Thursday, December 23, 2021

ଵେଦରୁ ଭାଷା ସୃଷ୍ଟି ହୋଇଅଛି କି ?

ଏ ଦେଶରେ ଭାଷା ଚର୍ଚ୍ଚା ବହୁପ୍ରାଚୀନ । ଵେଦ ରଚନାର ବହୁପୂର୍ଵରୁ ବି ଭାଷା ଥିଲା ତେଣୁ ଉକ୍ତ ଭାଷାରେ ଵେଦ ରଚିତ ହୋଇପାରିଥିଲା । ଅତଏଵ୍ ଵେଦରୁ ଭାଷା ସୃଷ୍ଟି ହୋଇନାହିଁ ଵରଂ ତତ୍କାଳୀନ ଭାଷାର ପ୍ରୟୋଗରେ ଵେଦର ସୃଷ୍ଟି ।

ଵେଦ ମଧ୍ୟରେ ଭାଷା ଓ ଧ୍ୱନିତତ୍ବ ଵିଷୟରେ  ସୂକ୍ଷ୍ମ ଭାବରେ ଯେଉଁ କଥା କୁହାଯାଇଛି ତାହା ଆଜି ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ‌।

ଭାଷା ତଥା ଧ୍ଵନିତତ୍ତ୍ବ ସମ୍ବନ୍ଧରେ  ଋକଵେଦରେ ଶ୍ଲୋକଟିଏ ଅଛି

"ଚତ୍ୱାରିଶୃଙ୍ଘା ତ୍ରୟୋଽସ୍ଯ ପାଦା ଦ୍ୱେଶୀର୍ଷେ ସପ୍ତହସ୍ତାଂ ଶୋଷ୍ଯ |
ତ୍ରେଧାରଦ୍ଧୋ ଵୃଷଭୋ ଶ୍ବେରଵିତୀ ମହାଦେଵୋମର୍ତ୍ତ୍ଯାମାଵିଵେଶ ||" 

ଏହାର ଅର୍ଥ ...

ନାମ,ଅଖ୍ଯାତ,ନିପାତନ ଓ ଵିସର୍ଗ ଏହି ଚାରିଶୃଙ୍ଗଯୁକ୍ତ

ଅତୀତ,ଵର୍ତ୍ତମାନ ଓ ଭଵିଷ୍ଯତ ଆଦି ତିନିପାଦ ଵିଶିଷ୍ଟ

କାର୍ଯ୍ଯ ଓ ଅର୍ଥ ଦ୍ୱି ମସ୍ତକଧାରୀ

ଏବଂ

ପ୍ରଥମା ଠାରୁ ସପ୍ତମୀ ଵିଭକ୍ତି ଯାଏଁ ସପ୍ତହସ୍ତଯୁକ୍ତ ଭାଷାରୂପ ଜ୍ଯୋତିର୍ମୟ ଦେଵ ଵୃଷଭ ଵକ୍ଷ,କଣ୍ଠ ଓ ମୂର୍ଦ୍ଧାରେ ଆଵଦ୍ଧ ହୋଇ ପ୍ରାଣିଙ୍କ ମଧ୍ଯରେ ପ୍ରଵେଶ ହୋଇଲେ !

ଆପଣମାନେ ସାରା ପୃଥିଵୀର ପ୍ରାଚୀନ ଗ୍ରନ୍ଥ ଗୁଡି଼କରେ ଅଣ୍ଡାଳି ଆସନ୍ତୁ କିନ୍ତୁ ଋକଵେଦରେ ଭାଷା ସମ୍ବନ୍ଧରେ ଵର୍ଣ୍ଣିତ ଏହି ଶ୍ଲୋକଠାରୁ ଶ୍ରେଷ୍ଠ, ଉତ୍କୃଷ୍ଟ ଓ ଵୈଜ୍ଞାନିକ ଵିଶ୍ଲେଷଣ ଅନ୍ୟ କେଉଁଠି ପାଇବେ ନାହିଁ ।

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...