ମହରମ୍ [مَحْرَم(maḥram)] ଶବ୍ଦଟି ମୂଳତଃ ଏକ ଆରବିକ୍ ଶବ୍ଦ ଅଟେ । مَحْرَم (maḥram) ଶବ୍ଦଟି حَرَّمَ (ḩarām) ଶବ୍ଦରୁ ଆସିଅଛି ଏଵଂ ଏ ଶବ୍ଦର ମୂଳ ସେମେଟିକ୍ ଧାତୁରୂପ ହେଉଛି ح ر م (ḥ-r-m) । مَحْرَم (maḥram) ଶବ୍ଦଟି حَرَّمَ (ḩarām)ର passive participle ରୂପ ଅଟେ । ମୂଳ ସେମେଟିକ୍ ଧାତୁ ح ر م (ḥ-r-m) ର ଅର୍ଥ ଥିଲା ନିଷେଧ କରିଵା( to forbid) ! ଆରବୀୟମାନେ ମହରମ୍ ମାସଯାକ ହସନ ଓ ହୁସେନ୍ ଙ୍କ ହତ୍ଯାର ସ୍ମୃତି ଉଦ୍ଦେଶ୍ୟରେ ଯୁଦ୍ଧାଦି ଅନେକ ଅତ୍ଯାଵଶ୍ଯକ କର୍ମ ନିଷେଧ କରିଥିଵା ହେତୁ ପରମ୍ପରା,ଚଳଣିରୁ ପର୍ଵରେ ପରିଣତ ହୋଇଥିଵା ମହରମ୍ ର ଏଭଳି ନାମକରଣ ହୋଇଥିଲା । ଏହି
ହରାମ୍ ଶବ୍ଦଟି ନିମ୍ନୋକ୍ତ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା ―
୧)କୋରାନ୍ ଵିରୁଦ୍ଧ; ଶାସ୍ତ୍ର ନିଷିଦ୍ଧ (ପଦାର୍ଥ, ଖାଦ୍ଯ ବା କର୍ମ)
୨)ଅପବିତ୍ର (ଖାଦ୍ଯ ବା ପଦାର୍ଥ)
ଟଙ୍କା କରଜ ଦେଇ ସୁଧ ନେବା, ଜୀବକୁ ହଲାଲ୍ ନ କରି ଖାଇବାଆଦି ମୁସଲମାନ ଧର୍ମଶାସ୍ତ୍ର ଅନୁସାରେ ହାରାମ୍ ଅଟେ।
୩)ମୁସଲମାନଙ୍କ ଅସ୍ପୃଶ୍ଯ ଜନ୍ତୁ(ଶୂକର)
୪)ଧର୍ମଶାସ୍ତ୍ର ଅନୁସାରେ ନିଷିଦ୍ଧ ବସ୍ତୁ
୫)ବ୍ଯଭିଚାର
୬)ପାପ
୭)ଅଧର୍ମ
କୋରାନରେ
★ଯେଉଁ ଖାଦ୍ଯ ନିଷିଦ୍ଧ
(ଯଥା, ହଲାଲ୍ ହୋଇ ନ ଥିବା ଜୀବର ମାଂସ)
★ଯେଉଁ ଧନାର୍ଜନ ନିଷିଦ୍ଧ
(ଯଥା—ଋଣ ଦିଆଯାଇଥିବା ଧନ ପାଇଁ ସୁଧ ଗ୍ରହଣ)
★ଯେଉଁ କର୍ମ ନିଷିଦ୍ଧ (ଯଥା, ବ୍ଯଭିଚାର, ସୁରାପାନ)
★ଯେଉଁ ଦ୍ରବ୍ଯର ବ୍ଯବହାର ନିଷିଦ୍ଧ (ଯଥା, ମଦ୍ଯ), ★ଯେଉଁ ବସ୍ତୁ ବା ଜୀବ ଅପବିତ୍ର (ଯଥା—ଘୁଷୁରି)
ଓ ଯେଉଁ କର୍ମ ପାପଜନକ, ସେ ସବୁକୁ ହରାମ୍ ବୋଲାଯାଏ । ଏଇ ଶବ୍ଦରୁ ପରେ ହରେମ୍ ଶବ୍ଦର ଉତ୍ପତ୍ତି ହେଵା ସହ ତାହା ନକାରାତ୍ମକ ଅର୍ଥରେ ଵ୍ୟଵହାର ହେଵାକୁଲାଗିଲା । ଯେ ପରଠାରୁ ଯୋର୍ କରି ଛଡେ଼ଇନେଇଥିଵା ଦ୍ରବ୍ଯ,ସ୍ତ୍ରୀ,ଭୂମି,ଧନାଦିର ବ୍ଯବହାର ଅର୍ଜନ ବା ତତ୍ ଵ୍ଯଵହାରରେ ଅପକର୍ମ କରେ ତାକୁ ହରାମ୍ ଖୋର୍ ବୋଲାଯାଏ । ଏସବୁ କର୍ମକରିଵାକୁ କୋରାନ୍ ଏ ସରିଫ୍ ରେ ସ୍ପଷ୍ଟ ବାରଣ କରାଯାଇଛି ।
ମୁସଲମାନ ମାନେ ମହରମ୍ ମାସର ୭ମଦିବସଠାରୁ ୯ମ ଦିନ ପର୍ଯ୍ୟନ୍ତ ୩ଦିନ ପାଳିବା ଯାତ୍ରାର ନାମ ମହରମ୍। ଏହା କୋରାନ୍ ରେ ନାହିଁ। ମହମ୍ମଦଙ୍କ ମୃତ୍ଯୁର ୩୪ବର୍ଷ ପରେ ତାଙ୍କ କନ୍ଯା ଫାତିମା ଜୋହୋରାଙ୍କ ବଡ଼ ପୁଅ ଇମାମ୍ ହସନ୍ ଖଲିପା (ଧର୍ମଗୁରୁ) ପଦରେ ବସିବାର ଛଅମାସ ପରେ ଦାମସ୍କର ଶାସନକର୍ତ୍ତା 'ମାଭିଆ' ଖଲିପା ହେବାକୁ ଚାହିଁବାରୁ ବୃଥା ରକ୍ତପାତର ଆଶଙ୍କା ଦୂର କରିବା ପାଇଁ ହସନ୍ ତାଙ୍କୁ ଉକ୍ତ ଅଧିକାର ବା 'ଖିଲାଫତ୍' ଛାଡ଼ି ଦେଲେ। ତଥାପି ମାଭିଆଙ୍କ ପୁଅ ଦୁଷ୍ଟ ଏଜିଦ୍ ହସନଙ୍କୁ ବିଷ ଖୁଆଇ ମାରିଦେଲା।
ଏଥିରେ ମଧ୍ଯ ସନ୍ତୁଷ୍ଟ ନ ହୋଇ ମାଭିଆର ସାନ ପୁଅ ହସନଙ୍କ ଭାଇ ହୋସେନଙ୍କୁ ଓ ତାଙ୍କର ୭୨ଜଣ ସଙ୍ଗୀକୁ ବିଶ୍ବାସରେ 'କୁଫା' ନାମ ସ୍ଥାନକୁ ଡ଼କାଇ ନେଇ ସେଠାରେ ତାଙ୍କୁ ନିରାହାର ରଖଖଇ ନିଷ୍ଠୁରଭାବରେ 'କତଲ୍' (ହତ୍ଯା) କଲା।
ଏହି ଦୂର୍ଘଟଣା ମହରମ୍ ମାସରେ ହୋଇ ଥିବାରୁ ମୁସଲମାନ ମାନେ ଏହାର ସ୍ମରଣାର୍ଥ ମହରମ୍ ପାଳନ୍ତି। ଏ ସମୟରେ ପ୍ରତ୍ଯେକ ମୁସଲମାନ ଶୋକ, ଦାନ ଓ ଶୋଷୀ ଭୋକୀଙ୍କୁ ପାନ ଭୋଜନ ଦେବା ବିଧାନ ପାଳିଥାନ୍ତି। ମୁସଲମାନ ମାନେ ବାହାର କରିବା ତାଜିଆ ଓ ତତ୍ସଂକ୍ରାନ୍ତୀୟ ଖେଳ ତାମସା ଧର୍ମବିରୁଦ୍ଧ । କିନ୍ତୁ କାଳକ୍ରମେ ଏ ଖେଦ— ପ୍ରକାଶକ ପରମ୍ପରାଟି ଯାତ୍ରା, ଉତ୍ସବ ଓ ପର୍ବରେ ପରିଣତ ହୋଇଅଛି।
କଥିତ ଅଛି ଯେ ତୈମୁର୍ଲଙ୍ଗ୍ ଭାରତବର୍ଷରେ ତାଙ୍କ ସୈନ୍ଯଙ୍କ ପାଳିତ (ଖ୍ରୀ.1398) ମହରମ୍ ଉପଲକ୍ଷରେ ତାଜିଆ ନିର୍ମାଣ କରି ତାଜିଆ ସହିତ ଶୋଭାଯାତ୍ରା କରିବା ପ୍ରଥମ ଆରମ୍ଭ କରିଥିଲେ ଓ ସେହି ସମୟରୁ ଏହା କ୍ରମଶଃ ସମଗ୍ର ଭାରତର ମୁସଲମାନଙ୍କ ମଧ୍ଯରେ ଚଳି ଆସୁଅଛି। ଯେଉଁ ଯୁଦ୍ଧର ସ୍ମରଣାର୍ଥ ମହରମ୍ ପାଳିତ ହୁଏ ତାହା ମୁସଲମାନୀ ମହରମ୍ ମାସର ୭ମ ଦିନ ଆରମ୍ଭ ହୋଇ ୯ମ ଦିନ ଶେଷ ହେଲା ଓ ହୋସେନ୍ ୯ମ ଦିନ ଆକବର କରବଲ୍ଲା ଶୋକପ୍ରକାଶର ଚିହ୍ନରୂପେ ମୁସଲମାନମାନେ ସବୁଜରଙ୍ଗର ପୋଷାକ ପିନ୍ଧନ୍ତି। ଶୋଭାଯାତ୍ରା ସହ ସେମାନେ ଯେଉଁ 'ତାଜିଆ' ବାହାର କରନ୍ତି ତାହା ହୋସେନଙ୍କ କଫନ୍ ବା ଶବ-ରଥର ପ୍ରତିକୃତି ଅଟେ। ମୁସଲମାନ୍ ମାନେ ଏହି ରଣଯାତ୍ରାର ସ୍ମରଣ ଚିହ୍ନସ୍ବରୂପ ହୋସେନଙ୍କ ପାପୁଲିର ପ୍ରତିରୂପ ପିତଳର 'ପାଞ୍ଜା' ବା କରତଳ ପରି ଗୋଟିଏ ରୂପକୁ କାଗଜ ଓ ଜରିରେ ନିର୍ମିତ ବିମାନରେ ରଖି ତହିଁ ସଙ୍ଗେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯୁଦ୍ଧଯାତ୍ରା କରନ୍ତି।
ମହରମ୍ ମାସର—6ଷ୍ଠ ଦିନ—ଆଉଲିଆ ମାହାତମ୍—ପାଞ୍ଜାକୁ ତାଜିଆରେ ସ୍ଥାପନ କରି ଫାତିଆ (ପୂଜା) କରନ୍ତି।
7ମ ଦିନ—ଦୋପହରିଆ ମାହାତମ—ଫାତିମାଙ୍କ ପୁତ୍ର— ଶୋକ ସମାଚାର ସ୍ମାରକ ସ୍ବରୂପ ଦିନ ଦ୍ବିପ୍ରହର ବେଳେ— ଫାତିଆ କରନ୍ତି।
8ମ ଦିନ—ଗୁମ୍ସୁମ୍ ବା ବିଶ୍ରାମ—ଏ ଦିନ ଶତ୍ରୁ ଭୟରେ ଜଙ୍ଗଲ ମଧ୍ଯରେ ଗୋଟିଏ କୂଅ ଭିତରେ ହୋସେନ୍ ପଶି ରହିଥିବାରୁ ସେ ଦିନ କିଛି ଯାତ୍ରା କରାଯାଏ ନାହିଁ।
୯ମ ଦିନ—କତଲ୍—ଏ ଦିନ ମୁସଲମାନଙ୍କ ବିଭିନ୍ନ ଦଳମାନ ରାତିକୁ ତାଜିଆ ବାହାର କରି ନିଜ ନିଜ ଆଖକଡ଼ାରେ ଅସ୍ତ୍ର ଶସ୍ତ୍ରସଞ୍ଚାଳ ନ କରନ୍ତି। ଏହି ଦିନ ଯୁଦ୍ଧରେ ହୋସେନ୍ ଓ ତାଙ୍କ ପକ୍ଷମାନେ ନିହିତ ହୋଇଥିଲେ।
୧୦ମ ଦିନ—ଅଲ୍ବିଦା—ଏ ଦିନ ସକାଳେ ତାଜିଆକୁ ନେଇ ନଗର ୟାତ୍ରା କରି ଫେରି ବିଶ୍ରାମ କରନ୍ତି ଓ ପୁଣି ରାତିକୁ ତାଜିଆକୁ ନେଇ ନଦୀଆଦିରେ (କରବଲ୍ଲା ନାମକ ୟୁଦ୍ଧକ୍ଷେତ୍ର କଳ୍ପନା କରି ତହିଁରେ) ତାଜିଆକକୁ ବିସର୍ଜନ କରନ୍ତି।]
No comments:
Post a Comment