ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳୀ ଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଶବ୍ଦ ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଟାଉଟର ଶବ୍ଦଟି ଇଂରାଜୀରୁ ସିଧାସଳଖ ନିଆଯାଇଛି ।
ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ
ଟାଉଟର୍ ଭାଵେ ପ୍ରଚଳିତ ।
ତେଵେ ଇଂରାଜୀ ଟାଉଟର ଶବ୍ଦର ଅର୍ଥ ହେଉଛି ଦଲାଲ ଵା ମାମଲତକାର । ଯିଏ ମଧ୍ଯସ୍ଥତା କରି ସ୍ଵାର୍ଥ ଲାଭ କରେ ତାକୁ ଦଲାଲ କୁହନ୍ତି । ଟାଉଟର ଭଳି ମାମଲତକାର,ଦଲାଲ ମଧ୍ୟ ଵୈଦେଶିକ ଶବ୍ଦ ଏଵଂ ଭାରତରେ ଦଲାଲ,ବ୍ରୋକର୍ ଓ ଟାଉଟର ଆଦି ଶବ୍ଦ ପ୍ରାୟତଃ ଗାଳୀ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
ଇଂରାଜୀ ଟାଉଟର ଶବ୍ଦର ମୂଳ tout ଅଟେ ।
Tout ଶବ୍ଦର ମୂଳ ରୂପ tōtian ଥିଲା ଯାହା toten ଓ toot ହୋଇ ଶେଷରେ toutରେ ପରିଣତ ହୋଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମେତ ଅଧିକାଂଶ ପୁରାତନ ଓଡ଼ିଆ ଅଭିଧାନରେ ଆମେ ଟାଉଟର ଶବ୍ଦ ଉଣ୍ଡିଲେ ପାଆନ୍ତି ନାହିଁ । ତେଣୁ ସମ୍ଭଵତଃ ଏହା ଵିଂଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଵା ଅନୁମାନ କରାଯାଏ ।
ସେ ଯାହା ବି ହେଉ ଆମ ପାଖରେ
ଦଲାଲ,ମାମଲତକାର ,ବ୍ରୋକର୍ ଓ ଟାଉଟର
ଅର୍ଥରେ ଅନେକ ପ୍ରତିଶବ୍ଦ ରହିଛି
ଯଥା—
୧)ନିଯୋଗୀ
୨)ମଧ୍ଯସ୍ଥ
୩)ଦଣ୍ଡିକାର/ଦଣ୍ଡିଦାର(ଵୈ)
୪)ଆଡ଼ତିଅ/ଆଡ଼ତଦାର୍(ଵୈ)
୫)ଦଣ୍ଡିଆ
୬)ସମ୍ପ୍ରଯୋଜକ
୭)ଘଟକ/ଖଟକ
୮)ତ୍ର୍ଯକ୍ଷର(ଵିଵାହ ମଧ୍ଯସ୍ଥ)
୯)ଭଲଲୋକ(ଵିଵାହ ମଧ୍ଯସ୍ଥ)
୧୦)ଯୋଟକ
ଇତ୍ୟାଦି...
ତେଵେ ଆପଣଙ୍କ ଅଞ୍ଚଳରେ ଦଲାଲ ଓ ଟାଉଟର ପାଇଁ ଅନ୍ଯ କୌଣସି ଚଳୁଥିଲେ ଜଣାଇଵାକୁ ଅନୁରୋଧ ।
No comments:
Post a Comment