My Blog List

Saturday, August 24, 2019

ଢଗଢମାଳି — ୫

“ଚିଙ୍ଗୁଡ଼ି ମାଛକୁ ଟାକେରା ଅାମ୍ବୁଲ
ତୋଡ଼ିମାଛ କାଞ୍ଜି ପାଣି
ମାଗୁର ମାଛରେ ସଜ ବସା ଦହି
ଭାତ ନେଇଯାଏ ଟାଣି ।”

ଖାଦ୍ୟ ସହ ରୁଚିର ସମ୍ପକ ରହିଥାଏ। ଚିଙ୍ଗୁଡ଼ି ମାଛ ତରକାରିରେ ଅାମ୍ବୁଲ ଟିକିଏ ପଡ଼ିଥିଲେ ତା’ର ସ୍ୱାଦ ବଢ଼ିଯାଇଥାଏ। ସେହିପର ତୋଡ଼ି ମାଛ ସହ କାଞ୍ଜିପାଣି ଓ ମାଗୁର ମାଛରେ ସଜ ବସାଦହିର ମିଶ୍ରଣ ପାଟିକୁ ଖୁବ୍‌ ସୁସ୍ୱାଦ ଲାଗୁଥିବା ଅର୍ଥରେ ଏଭଳି ଉକ୍ତି ବର୍ଣ୍ଣନା କରାଯାଇଛି।

“ଚୂନ ସରସ ଗୁଅା ନିରସ
ଖଇର ସମାନ ମସଲା ଟାଣ
ତେବେ ସେ ଜାଣିବ ପାନର ଗୁଣ ।”

ପାନ ଖାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତି ପାନ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଯେମିତି ପାନରେ ଲାଗୁଥିବା ଚୂନ ଅଧିକ କଟୁଯୁକ୍ତ ହୋଇ ନ ଥିବ, ଗୁଅା କଷା ଲାଗୁ ନ ଥିବ, ଖଇର ସ୍ୱାଦ ଅନସାରେ ପୁରା ଠିକ୍‌ ପରମାଣରେ ପଡ଼ିଥିବ ତଥା ପାନରେ ପଡୁଥିବା ମସଲା ପାଟିକୁ ଟିକେ କଡ଼ା ଲାଗୁଥିବ। ଚାହିଦା ମୁତାବକ ଏପରି ପାନ ପ୍ରସ୍ତୁତି ହୋଇଥଲେ ଖାଇବାର ମଜା ଦ୍ୱିଗୁଣିତ ହୋଇଯାଉଥିବା ଅର୍ଥରେ ଏଭଳି ଉକ୍ତିର ଉଲ୍ଲେଖ କରାଯାଇଛି ।

No comments:

Post a Comment