Wednesday, January 29, 2020

ଵୟସ୍କ ନା ଅଭିଜ୍ଞତା ?

ଆମଦେଶରେ "ଵୟସ୍କ = ଅଭିଜ୍ଞତା" ଵିଚାର କରି ପଦୋନ୍ନତି ମିଳେ ! ୟୁରୋପ ବା ଆମେରିକାରେ ଗବେଷଣା ଆଧାରରେ ଜଣେ ୩୦ ବର୍ଷର ଯୁବକ ବି ପ୍ରଫେସର୍ ହୋଇପାରେ । ଅର୍ଥାତ୍ ଆମ ଦେଶରେ ଵୟସ୍କମାନେ ନିଶ୍ଚୟ ଅଭିଜ୍ଞ ହୋଇଥିଵେ ବୋଲି ଆଖିମୁଦି ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଵାଵେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଅଭିଜ୍ଞତାକୁ ପ୍ରଥମେ ଗୁରୁତ୍ୱ ଦିଆଯାଇଥାଏ ।

ତେଵେ ଶାସ୍ତ୍ର କହେ-
"ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ,
ନ ତେ ବୃ୍ଦ୍ଧା ଯେ ନ ବଦନ୍ତି ଧର୍ମମ୍ !"

ଅର୍ଥାତ୍

“ସଭା ନୁହେଁ ତାହା ଯହିଁ ନଥାନ୍ତି ଵୃଦ୍ଧ
ଶାସ୍ତ୍ର ଅଜ୍ଞ ଵ୍ଯକ୍ତି ନୁହଁ କେଭେ ବୃଦ୍ଧ”

କିନ୍ତୁ ଶାସ୍ତ୍ରଗୁଡିକର ଉପଦେଶ ଆଜିକାଲି କିଏ ମାନୁଛି ? ଅଧୁନା ଅନେକ ଵୟସ୍କ ଲୋକ ଦୁଇ ତିନିଟା ଛୁଆ ହୋଇଗଲେ ନିଜକୁ ସୃଷ୍ଟିକର୍ତ୍ତା ମନେକରି ନାଚିବୁଲନ୍ତି । ତେଵେ ବୟସରେ ବଡ଼ ବୋଲି କଣ୍ ଅଳ୍ପଵୟସ୍କଙ୍କ ମୁଣ୍ଡରେ ଚଢି଼ ହଗିଵ ?

କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଆମଠାରୁ ବୟସରେ ବଡ଼ ବୋଲି କ'ଣ ତାଙ୍କ କଥା ମାନି ସମସ୍ତ ଓଡ଼ିଆ ଏଵେ ବଙ୍ଗାଳୀ ହୋଇଯିଵା ? 

ସବୁ ପ୍ରାଚୀନ ଦ୍ରଵ୍ଯ ସୁନା ନୁହେଁ କି ସବୁ ସୁନା ପ୍ରାଚୀନ ବୋଲି କୁହାଯାଇ ନପାରେ । କୋଉ ସୁନାଟା ପ୍ରାଚୀନ ତାହା  ଗଵେଷଣା କରି ହିଁ  ଜଣାଯାଏ । ଜ୍ଞାନୀଲୋକେ ଵୟସ ନୁହେଁ କର୍ମ ଓ ଗୁଣ ଦେଖନ୍ତି କିନ୍ତୁ  ସଂସାରୀ ଓ ମାୟାମୋହରେ ବନ୍ଧା ଘୃଣ୍ଵି ଇର୍ଷାଳୁ ସାଧାରଣ ଜନ ଅନ୍ଯର ଛିଦ୍ର ଦେଖେ ।

ସେଭଳି ଲୋକ ବୟସରେ ବଡ଼ ହୋଇଥିଵ କିନ୍ତୁ ଭୁଲ୍ କଥା କରିଵାକୁ କହୁଥିଵ ତାହେଲେ ଜରୁରୀ ନୁହେଁ ଯେ ଆମେ ତାଙ୍କର କଥା ମାନିନେଵା !

ଅନ୍ତତଃ ମୁଁ ତ କେଵଳ ଵୟସରେ ବଡ଼ ହୋଇଯାଇଥିଵା କୌଣସି ତଥାକଥିତ ବଡ଼ଲୋକଙ୍କ ଭୁଲ୍ କଥା ଓ କାମକୁ ମୁଣ୍ଡପାତି ସହ୍ଯ କରେ ନାହିଁ କି ତାଙ୍କ କଥା ଅନ୍ଧ ଭଳି ମାନିଯାଏନି ।

ଜଗତରେ ବହୁତ ଅଛନ୍ତି ଯେଉଁମାନେ ଏଠାରେ ତାଙ୍କଠାରୁ ଵୟସରେ ଯିଏ ସାନ ତାଙ୍କୁ ଛୋଟ ଵିଚାର କରି ନ୍ଯୁନ ହୀନ ଵ୍ଯଵହାର କରନ୍ତି ।

ସତେ ଯେମିତି ଅଳ୍ପଵୟସ୍କମାନେ ଏଵେ ଏଵେ କ୍ଷୀରଖିଆ ଛାଡି଼ଛନ୍ତି ଆଉ ଏଇ ତଥାକଥିତ ବଡ଼ଲୋକମାନେ ତାଙ୍କର  ଅଵିଭାଵକର କାର୍ଯ୍ୟ ତୁଲାଉଅଛନ୍ତି 😀😀😀

ଆରେ ଭାଇ ଅଳ୍ପଵୟସ୍କମାନେ ତୁମ ତଥାକଥିତ ବଡ଼ଲୋକଙ୍କ କୁଣ୍ଠା ବୁଝୁଛନ୍ତି ମ ,
ତେମେ କୁଆଡ଼େ ଭିତରେ ଭିତରେ ଈର୍ଷ୍ୟାରେ ଜଳୁଛ ଏକଥା ସେମାନେ ଠଉରେଇନେଲେଣି ବା 😂😂😂

ମୋଠାରୁ ଵୟସରେ ବଡ଼ କେହି ଵ୍ଯକ୍ତି ଵିଶେଷ ଯୁକ୍ତି କରି ହାରିଗଲେ ଏଇ ଵୟସର ଗୀତ ଗାୟନ କରିଵା ଆରମ୍ଭ କରିଦିଅନ୍ତି 🤣🤣🤣

ଓହୋ ଏତେ ଅସହ୍ଯବୋଧ କୋଉଠେ ସାଇତି ରଖୁଛ ତାହା ନିଶ୍ଚୟ ଗଵେଷଣାର ଵିଷୟ 😜

ନିଜର ବିତିଯାଇଥିଵା ଦିନଗୁଡି଼କ ପାଇଁ ମନେ ମନେ ଗର୍ଵ କରୁଥିଵା ସେଇ ବଡ଼ଲୋକମାନଙ୍କୁ ହାରିଯିଵାଟା ବହୁତ ବାଧେ ।

ଫେସବୁକରେ ମୋର କେଵେବି ଅଳ୍ପଵୟସ୍କମାନଙ୍କ ସହ ଝଗଡ଼ା ହୁଏନାହିଁ କାରଣ ଆମ କନ୍ତିଓ ପୁଟସାହି ଉଚ୍ଚ ଵିଦ୍ଯାଳୟରେ ଆମକୁ ସେତେଵେଳର ଶିକ୍ଷକ ଶିଖେଇଥିଲେ

“ତମଠାରୁ ଯିଏ ଵୟସରେ ଛୋଟ ତାକୁ କେଵେବି ଛୋଟ ଭାଵିଵ ନାହିଁ । ହୁଏତ ତମଠାରୁ ମଧ୍ୟ ସେ କୌଣସି ନା କୌଣସି କ୍ଷେତ୍ରରେ ଅଧିକ ଦକ୍ଷ ହୋଇଥିଵ । ତୁମେ ବଡ଼ଭାଇମାନେ ଅଷ୍ଟମ ଶ୍ରେଣୀର ପିଲାଙ୍କୁ “ତୁ” ସମ୍ବୋଧନ ନକରି “ତମେ” ସମ୍ବୋଧନ କରିଵ ।”

ଆମ ଵିଦ୍ଯାଳୟରେ ଆମକୁ ଵୟସ ଆଧାରରେ ଵୈଚାରିକ ଏକଛତ୍ରଵାଦୀ ହେଵାର ଶିକ୍ଷା ଦିଆଯାଇନାହିଁ । ଵରଂ ଆମ ଵିଦ୍ଯାଳୟର ଶ୍ରୀଶ୍ଵେତ ମହାଶୟ,ଶ୍ରୀପ୍ରମୋଦ ମିଶ୍ର, ଶ୍ରୀରଵି ମହାଶୟ ଓ ଶ୍ରୀଶିଵ ରଥ ମହାଶୟ ଆଦି ଶିକ୍ଷକମାନେ ଆମକୁ ଆତ୍ମସମତାର ଶିକ୍ଷା ଦେଇଛନ୍ତି ।

ତେଵେ ଯେଉଁମାନଙ୍କର ମନ କଳୁଷିତ ଓ ଯାହାଙ୍କ ଵିଵେକ-ଚକ୍ଷୁରେ ଅହଂ ରୂପ ଅନ୍ଧପୁଟୁଳି ବନ୍ଧା ହୋଇଛି ସେମାନେ କ'ଣ ମୋ ଭଳି ଜଣେ ଅଳ୍ପଵୟସ୍କ ନିର୍ଦ୍ଧନ ଖଟିଖିଆ ଭିକାରୀ ଲୋକର କଥାକୁ ଗ୍ରହଣ କରିଵେ ?

ତେଵେ ସେ ଯାହା ହେଉ ନା କାହିଁକି
ବଡ଼ଲୋକ ବୋଲି ମୁଁ କାହାର ଅଧର୍ମଯୁକ୍ତ କାର୍ଯ୍ୟ କି ଅସତ୍ୟ କଥାକୁ ଗ୍ରହଣ କରେନି କି ମୋଠାରୁ କେହି ଵୟସରେ ଛୋଟ ଭାଇଭଉଣୀ ମୋତେ କିଛି ନୂଆ ଶିଖାଇଵାକୁ ଚେଷ୍ଟାକଲେ ତାଙ୍କୁ ଛୋଟ କହି ଅପମାନିତ କରି ହତୋତ୍ସାହିତ କରେନି ! ଜୀଵନରେ ଆଜି ନୁହେଁ ଛୋଟଵେଳୁ ମୁଁ ଏଇ ନିୟମ ପାଳନ କରିଆସୁଛି !

ଆଉ ବଡ଼ସାନ କଥା ପଡି଼ଛି ତ କହିରଖେ
ପ୍ରତ୍ୟେକ ଜୀଵ ଓ ନିର୍ଜୀଵ ଯେଉଁ ଅସଂଖ୍ୟ ପରମାଣୁ ଦ୍ଵାରା ଗଠିତ ସେସବୁର ଵୟସ ଆଧାରରେ ଦେଖିଲେ ସମସ୍ତେ ସମଵୟସ୍କ 🤓🤓🤓

ତାହେଲେ ଆମ୍ଭେ ଅଳ୍ପଵୟସ୍କ ବି କେମିତି ହେଲୁ ଆଉ ତେମେ ବଡ଼ ହେଇଗଲ ?

ଅସ୍ତୁ,
ଏ ଦେଶର ଜନସାଧାରଣଙ୍କୁ ତାଙ୍କର ଏହି ମରହଟ୍ଟୀ ଚିନ୍ତାଧାରା ତ୍ଯାଗ କରିଵାକୁ ହେଵ ଏଵଂ ଵୟସ୍କ ନୁହେଁ ଵରଂ ଯୋଗ୍ଯତା ଓ ଅଭିଜ୍ଞତା ଥିଵା ଅଳ୍ପ ଵୟସ୍କଙ୍କୁ ମଧ୍ୟ ସୁଯୋଗ ସର୍ମଥନ ଦେଵାକୁ ହେଵ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...