Wednesday, January 1, 2020

ଚରଣ ଚୁଟିଆ

ଛତରଖିଆ ସେ କଳା ଇଁରେଜେ,
ପଶ୍ଚିମା ଲୋକଙ୍କ ମହିମା ଭଜେ !

ତମେ ଭାରତୀୟ ତା ପାଇଁ ଛାର,
ୟୁରୋପବାସୀଙ୍କ ବାଳକୁ ସାର !

ଗାଏ ସଦା ସିଏ ବିଲାତ ଶ୍ରେଷ୍ଟ,
ସୁଖ ପାଏ ଦେଖି ତାଙ୍କର ହିତ !

ବିଲାତି ପରବ ଆନନ୍ଦେ ପାଳେ,
ଦେଶିଆ ଶୁଣିଲା ମାତ୍ରକେ ଚିଡ଼େ !

ପଶ୍ଚିମାଙ୍କ ମୁଖୁଁ ମଧୁ ନିଗିଡ଼େ,
ଅଧରପାନକୁ ମନଟି କରେ !

ଦେଶିଆ ଯାକର ମୁଖ ଗନ୍ଧିଆ,
ଛତରଖିଆ ଟା ମୁହଁକୁ ମୋଡ଼େ !

ୟୁରୋପ ଦେଶର ବେଧ ବେଧେଇ,
ଛତରଖିଆଙ୍କ ବୋପା କି ଭାଇ ?

ତାଙ୍କ ପାଇଁ ଓକିଲାତି କରନ୍ତି,
ଚରଣ ଚୁଟିଆ ମାଙ୍କୁ କହନ୍ତି !

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...