ହରିହର ନାମକ ଜଣେ ପ୍ରସିଦ୍ଧ ଵୈଦ୍ଯ ଏକ ମୂର୍ଖ ରୋଗୀକୁ ଶୁଣ୍ଠି ଓ ଗୋକ୍ଷୁରର ପାଚନ ସେଵନ କରିବାକୁ କହିଲେ । ତେଵେ ସେ ଲୋକ ଗୋକ୍ଷୁରର ଅର୍ଥ 'ଗୋଖରା ନାମକ ଗୁଳ୍ମ' ନ ବୁଝି ଗୋଟିଏ ଗୋରୁ ଵଧ କରି ତା ଖୁରା ସଙ୍ଗେ ଶୁଣ୍ଠିର ପାଚନ କରି ଖାଇଲା ।
ଠିକ୍ ଔଷଧ ଖାଇଥିଲେ ଲୋକଟା ଭଲ ହୋଇଯାଇଥାନ୍ତା କିନ୍ତୁ ସେ ଆପଣା ମୂର୍ଖାଣ୍ଡିଆପଣ ଯୋଗୁଁ ଭଲ ହୋଇପାରିଲା ନାହିଁ । ରୋଗୀର ମୂର୍ଖପଣ ଯୋଗୁଁ ବୈଦ୍ଯଙ୍କ ଯଶୋହାନି ହେଲା ଓ ବୈଦ୍ଯଙ୍କୁ ଗୋବଧରୂପ ପାପରେ ଭାଗୀ ହେବାକୁ ହେଲା।
କିଛି ଦିନପରେ ଉକ୍ତ ବୈଦ୍ଯ ଏହା ଜାଣିପାରିଲେ ।ଦୁଃଖରେ ତାଙ୍କ ମୁଖରୁ ବାହାରିଗଲା
“ଶୁଣ୍ଠିର୍ଗୋକ୍ଷୁରୟୋର୍ବିଚାର୍ଯ୍ୟ ମନସା କଳ୍ମାଶନଂ ଯନ୍ମୟା ।
ଉକ୍ତଂ ତଦ୍'ବିପରୀ ତକଂ କୃତମହୋ ଗୋକ୍ଷୁରମାତ୍ରଂ ଦଦୌ ।।
ନାଥୋମୂର୍ଖଜନାଳୟେ ନ ଚ ସୁଖଂ ନୋବା ଯଶୋ ଲଭ୍ଯତେ ।
ସଦ୍' ଵୈଦ୍ଯେ କଵିଭୁପତୌ ହରିହରେ ଲାଭଃ ପରଂ ଗୋବଧଃ ।।”
ତେଵେ ଉକ୍ତ ଵୈଦ୍ଯ ବୋଲିଥିଵା ଏଇ ମାର୍ମିକ ପଦଟି ମଧ୍ୟରେ ଥିଵା ନିମ୍ନଲିଖିତ ଶ୍ଳୋକର ଶେଷ ପଦାଂଶ
'ଲାଭଃ ପରଂ ଗୋବଧଃ' କାଳାନ୍ତରରେ ଏକ ପ୍ରଵଚନରେ ପରିଵର୍ତ୍ତିତ ହୋଇଗଲା । ଯେଉଁ ସ୍ଥଳରେ କିଛିମାତ୍ର ଲାଭ ନ ହୋଇ ଓଲଟି ଶେଷକୁ ପାପଭାଗୀ ଵା କ୍ଷତିଗ୍ରସ୍ତ ହେଵାକୁ ହୁଏ, ସେ ସ୍ଥଳରେ ଏହି “ଲାଭଃପରଂ ଗୋଵଧଃ” ପ୍ରବଚନ ବୋଲାଯାଏ ।
No comments:
Post a Comment