Saturday, February 29, 2020

ଓଡ଼ିଶାରେ ରହୁଥିଵା ଉଚ୍ଚଶିକ୍ଷିତ କଳିଙ୍ଗୀମାନଙ୍କ ଭ୍ରମଧାରଣା ଓ ପ୍ରକୃତ ସତ୍ଯ




ଆମ ରାଜ୍ୟରେ ବହୁତ ପଢା଼ଶିକ୍ଷିତ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଶା ବାହାରେ ରହୁଥିଵା ଓଡ଼ିଶାର ଲୋକଙ୍କୁ ହୀନ,ନୀଚ, ଅଧମ ଓ ମୂର୍ଖ ମନେ କରନ୍ତି । କିଛି ମୂଳ ଓଡ଼ିଶାଵାସୀ କୁହନ୍ତି ଏ ଲୋକଯାକ ନିତାନ୍ତ ହୀନ ବୋଲି ବାହାର ଅଞ୍ଚଳକୁ ଖଟିଵାକୁ ଯାଉଅଛନ୍ତି ତ କାହା କାହା ମନରେ ଵିଚାର ଆସେ ଯେ ବାହାରେ ରହୁଥିଵା ଓଡି଼ଶାଵାସୀ ଓଡ଼ିଶାର କିଛି ମାତ୍ର ଲାଭ କରୁନାହାନ୍ତି । ଚାଲନ୍ତୁ ସେଇଭଳି କିଛି ଭ୍ରମଧାରଣା ଵିଷୟରେ ଆଲୋଚନା କରି ଦେଖିଵା ଯେ ଏସବୁ ଧାରଣା ପଛରେ ପ୍ରକୃତ ସତ୍ଯ କ'ଣ ଅଟେ !






୧)■ଭ୍ରମ ଧାରଣା ―
ସବୁ #କଳିଙ୍ଗୀମାନେ ଓଡ଼ିଶା ବାହାରକୁ ଗଲେ ନିଜ ଭାଇମାନଙ୍କ ସହ ନିଜ ମାତୃଭାଷାରେ କଥା ହେଵାକୁ ଲାଜ କରନ୍ତି ।

●ପ୍ରକୃତ ସତ୍ଯ―
#ଶୀତତାପନିୟନ୍ତ୍ରିତଗୃହଵାସୀ ଲୋକମାନେ #ଓଡ଼ିଶା ବାହାରେ ରହୁଥିଵା ଯେଉଁ କେତେଜଣ #କଳିଙ୍ଗଦେଶୀୟ ଲୋକଙ୍କୁ ଭେଟନ୍ତି ସେମାନେ #ଧନୀକ ତଥା #ଉଚ୍ଚଶିକ୍ଷିତ ଲୋକ ହୋଇଥାଆନ୍ତି । ଫକୀରମୋହନଙ୍କ “ଡାକମୁନ୍'ସୀ” ଓ “ସଭ୍ୟ ଜମିଦାର” ଗଳ୍ପରେ ଆମେ ଏଭଳି ଲୋକମାନଙ୍କୁ ଚିତ୍ରଣ କରାଯାଇଥିଵା ଦେଖିଥାଉ । ଆମ ରାଜ୍ୟର ବୁଦ୍ଧିଜୀଵୀମାନେ କେଵେ ଓଡ଼ିଶା ବାହାରେ #ଖଟିଖିଆ_କଳିଙ୍ଗୀ ଲୋକଙ୍କ ମଧ୍ୟରେ ଆସି ରୁହନ୍ତୁ ଜାଣିପାରିଵେ ଯେ ପ୍ରତ୍ୟେକ ଖଟିଖିଆ କଳିଙ୍ଗୀ କେତେ ପରିମାଣରେ ନିଜ ନିଜର ମାତୃଭାଷା କୁହନ୍ତି...






୨)■ଭ୍ରମଧାରଣା
ବାହାରେ ରହୁଥିଵା ସବୁ କଳିଙ୍ଗୀ ଲୋକେ ଜଣେ ଜଣେ ଦାଦନ...

●ପ୍ରକୃତ ସତ୍ଯ―
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଯିଏ ମୁଣ୍ଡ ଵିକି ଚୁକ୍ତିପତ୍ର ସ୍ଵାକ୍ଷର କରି ଆଗତୁରା ଟଙ୍କା ନିଏ ଓ ଵର୍ଷ ଵର୍ଷ ଧରି ଖଟେ ସିଏ ହିଁ କେଵଳ ଦାଦନ ପଦଵାଚ୍ଯ । ଓଡ଼ିଶା ବାହାରେ ରହୁଥିଵା ଅଧିକାଂଶ ଶ୍ରମିକ ଦାଦନ ନୁହନ୍ତି । ସେମାନେ ଵିଭିନ୍ନ ଅପ୍ରଶାସନିକ କର୍ମସଂସ୍ଥାନରେ ଯୋଗ ଦେଇ ମାସ ଶେଷରେ କିଂଵା ମଧ୍ୟ ଭାଗରେ ଵେତନ ପାଇଥାଆନ୍ତି ।

୩)■ଭ୍ରମଧାରଣା―
ଓଡ଼ିଶା ଓ ଭାରତ ବାହାରେ ରହୁଥିଵା ଲୋକଙ୍କ ପାଖରେ ଜାତୀୟତାବୋଧ ନଥାଏ !

●ପ୍ରକୃତ ସତ୍ଯ―
ଓଡ଼ିଶା ତଥା ଭାରତ ବାହାରେ ରହୁଥିଵା ଲୋକ ନିଜ ସଂସ୍କୃତି,ଜାତି ଓ ଭାଷାର ମହତ୍ତ୍ଵ ସ୍ପଷ୍ଟ ଉପଲବ୍ଧି କରିପାରେ ଯେଵେକି ମୂଳ ଭୂଖଣ୍ଡରେ ରହୁଥିଵା ଲୋକମାନେ ପରସ୍ପରକୁ କଟକିଆ - ସମ୍ବଲପୁରିଆ - ବାଲେଶ୍ଵରିଆ - ବରହମପୁରିଆ ଇତ୍ୟାଦି ଡକାଡକି ହୋଇ ପ୍ରାୟତଃ ଝଗଡା଼ କରୁଥିଵାର ଦେଖାଯାଏ । ଵିଦେଶରେ ରହୁଥିଵା ପ୍ରତ୍ୟେକ ଭାରତୀୟ ନିଜକୁ ଭାରତୀୟ ଭାଵେ ଓ ପ୍ରତ୍ୟେକ ଓଡ଼ିଶାଵାସୀ ନିଜକୁ କଳିଙ୍ଗୀ ବୋଲି ଵିଚାର କରୁଥିଲାଵେଳେ ଓଡ଼ିଶା ଭିତରେ ରହୁଥିଵା ଲୋକେ ରାଜ୍ୟ ଵିଭାଜନ କରିଵାକୁ କୁଚେଷ୍ଟା ଚଳେଇ ଥାଆନ୍ତି ।

୪)■ଭ୍ରମଧାରଣା― ଓଡ଼ିଶା ବାହାରେ ରହୁଥିଵା ଓଡ଼ିଶାର ଲୋକେ ଅଯୋଗ୍ୟ ତେଣୁ ବାହାରକୁ ଚାଲିଯାଆନ୍ତି...





●ପ୍ରକୃତ ସତ୍ୟ―
ଅନେକ ପ୍ରଵାସୀ କଳିଙ୍ଗୀ ପୁତ୍ର ପୁତ୍ରୀ ନିଜ ନିଜର ପ୍ରତିଭା ବଳରେ ପ୍ରମାଣ କରୁଛନ୍ତି ଓ କରିଛନ୍ତି ଯେ ସେମାନେ ଆଦୌ ଅଯୋଗ୍ୟ ନୁହନ୍ତି ଵରଂ ଶୀତତାପନିୟନ୍ତ୍ରିତଗୃହଵାସୀ ଧନୀକ ଓଡି଼ଶାଵାସୀ ଅଯୋଗ୍ୟ ଯେଉଁମାନେ ଓଡ଼ିଶା ଭିତରେ କର୍ମସଂସ୍ଥାନଟିଏ ଖୋଲି ଲୋକଙ୍କୁ ତାଙ୍କ ଘର ପାଖରେ କାମଟିଏ ଦେଇପାରୁନାହାନ୍ତି । ଓଡ଼ିଶାର ପଙ୍ଗୁ ପ୍ରଶାସନ ହେଉ କି ଵିପକ୍ଷୀ ଦଳ ଵରଂ ଅନେକାଂଶରେ ଅଯୋଗ୍ୟ ଯେଉଁମାନେ ନିଜର ସ୍ଵାର୍ଥ ସାଧନ କରିଵାରେ ଵ୍ଯସ୍ତ କିନ୍ତୁ ବାହାରେ ଖଟୁଥିଵା ଓଡ଼ିଶାଵାସୀଙ୍କ ପାଇଁ କର୍ମକ୍ଷେତ୍ରଟିଏ ଯୋଗାଇ ପାରନ୍ତି ନାହିଁ ।

୫)■ଭ୍ରମଧାରଣା―
ଓଡ଼ିଶା ବାହାରେ ରହୁଥିଵା କଳିଙ୍ଗଦେଶୀୟ ଲୋକେ ନିତାନ୍ତ ଅଳସୁଆ ,କର୍ମକୋଢି଼ଆ ।

●ପ୍ରକୃତ ସତ୍ଯ―
ଯେଉଁମାନଙ୍କ ମନରେ ଏଭଳି ଭ୍ରମ ଧାରଣା ଉତ୍ପନ୍ନ ହୁଏ ସେମାନେ ସମୟ ପାଇଲେ ବାହାରେ ଖଟୁଥିଵା ନିଜ ଖଟିଖିଆ ଭାଇମାନଙ୍କୁ ଆସି ଦେଖି ଯାଆନ୍ତୁ । ସାରା ଵିଶ୍ଵରେ କଳିଙ୍ଗୀମାନେ ସବୁଠାରୁ ଅଧିକ ସଚ୍ଚୋଟ ଓ ପରିଶ୍ରମୀ ଵିଦିତ ହୋଇ ଆସିଛନ୍ତି । ପରିଶ୍ରମ ଏ ଜାତିର ଜିନ୍'ସ୍'ରେ ଅଛି ଓ ରହିଥିଵ କିନ୍ତୁ ଆମେ ଜାଣୁ ଯେ ଏଭଳି ଭ୍ରାନ୍ତ ଧାରଣାରଖିଥିଵା ଲୋକ ହିଁ ପ୍ରକୃତରେ ଅଳସୁଆ କାରଣ ଅଳସୁଆ ନହୋଇଥିଲେ ସେମାନେ କର୍ମଠ କଳିଙ୍ଗୀଵୀରମାନଙ୍କୁ ଭେଟି ସତ୍ଯ ସହିତ ପରିଚିତ ହୋଇପାରିଥାଆନ୍ତେ ।





୬)■ଭ୍ରମଧାରଣା―
ଓଡ଼ିଶା ବାହାରକୁ ଯାଇ ଖଟୁଥିଵା କଳିଙ୍ଗଦେଶୀୟ ଲୋକେ ନିଜ ରାଜ୍ୟର କୌଣସି ଲାଭ କରୁନାହାନ୍ତି !

●ପ୍ରକୃତ ସତ୍ଯ―
ଓଡ଼ିଶା ବାହାରେ ଖଟୁଥିଵା କଳିଙ୍ଗଦେଶୀୟ ଖଟିଖିଆମାନେ ନିଜ ବେତନ ଟଙ୍କା ଓଡ଼ିଶାକୁ ପଠାଇଲେ ଯାଇ ତାଙ୍କ ଘର ଚଳେ । ଓଡ଼ିଶାକୁ ବେତନ ଟଙ୍କା ଆସିଲେ ଓଡ଼ିଶାର ଵିଭିନ୍ନ ବେପାରୀମାନଙ୍କ ଘର ଚଳେ । ବେପାରୀମାନଙ୍କ ବେପାର ଚଳେ ବୋଲି ଓଡ଼ିଶାଟା କଷ୍ଟେମଷ୍ଟେ ଚଳିଯାଏ । ବାହାରେ ରହୁଥିଵା ଓଡ଼ିଶାର ଖଟିଖିଆଙ୍କ ମଧ୍ୟରେ ଅନେକ ବୁଦ୍ଧିଜୀଵୀ ମଧ୍ୟ ଅଛନ୍ତି ଯେଉଁମାନେ ସାହିତ୍ୟ ସୃଷ୍ଟି କରି ନିଜ ମାତୃଭାଷାର ହିତ ସାଧନ କରୁଅଛନ୍ତି । ଅନ୍ଯାନ୍ଯ କ୍ଷେତ୍ରରେ ମଧ୍ୟ ପ୍ରଵାସୀ ଓଡି଼ଶାଵାସୀ ଖଟିଖିଆଙ୍କର ଅଵଦାନ ମଧ୍ୟ ଅଳ୍ପ ନୁହେଁ ।

ଚିତ୍ର ସୌଜନ୍ଯ―(ruralindiaonline . Org)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...