତେଣୁ ଆମ୍ଭେ ମଧ୍ଯ ପୁରସ୍କାର ଦେବାର ଘୋଷଣା ମାନ କରି ତୁମ୍ଭ କର୍ଣ୍ଣକୁ ମଧ୍ଯ ଖୁସି କରିଦେଇଥିଲୁ !!!!
ଏଥିରେ ତୁମ ପ୍ରତି ଆମ୍ଭର ଅନ୍ଯାୟ କୋଉଠି ହୋଇଲା ?

ରାଜାଙ୍କର ଏତାଦୃଶ ନ୍ଯାୟ ଦେଖି ଶୁଣି
ବିଚରା ଫକୀର କାନମୁଣ୍ଡା ଆଉଁସି ଘରକୁ ଫେରିଲା



No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...