ପୃଥିଵୀରେ ଏମିତି ଅନେକ ଜୀଵ ଅଛନ୍ତି ଯେଉଁମାନେ ଭିନ୍ନ ଜୀଵ ଵା ଉଦ୍ଭିଦର ଭ୍ରମ ସୃଷ୍ଟି କରାଇଥାନ୍ତି । ଏଭଳି ପ୍ରକ୍ରିୟାକୁ ପ୍ରାଣୀଶାସ୍ତ୍ରରେ Mimic ଵା Mimicry କୁହାଯାଏ ।
ଏହି ଵିଶେଷ ଜାତୀୟ ଜୀଵଙ୍କ ଆକୃତି ଭିନ୍ନ ଜୀଵ ଭଳି ହୋଇଥାଏ । ଏହା ଉତ୍କ୍ରାନ୍ତିଵାଦର ଗୋଟିଏ ବଡ଼ ଵିସ୍ମୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ସବୁ ପ୍ରକାରର mimicry ଜାତୀୟ ଜୀଵଙ୍କ ମଧ୍ୟରେ "Leaf mimicry" ଅନ୍ୟତମ ।
ଏହି ଜାତୀୟ ଜୀଵ ଦେଖିଵାକୁ ଠିକ୍ ପତ୍ର ପରି ହୋଇଥାନ୍ତି । ସାଧାରଣତଃ ଏଭଳି ଜୀଵ କୀଟ ପତଙ୍ଗ ଜାତୀୟ ହୋଇଥାଆନ୍ତି ତେବେ ମାଛ,ସରିସୃପ ଜାତୀୟ ଜୀଵଙ୍କ ମଧ୍ୟରେ ମଧ୍ୟ ଏଭଳି ଜୀଵଙ୍କୁ ଦେଖିବାକୁ ମିଳିଥାଏ ।
ଇଂରାଜୀରେ ଏ ପୋକକୁ Giant leaf insect କୁହାଯାଏ ଓ ଏହାର ଵୈଜ୍ଞାନିକ ନାମ Phyllium giganteum ଅଟେ । ଏ ପୋକ ଦକ୍ଷିଣ ପୂର୍ଵ ଏସିଆ ତଥା ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଦେଖାଯାଏ ।
Satanic leaf-tailed gecko ଏହି ପୋକଟି କେଵଳ Madagascarରେ ଦେଖାଯାଏ । ଏ ପୋକର ବୈଜ୍ଞାନିକ ନାମ Uroplatus phantasticus ରଖାଯାଇଛି ।
ଦକ୍ଷିଣ ଆମେରିକାରେ ପତ୍ରାକାରର ଏକ ଜାତୀୟ ମାଛ ଦେଖାଯାଆନ୍ତି । ଏମାନଙ୍କର ଵୈଜ୍ଞାନିକ Monocirrhus polyacanthus ରଖାଯାଇଛି । , ଏ ମାଛ ପ୍ରଥମ କରି Amazon ନଦୀରେ ମିଳିଥିଲା ।
ଏଇଭଳି ସଂସାରରେ ଅନେକ ଜୀଵ ରହିଛନ୍ତି । ସାଧାରଣତଃ ଶିକାରୀ ଜୀଵଙ୍କଠାରୁ ନିଜକୁ ବଞ୍ଚାଇଵାକୁ କିଂଵା ଶିକାର କରିଵା ସହଜ ହେଵ ତେଣୁ ନିଜକୁ ଲୁଚାଇ ରଖିଵା ପାଇଁ ଏସବୁ ଜୀଵଙ୍କର ଏହି ଛଦ୍ମରୂପ ବଡ଼ କାମରେ ଆସିଥାଏ ।
No comments:
Post a Comment