Monday, January 13, 2020

ଚରଣଚୁଟିଆ ଵିଷୟରେ ଭ୍ରମ ଓ ସତ୍ଯତା

କିଛି ଲୋକଙ୍କ ଭ୍ରମଧାରଣା ଯେ
“ନିମକ ହାରାମ ଜାଗିରଦାର ଚରଣ ପଟ୍ଟନାୟକ” ନାଆଁରୁ ଚରଣ ଚୁଟିଆ ଶବ୍ଦର ଉତ୍ପତ୍ତି ହୋଇଛି । ଆମର ଜଣେ ବନ୍ଧୁ କରଣଜାତୀୟ ଲୋକଙ୍କୁ ଭେଟିଲେ କୌଶଳ କ୍ରମେ ଏହି ଉପାଖ୍ୟାନଟି ଶୁଣାଇଥାଆନ୍ତି । ତେଵେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର ମୂଳ ଵିଷୟରେ ଯଥାର୍ଥ ଉଲ୍ଲେଖ କରାଯାଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
“ଯେଉଁ ବ୍ଯକ୍ତି ସମୟ ପଡ଼ିଲେ ଚରଣ ଧରି ଖୋସାମତ କରେ ଓ ସମୟ ପଡ଼ିଲେ ପୁଣି ଚୁଟି ଧରି ମାରେ ତାକୁ ଚରଣଚୁଟିଆ କୁହାଯାଏ । ସ୍ତ୍ରୀଵାଚକରେ ଏ ଶବ୍ଦ ଚରଣଚୁଟେଈ ହୋଇଥାଏ । କେଉଁଠି କେଉଁଠି ଚରଣଚୁଟିଆ ଶବ୍ଦ ଚରଣଚୁତିଆ ହୋଇ ଵ୍ଯଵହୃତ ହେଉଥିଵା ଭାଷାକୋଷର ଉଲ୍ଲେଖରୁ ଜଣାଯାଏ । ହିନ୍ଦୀ ଭାଷାରେ ମଧ୍ୟ ଚୁତିଆ ଏକ ଗାଳୀ ଶବ୍ଦ ଭାଵେ ଵ୍ଯଵହୃତ ।  ସମ୍ଭଵତଃ ଓଡ଼ିଆ ଚରଣଚୁଟିଆ ଶବ୍ଦରୁ ହିନ୍ଦୀରେ ଚୁତିଆ ଶବ୍ଦ ଯାଇ ଚଳୁଅଛି ।  ତେଵେ କେତେକ ଭାଷାଵିଦ୍'ଙ୍କ ମତରେ ହିନ୍ଦୀ ଚୂତିଆ ଶବ୍ଦର ମୂଳ ଭିନ୍ନ ଓ ଏହା ଚୂତ=ଗୁହ୍ଯଦ୍ଵାର ସହ ସମ୍ବନ୍ଧିତ ।

ଶ୍ଯାମସୁନ୍ଦର ଦାସ କୃତ ହିନ୍ଦୀ ଶବ୍ଦସାଗରରେ
ଚୁଟିଆ ଓ ଚୂତିଆ ମଧ୍ୟରେ କୌଣସି ନିରୁକ୍ତିଗତ ସମ୍ପର୍କ ନାହିଁ ଏଵଂ ଉଭୟ ଶବ୍ଦ ଭିନ୍ନ ଭିନ୍ନ ମୂଳର ବୋଲି ଜଣାପଡ଼ିଥାଏ ।

ହିନ୍ଦୀ ଶବ୍ଦସାଗରରେ ଶବ୍ଦ
ଚୂତ+ଈଯା ପରପ୍ରତ୍ଯୟ ଯୁକ୍ତ ହୋଇ ଗଠିତ ହୋଇଛି ବୋଲି ଉଲ୍ଲେଖ କରାଯାଇଛି ।

ଏ ଶବ୍ଦର ଅର୍ଥ
ନାସମଝ(ଅବୁଝା)
ଗାଵଦୀ(ମୂର୍ଖ) ଏଵଂ କ୍ରିୟା ଭାଵେ
ଫଁସନା(ଫସିଵା),ଫେଂସାନା(ଫସେଇଵା),
ବନାନା(ବନେଇଵା) ଓ ସମଝନା(ବୁଝେଇଵା) ଆଦି ଅର୍ଥ ରହିଥିଵା ଉଲ୍ଲେଖ ରହିଛି ।

ହିନ୍ଦୀ ଵାକ୍ଯ ଉଦାହରଣ―
“ଚୂତିଯା ଚଲାକ ଚୋର ଚୌପଟ ଚବାଈ ଚ୍ଯୁତ ଚୌକସ ଚିକିତ୍ସକ ଚିବିଲ୍ଲା ଔ ଚମାର ହୈ ।”
(ଗଂଗ୦, ପୃ୦୧୨୯।)

କିନ୍ତୁ ହିନ୍ଦୀରେ ଚୁଟିୟା ଶବ୍ଦ ଓଡ଼ିଆ ଭାଷାରୁ ଯାଇଥିଵା ସ୍ପଷ୍ଟ ପ୍ରମାଣିତ ହୋଇପାରେ ।

୧)ହିନ୍ଦୀରେ ଚୋଟୀ+ଇୟା= ଚୋଟିୟା
ହେଵାକଥା କିନ୍ତୁ ଚୁଟିଯା ଶବ୍ଦ ଓ ଏହାର କର୍ଥ ପ୍ରମାଣକରେ ଯେ ଏ ଶବ୍ଦଟି ଓଡ଼ିଆ ଭାଷାରୁ ଯାଇ ହିନ୍ଦୀରେ ଚଳୁଅଛି ।

ହିନ୍ଦୀ ଶବ୍ଦସାଗରରେ ଚୁଟିଯା ଶବ୍ଦର ଯେଉଁ ଅର୍ଥ ଲେଖା ହୋଇଛି ତାହା ଏଠାରେ ଉଦ୍ଧାର କରାଗଲା ...

“ବାଲୋଂ କୀ ଵହ ଲଟ ଜୋ ସିର କେ ବୀଚୋବୀଚ ରଖୀ ଜାତୀ ହୈ । ଶିଖା । ଚୁଂଦୀ ।”

ଆଗେ ଭାରତୀୟ ହିନ୍ଦୁ ଓ ଚୀନଦେଶର ଲୋକ ଏଭଳି ବାଳ ରଖୁଥିଲେ, ଆଜିକାଲି କେଵଳ ଚୀନର କେତେକ ଲୋକ ହିଁ ଏହା ରଖିଥାନ୍ତି ।

ହିନ୍ଦୀରେ ଏହି ଚୁଟିଆ ଶବ୍ଦ ଯୁକ୍ତ କେତେକ
ରୁଢି଼ ବି ରହିଛି
ଯଥା:
(କିସୀ କୀ)ଚୁଟିୟା ହାଥ ମେଂ ହୋନା
(କେହି ଲୋକ ନିଜ ଅଧିନରେ ରହିଵା)

ତେଵେ ହିନ୍ଦୀରେ ଆଉ ଏକ ଚୁଟିଆ ଶବ୍ଦ ବି ରହିଥିଵା ହିନ୍ଦୀ ଶବ୍ଦସାଗରରେ ଉଲ୍ଲେଖ କରାଯାଇଛି । ଉକ୍ତ ଶବ୍ଦର ଅର୍ଥ “ଚୋର ଵା ଠକଙ୍କ ସରଦାର” !

ସେଇଭଳି ଆଉ ଏକ ହିନ୍ଦୀ ଶବ୍ଦ ଚୋଟିଯାର
ଚୁଟିଧାରୀ ଓ ଛାତ୍ର(ଆଗେ ଛାତ୍ରମାନେ ଏଭଳି ଚୁଟି ରଖୁଥିଵା ହେତୁ) ।

୨)ଚୂତ=ଗୁହ୍ଯଦ୍ଵାରରୁ ହିନ୍ଦୀ ଚୂତିୟା ଶବ୍ଦ ଆସିଥିଵା ସାଧାରଣତଃ ମତଵାଦ ପ୍ରଚଳିତ କିନ୍ତୁ ଏ ଶବ୍ଦର
ଅବୁଝା,ମୂର୍ଖ,ଫସିଵା,ଫସେଇଵା,ବନେଇଵା ଓ ବୁଝେଇଵା ଆଦି ଅର୍ଥ ସଂସ୍କୃତ ଚୂତ ଶବ୍ଦରୁ କୌଣସି ମତେ ଵ୍ଯାଖ୍ଯା ହୋଇପାରେ ନାହିଁ  । ଵରଂ କେଶ ସହ ସମ୍ବନ୍ଧୀୟ ଚୁଟିଆ ଶବ୍ଦରୁ ଏହାର ସମଦ୍ଧୃତଗତ ଵ୍ଯାଖ୍ଯା ଅଧିକ ସମ୍ଭଵ । ଆଗକାଳରେ ଛାତ୍ର ଵା ବାଳକମାନେ ଲମ୍ଵା ଚୁଟି ରଖୁଥିଲେ । ସେମାନେ ମୂର୍ଖ ହୋଇଥିଲେ କିଂଵା ଅବୁଝା ହେଲେ ଗୁରୁ କି ଅଵିଭାଵକମାନେ ସେମାନଙ୍କ ଚୁଟିଧରି ତାଙ୍କୁ ଶାସନ କରୁଥିଵା ଅଧିକ ଯୁକ୍ତିଯୁକ୍ତ ଲାଗେ । ଚୁଟଧରିଵାକୁ ପ୍ରକାରନ୍ତେ ଆପଣା ହସ୍ତେ।କେଶ ଫସେଇଵା ମଧ୍ୟ କୁହାଯାଇପାରେ । ଏଠାରେ ହସ୍ତରେ କେଶ ଫସିଵାର ଭାଵ ମଧ୍ୟ ସହଜରେ ପ୍ରକଟ ହୋଇପାରୁଛି । କେହି ଦୁଷ୍ଟ ଵ୍ଯକ୍ତିକୁ କି ଛାତ୍ରବାଳକଙ୍କୁ ଶାସନକରି ବୁଝେଇଵା କାଳରେ ଚୁଟି ଧରି କଥା କହିଵା ମଧ୍ୟ ସମ୍ଭଵ କିନ୍ତୁ ଏସବୁ ଭାଵ ସଂସ୍କୃତ ଚୂତ=ଗୁହ୍ଯଦ୍ଵାରରେ ମିଳେନାହିଁ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ ଶବ୍ଦ ଚରଣଚୁଟିଆ ଓ ଚୁଟିଆ ସହିତ ହୁଏତ ହିନ୍ଦୀର ଚମନଚୁତିଆ ଓ  ଚୂତିୟାର ସମଦ୍ଧୃତଗତ ସମ୍ପର୍କ ଥିଵା ସମ୍ଭଵ ହୋଇଥାଇପାରେ

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...