Friday, February 12, 2021

ରସଗୋଲା

ଡିବିରି ଆଲୁଅ ଯୁଗର କଥା । ଏକ ଦମ୍ପତ୍ତିଙ୍କ ଘରକୁ ଥରେ ରାଢ଼ଦେଶରୁ ଜଣେ ଅତିଥି ଆସିଲେ । ତାଙ୍କ ପାଇଁ ଛ’ ତୁଣ ନ’ ଭଜାର ଆୟୋଜନ ହୋଇଥାଏ ପୁଣି ତାଙ୍କର ସବୁଠାରୁ ପ୍ରିୟ ରସଗୋଲା ବି ପ୍ରସ୍ତୁତ ହୋଇ ରଖାଯାଇଥିଲା । 😌

ଅତିଥିକୁ ସବୁ ଖାଦ୍ୟ ଦରଵ ପରସା ଯାଇଥିଲା କିନ୍ତୁ ନୂଆଵୋହୂ ରସଗୋଲା ଦେଵାକୁ ଭୂଲିଯାଇଥାନ୍ତି । 🙄

ଅତିଥି ଜଣଙ୍କ ଲାଜରେ କିଛି କହିପାରୁନାହାନ୍ତି । ଶେଷକୁ ଗୋଟାଏ ଉପାୟ ପାଞ୍ଚି ବୋଇଲେ
“ଜାଣିଛ ! କାଲି ମୁଁ ମରୁ ମରୁ ଅଳ୍ପକେ ବଞ୍ଚିଗଲି”

ଘରର ମୁରବୀ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ

“କାହିଁକି ଵା କିୟଣ ହେଲା କି ?”🤔

ଅତିଥି— ଆରେ ଗୋଟାଏ ଲମ୍ବା କଳା ନାଗକୁ ବାଟରେ ହାବୁଡ଼ି ଯାଇଥେଲି ମ 🙄

ଜାଣିଚ କେତିକି ଲମ୍ବା 🤔

ହେଇ ଯୋଉ ସେଇଠି ହାଣ୍ଡିଟା ରଖା ହେଇଛି ଦେଖୁଚ
ହାଁ ! ସେତିକି ଲମ୍ବା 😝

ସେ ହାଣ୍ଡିରେ ତ ରସଗୋଲା ରଖାଯାଇଥିଲା

ଯେମିତି ଅତିଥି ହାଣ୍ଡି କଥା କହିଛନ୍ତି ଗିରସ୍ତ ଭାରିଜା ଦିହେଁ ଏକା ଵେଳକେ କହି ଉଠିଲେ “ଆଲୋ ଆଲୋ ରସଗୋଲା ତ ଦିଆ ହେଇନି ”😱😱😱

ଅତିଥି ମିଛଟାରେ ଅନିଚ୍ଛା ପ୍ରକାଶ କରି କହିଲେ
“ନାଇଁ ହୋ !  ଏତେ ଦରଵ ଖାଇ ପେଟ ଫାଟିଗଲାଣି ପା ଆଉ କିସ ପେଟରେ ଯାଗା ବଳିଛି ଯେ ଏତକ ଫିଣି ଭୁଞ୍ଜିଵାକୁ ହେଵ 🤭

ଗିରସ୍ତ ଭାରିଜା ଦିହେଁ କୋଉ ଛାଡୁଛନ୍ତି ଅନେକ ଅନୁନୟ ଵିନୟ କରି ଡକାହକା କଲେ ସେଇଠୁ ଅତିଥି ବୋଇଲେ ହେଲା ହେଲା ତୁମ୍ଭ କଥା ରହିଲା ଆଉ

ତାପରେ ଅତିଥି ମହା ଆନନ୍ଦରେ ରସଗୋଲା ଗେମ୍ପିଵାରେ ମଜ୍ଜିଗଲେ । ତାଙ୍କୁ ରସଗୋଲାଟା  ଏତେ ଭଲ ଲାଗିଲା ଯେ ଗଲାଵେଳେ ନୂଆଵୋହୂଙ୍କଠୁଁ ତାହାର ରନ୍ଧଣା ଵିଧି ଖଣ୍ଡିଏ ଭୋଜପତ୍ରରେ ଲେଖିନେଇ ଗଲେ । କୁହାଯାଏ ସେଇଦିନଠୁ କ୍ରମେ ରସଗୋଲା ଟା ରାଢ଼ଦେଶ ଓ ଗୌଡ଼ ଦେଶରେ ଲୋକପ୍ରିୟ ହେଵାକୁ ଲାଗିଲା ଆଉ ଆଜି ସାରା ଵିଶ୍ଵରେ ମିଠା ଭିତରେ ରଜା ରସଗୋଲା ବୋଲି ସୁନାମ ହୋଇଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...