Sunday, August 9, 2020

ପତ୍ରର ଭ୍ରମ ସୃଷ୍ଟି କରୁଥିଵା କିଛି ଜୀଵ

ପୃଥିଵୀରେ ଏମିତି ଅନେକ ଜୀଵ ଅଛନ୍ତି ଯେଉଁମାନେ ଭିନ୍ନ ଜୀଵ ଵା ଉଦ୍ଭିଦର ଭ୍ରମ ସୃଷ୍ଟି କରାଇଥାନ୍ତି । ଏଭଳି ପ୍ରକ୍ରିୟାକୁ ପ୍ରାଣୀଶାସ୍ତ୍ରରେ Mimic ଵା Mimicry କୁହାଯାଏ ।


 ଏହି ଵିଶେଷ ଜାତୀୟ ଜୀଵଙ୍କ ଆକୃତି ଭିନ୍ନ ଜୀଵ ଭଳି ହୋଇଥାଏ । ଏହା ଉତ୍କ୍ରାନ୍ତିଵାଦର ଗୋଟିଏ ବଡ଼ ଵିସ୍ମୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ସବୁ ପ୍ରକାରର mimicry ଜାତୀୟ ଜୀଵଙ୍କ ମଧ୍ୟରେ "Leaf mimicry" ଅନ୍ୟତମ । 


ଏହି ଜାତୀୟ ଜୀଵ ଦେଖିଵାକୁ ଠିକ୍ ପତ୍ର ପରି ହୋଇଥାନ୍ତି । ସାଧାରଣତଃ ଏଭଳି ଜୀଵ କୀଟ ପତଙ୍ଗ ଜାତୀୟ ହୋଇଥାଆନ୍ତି ତେବେ ମାଛ,ସରିସୃପ ଜାତୀୟ ଜୀଵଙ୍କ ମଧ୍ୟରେ ମଧ୍ୟ ଏଭଳି ଜୀଵଙ୍କୁ ଦେଖିବାକୁ ମିଳିଥାଏ । 



  • Dead-leaf grasshopper ନାମକ ଏକଜାତୀୟ ଝିଣ୍ଟିକା ମାଲେସିଆରେ ଦେଖାଯାଆନ୍ତି । ଏମାନେ ଶୁଖିଲା ପତ୍ରର ଭ୍ରମ ଉତ୍ପନ୍ନ କରନ୍ତି । ଏହି ଜାତୀୟ ଝିଣ୍ଟିକାର ଵୈଜ୍ଞାନିକ ନାମ Chorotypus saussurei ରଖାଯାଇଛି । ଆମେ କଥିତ ଓଡ଼ିଆ ଭାଷାରେ ଶୁଖିଲାପତୁରିଆ ଝିଣ୍ଟିକା କହିପାରିଵା । 



ଏଇଭଳି ସଂସାରରେ ଅନେକ ଜୀଵ ରହିଛନ୍ତି । ସାଧାରଣତଃ ଶିକାରୀ ଜୀଵଙ୍କଠାରୁ ନିଜକୁ ବଞ୍ଚାଇଵାକୁ କିଂଵା ଶିକାର କରିଵା ସହଜ ହେଵ ତେଣୁ ନିଜକୁ ଲୁଚାଇ ରଖିଵା ପାଇଁ ଏସବୁ ଜୀଵଙ୍କର ଏହି ଛଦ୍ମରୂପ ବଡ଼ କାମରେ ଆସିଥାଏ । 

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...