Friday, August 7, 2020

ସ୍ଵାଧୀନତା ପୂର୍ଵଵର୍ତ୍ତୀ ଢେଙ୍କାନାଳର ଦୁଇଗୋଟି ଗଣଧର୍ଷଣ

ପିଶାଚ ଶଙ୍କରପ୍ରତାପ ଏକ ସମୟରେ ଢେଙ୍କାନାଳର ରାଜା ଥିଲା। ଏ ରାଜାର ଅତ୍ୟାଚାରକୁ ଦେଖିଲେ ଶୁଣିଲେ ତ୍ରେତୟା ଯୁଗର ରାଵଣ ବି ଲାଜରେ ମଥାନତ କରିନେଵ । ଢେଙ୍କାନାଳରେ ନାରୀମାନଙ୍କ ଉପରେ
ସେ କରିଥିଵା ଅତ୍ୟାଚାର ଯୁଗ ଯୁଗ ଧରି ଢେଙ୍କାନାଳର ପ୍ରଜାମାନଙ୍କୁ ଲଜ୍ଜିତ କରୁଥିଵ । ଏ ପିଶାଚ ରାଜଗାଦିରେ ବସିଥିଵା ସମୟରେ  ଦୁଇଗୋଟି ବଳାତ୍କାର ଘଟଣା ଯୋଗୁଁ ସାରା ଵିଶ୍ଵରେ ଢେଙ୍କାନାଳ ବଳାତ୍କାରୀଙ୍କ ନଗରୀ ଭାବେ ଵିଦିତ ହୋଇଥିଲା ।

                              ...ଘଟଣା ୧...
   🔴🔴🔴ଦୁଇଜଣ ହତଭାଗିନୀ ବଙ୍ଗାଳୀ ଲଳନା🔴🔴🔴




  ୧୯୩୩ ମସିହାରେ ଦୁଇଜଣ ବଙ୍ଗାଳୀ ଯୁଵତୀ ତାଳଚେର ଟ୍ରେନରେ ଆସି ଢେଙ୍କାନାଳ ପ୍ଲାଟଫର୍ମରେ ବୁଲୁଥିଲେ । ଢେଙ୍କାନାଳ ନଗରର ଲୋକ ସୁନ୍ଦରୀ  ଓ କଳଙ୍କାର ଆଭୁଷଣରେ ସଜ୍ଜିତ ସେହି ଯୁଵତୀଦ୍ଵୟଙ୍କୁ କୌଣସି ବଡ଼ଘରର କନ୍ଯା ବୋଲି ଭାବିଲି । ଇତିମଧ୍ୟରେ ରାଜା ଶଙ୍କରପ୍ରତାପ ଏ କଥା ଜାଣି ସେମାନଙ୍କୁ ରାଜନଵରକୁ ଡକାଇଲା । ସେମାନେ ସ୍ଵାଧୀନ ପ୍ରଜା ଥିଲେ ତେଣୁ କାହାକୁ କରୁନଥିଲେ । ରାଜା ଶଙ୍କରପ୍ରତାପର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ନିର୍ଭିକ ଭାବରେ ଦେଵା ତାଙ୍କର ବହୁତ ବଡ଼ ଭୁଲ୍ ଥିଲା । ଗୋଜା ରାଜାକୁ ଏକଥା ସହ୍ଯ ହେଲା ନାହିଁ ।

ଯୁଵତୀଦ୍ଵୟଙ୍କ ଗହଣାଗାଣ୍ଠି ଛଡେ଼ଇ ନିଆଯାଇ ସେମାନଙ୍କୁ ସଦର ଥାନାକୁ ପଠେଇ ଦିଆଗଲା । ପିଶାଚ ରାଜାର ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ତତ୍କାଳୀନ ସଦର ଥାନାର ପଶ୍ଚିମ ପାଖରେ ଥିଵା ଖପର ଘରେ ଉଲଗ୍ନ ଅଵସ୍ଥାରେ ପୁରେଇ ଦିଆଗଲା । ରାଜା ଓ ତା ଭାଇ ପଟ୍ଟାୟତ ଥାନାରେ ଉପସ୍ଥିତ ରହି କେତେକ ନିଷ୍ଠୁର ନିର୍ଦ୍ଦୟ ସିପାହୀ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ପାଖକୁ ପଠାଇଲେ । ଏଵେ ତମେ ସେହି ଦୁଇଜଣ ଯୁଵତୀଙ୍କ ଅଵସ୍ଥା କ'ଣ ହୋଇଥିଵ ଚିନ୍ତାକର 😡 ମୋ ମନ ତ ଏଇକଥା ଭାବିଲା ମାତ୍ରେ ହିଁ  କ୍ରୋଧ ଜର୍ଜରିତ ହୋଇଯାଉଛି ।

ସେମାନଙ୍କ ଦୟନୀୟ ଅଵସ୍ଥା ଦେଖି ଯେଉଁମାନେ ବଳାତ୍କାର କରିଵାକୁ  ପଶ୍ଚାତପଦ ହେଲେ ସେମାନଙ୍କୁ ବେତ୍ରାଘାତ ଦେଇ ହାଜତରେ ଅଟକ ରଖାଗଲା । ଥାନାର ଏକ ଫର୍ଲଙ୍ଗ ଦୂର ଅଞ୍ଚଳ ଦୁଇଦିନ ପାଇଁ ଜନଶୂନ୍ଯ ହୋଇଯାଇଥିଲା । ପ୍ରଥମ ଦିନରେ ଅତ୍ୟାଚାରିତ ହେଵାର କେତେକ ଘଣ୍ଟା ପରେ ଯୁଵତୀମାନେ ଅଚେତ ହୋଇଗଲାରୁ ସେମାନେ ମରିଗଲେଣି ବୋଲି ନଗରରେ ଜନରଵ ରଟିଗଲା । ନଗରର ନିକଟସ୍ଥ ଜର୍ଜ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଓ ଉଚ୍ଚ ଵିଦ୍ୟାଳୟ ବନ୍ଦ କରିଦିଆଗଲା । ଥାନାଠାରୁ ଡାକ୍ତରଖାନା ଯାଏଁ ରାଜାର ଶ୍ଵାନଶୃଗାଳମାନେ ଲୋକଙ୍କ ଗତିଵିଧି ଲକ୍ଷ୍ଯ ରଖିଵାକୁ ଜଗିରହିଲେ ।





ଅଚେତ ଯୁବତୀମାନଙ୍କୁ ଭଲ କରିଵାକୁ ଡାକ୍ତର ଡକାହେଲେ । ଡାକ୍ତର ଯୁଵତୀଦ୍ଵୟଙ୍କର ଦୟନୀୟ ଅଵସ୍ଥା ଦେଖି ସେମାନଙ୍କୁ ମୁକ୍ତି ଦେଵାକୁ ରାଜା ନିକଟରେ ପ୍ରାର୍ଥନା କରନ୍ତେ ସେ ପିଶାଚ ଓଲଟି ଡାକ୍ତରଙ୍କୁ ମାଡ଼ ଓ ଜେଲ୍ ଧମକ ଦେଲା ।

ଯୁଢତୀମାନଙ୍କୁ ସେଦିନ ଖାଦ୍ୟ ଦିଆଗଲେ ବି ସେମାନେ ତାହା ଗ୍ରହଣ କଲେନାହିଁ । ଦ୍ଵିତୀୟ ଦିନ ମଧ୍ୟ ରାଜା ଆସି ସେମାନଙ୍କ ଉପରେ ଅତ୍ୟାଚାର କରାଇଲା । କିନ୍ତୁ ଦ୍ଵିତୀୟ ଦିନ ଯୁଵତୀମାନଙ୍କ ଅଵସ୍ଥା ଆହୁରି ଗୁରୁତର ହେଲାରୁ ସେମାନଙ୍କୁ ଡାକ୍ତର ଡକାଇ ପୁଣି ଚିକିତ୍ସା କରାଗଲା । ସେହିଦିନ ମଧ୍ୟ ରାତ୍ରରେ ଯୁଵତୀମାନଙ୍କୁ କୁଆଡେ଼ ନିଆଗଲା ତାହାର କୌଣସି ଆଧିକାରିକ ପ୍ରମାଣ ମିଳେ ନାହିଁ । ତେବେ
ଶୁଣାଯାଏ ସେମାନଙ୍କୁ କଟକ ତୁଳସୀପୁରରେ ଥିଵା ରାଜାଙ୍କ କୋଠିରେ କେତେଦିନ ଚିକିତ୍ସା କରି କଲିକତାରେ ଛାଡି଼ଦିଆଯାଇଥିଲା । ଏହା ମଧ୍ୟ ଶୁଣାଯାଏ ଯେ  ପରେ ସେହି ଦୁଇଜଣ ଯୁଵତୀଙ୍କ ମଧ୍ୟରୁ ଜଣେ ମରିଯାଇଥିଲା ଆଉ ରାଜନୈତିକ ଵିଭାଗରେ ଶଙ୍କରପ୍ରତାପ ଅନେକ ଅସୁଵିଧା ଓ ଅର୍ଥଶ୍ରାଦ୍ଧର ସମ୍ମୁଖୀନ ହୋଇଥିଲା ।

ଏ ଘଟଣା ଘଟିତ ହେଵାପରେ ଅଧିକାଂଶ ରାଜକର୍ମଚାରୀ ଆପଣାର ପିଲାଛୁଆଙ୍କୁ ନିଜ ପାଖରୁ ଵିଦା କରିଦେଇଥିଲେ । ସେତେବେଳେ ଢେଙ୍କାନାଳକୁ ବାହାର ଅଞ୍ଚଳର ଝିଅବୋହୂମାନେ ଆସିଵାକୁ ଭୟ କରୁଥିଲେ ।





                              ...ଘଟଣା — ୨...
       🔵🔵🔵🔵ଅତ୍ଯାଚାରିତା ଲାଵଣ୍ଯା🔵🔵🔵🔵
ଗଞ୍ଜେଇଡିହି ଗ୍ରାମର ଲାଵଣ୍ଯା ନାମ୍ନୀ ଏକ ଷୋଡ଼ଶୀ କନ୍ଯା ବନ୍ଧୁଘର ଯାଉଥିଵାବେଳେ ପିଶାଚ ରାଜାର କୁକୁରଙ୍କ ଦ୍ଵାରା ତାକୁ ନଵରକୁ ଉଠେଇ ନିଆଗଲା । ଏ ସମ୍ବାଦ ଲାଵଣ୍ଯାର ଘର ଲୋକ ଜାଣି ସୁଦ୍ଧା ରାଜା ଭୟରେ ନୀରଵ ରହିଲେ । ଜାତି ଵର୍ଣ୍ଣ ନିର୍ଵିଶେଷରେ ନାନା ଲୋକ ଓ ନଗରଵାସୀଙ୍କୁ ଦିନ ପରେ ଦିନ ଲାଵଣ୍ଯାର ଯୌଵନ ଉପଭୋଗ କରିଵାକୁ ବାଧ୍ଯ କରାଗଲା । ଉପଭୋଗକାରୀଙ୍କ ସଂଖ୍ଯା ଏକଶତରୁ ଅଧିକ ଥିଵା ଜଣାଯାଏ । ପରେ ଲାଵଣ୍ଯାକୁ ମୂଳ କରି ଅର୍ଥାଗମର ପନ୍ଥା ଆଵିଷ୍କାର କରାଗଲା । ଗଞ୍ଜେଇଡିହିରେ ଲାଵଣ୍ଯାର ଭାଇମାନେ ରାଜକର୍ମଚାରୀଙ୍କୁ ଅସହଯୋଗ କଲାରୁ ସେମାନଙ୍କୁ ନଵରକୁ ନେଇ ଆସି ତାଙ୍କ ଆଗରେ ଲାଵଣ୍ଯାକୁ ଠିଆ କରାଇ ଵ୍ଯଙ୍ଗ କରାଯାଇଥିଲା । ଏହି ଲାଵଣ୍ଯା ଦ୍ଵାରା ଅନେକ ଭଦ୍ରଵ୍ଯକ୍ତିଙ୍କ ନାମରେ
ମିଛ ଅଭିଯୋଗ କରାଯାଇ ଦଣ୍ଡିତ ଅପମାନିତ କରାଯାଇଥିଲା । ଲାଵଣ୍ଯା ଦ୍ଵାରା ଏଭଳି କେତେକ ଲୀଳା ଘଟାଇଲାପରେ ତାକୁ ଶେଷରେ ଜେଲ ଖଟାଇ ଦିଆଯାଇଥିଲା । ତାପରେ ଲାଵଣ୍ଯାର ଆଉ କୌଣସି ଖଵର ମିଳେନାହିଁ ।

ସେତେବେଳେ ଢେଙ୍କାନାଳରେ ନାରୀମାନଙ୍କ ଉପରେ ଏଇଭଳି ଅନେକ ଅତ୍ୟାଚାର ହେଉଥିଲା କିନ୍ତୁ ରାଜ୍ଯମଧ୍ଯକୁ ସମ୍ବାଦପତ୍ର ପ୍ରଵେଶ ନିଷେଧାଜ୍ଞା ଥିଵାରୁ ବାହାର ଜଗତକୁ ଏଇଭଳି ଅନେକ ଘଟଣା ଅଛପା ରହିଯାଉଥିଲା ।





(ତଥ୍ୟ— ଭୂଲିବୁ ନାହିଁ , ବ୍ରଜକିଶୋର ଧଳ)

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...