Sunday, February 21, 2021

ଉଦବୋଧନୀ(ଉତ୍କଳମଣି ଗୋପବନ୍ଧୁ ଦାସ)


ହେଲଣି ତ ଏତେ ସରି ହେ ସୋଦର
ପୂର୍ଵ ଯଶୋରାଶି କାଳବଳେ ଆସି
ଗଲାଣି ତ ସବୁ ସରି ।ଘୋଷା ।

ତ୍ରିଵେଣୀ ତଟରୁ ଗୋଦାଵରୀ ଯାଏ
ଦିନେ ଭାଗ୍ୟ ଗରଵିନୀ,
ଆମ୍ଭ କର୍ମ ଦୋଷେ ଆଜି ସେ ଜନନୀ
ଆହା ପଥ ଭିକାରିଣୀ ।।୧।।

ପୂର୍ଵ କାରିଗରି ଵିହିନେ ସୁନ୍ଦରୀ
ଦିଶଇ କେଡେ଼ ମଳିନ

କାହିଁ ପୂର୍ଵ ଧନ
କାହିଁ ପୂର୍ଵ ପୁଣ୍ୟ
ଶୁଖିଛି ମୁଖ ନଳିନ ।।୨।।

ଅତୀତ କୀରତି ଅତୀତ ଵିଭୂତି
କି ହେଵ ଗାଇ କେଵଳ,
ପୂର୍ଵ ଆଦରଶେ ନଵୀନ ସାହସେ
ଦେଖାଇଵା ନିଜ ବଳ ।।୩।

ନକର ଆଳସ୍ଯ , ନ ହୁଅ ହତାଶ
ଶୁଭ ଯୋଗ ଉପଗତ
ଦେଖ ନଵଯୁଗେ ମହାକର୍ମ ଯୋଗେ
ମତ୍ତ ସମସ୍ତ ଜଗତ ।।୪।।

©ଉତ୍କଳ ମଣି ଗୋପବନ୍ଧୁ ଦାସ

ଵି;ଦ୍ର:-  ଏହି ଉଦବୋଧନୀ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଂକଳିତ “ଜାତୀୟ ସଂଗୀତ” ପୁସ୍ତକରୁ ଗୃହିତ ହୋଇଅଛି । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଂଗୀତ ମଧ୍ୟରେ ଏହା ଅନ୍ଯତମ ଅଟେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...