ଅତି ପ୍ରାଚୀନ କାଳରେ ପେଚାମାନେ ବହୁତ ହିଂସ୍ର ଥିଲେ ଏଵଂ ଦଳବଦ୍ଧ ହୋଇ ରହୁଥିଲେ । ସେମାନେ ଯେକୌଣସି ଜୀଵକୁ ମାରି ଖାଇଵାକୁ ପଛାଉ ନଥିଲେ । ଏକତା ଓ ହିଂସ୍ର ସ୍ଵଭାଵ ତାଙ୍କ ଜାତିର ପରିଚୟ ହୋଇଯାଇଥାଏ । ସଂସାରରେ କାଉମାନେ ନୂଆ ଥିଲେ ,ସେମାନେ ପେଚାମାନଙ୍କ ପରି ସେତେ ସଙ୍ଗଠିତ ନଥିଲା ।
ଦୁର୍ଭାଗ୍ୟକୁ ପେଚା ଓ କାଉମାନେ ଗୋଟିଏ ଗଛରେ ବସା ବାନ୍ଧିଥିଲେ । ସେ ଗଛଟି ଵିଶାଳ ଓ ଝାଙ୍କାଳିଆ ଥିଲା । ଗଛର ଉପରିଭାଗରେ ପେଚାମାନଙ୍କର ବସା ଥିଲା ଏଵଂ ତଳେ କାଉମାନେ ଵସାକରି ରହୁଥିଲେ ।
ପେଚାମାନଙ୍କର ମୁଖିଆ ନିଇତି କୌଣସି ନା କୌଣସି କୁଆକୁ ମାରି ଖାଇଯାଏ । କାଉମାନେ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଅନ୍ୟ ଵିକଳ୍ପ ଉଣ୍ଡିଵାକୁ ଲାଗିଲେ । ଜଣେ ପ୍ରୌଢ଼ କୁଆ କହିଲା ଚାଲ ଏ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିଵା କାରଣ କଥାରେ ଅଛି ପରା ଆପେ ବଞ୍ଚିଲେ ବାପର ନାଆଁ ,ଆଉ ଜଣେ ଯୁଵକାକ କହିଲା ପେଚାମାନେ ଅଵଶ୍ୟ ଶକ୍ତିଶାଳୀ କିନ୍ତୁ ଆମ ଜାତି ଵୀରମାନଙ୍କର ଜାତି ! ପଳାୟନ କରିଵା କୌଣସି ଵୀରକୁ ଆଦୌ ଶୋଭା ଦିଏନା ଚାଲ ଆମେ ଵରଂ ଯୁଦ୍ଧ କରିଵା । ପାଖରେ ବୁଢ଼ା ଡାମରା କାଉଟେ ଥିଲା । ସେ କହିଲା ଧେତ୍ ମାଟିମାଆକୁ କିଏ କ'ଣ ଛାଡ଼ି ଯିଵା କଥା ଆମେ ଏଇଠି ଜନମିଛେ ଏଇଠି ମରିଵା କିନ୍ତୁ ଅଯଥା ଯୁଦ୍ଧରେ ଗୁଡା଼ଏ ପ୍ରାଣହାନି ହେଵ । ତୁମେମାନେ ଗୋଟେ କାମ କର ଦୁଇ ଦଳ ହୋଇ କଳି ଝଗଡ଼ା ଲାଗ । ଏ ବରଗଛକୁ ଦଳେ ଅଶ୍ଵତ୍ଥ ଗଛ ବୋଲି କହି ଡେଇଁଵ ଆଉ ଦଳେ ଵିରୋଧୀ ସାଜି ବରଗଛ ସପକ୍ଷରେ ରହି ସେମାନଙ୍କର ଵିରୋଧ କରିଵ । ଗଛ ଉପରେ ଥାଇ ପେଚାଯାକ ତୁମ ପାଲା ଦେଖୁଥିଵେ ଏଵଂ ମନେ ମନେ ଭାବୁଥିଵେ ତମ ମଧ୍ୟରେ ଆଉ ଆଗଭଳି ଏକତା ନାହିଁ । କାଉମାନେ ସେଇଆ କଲେ । ସେ ଠକାର କଳି ଦେଖି କିନ୍ତୁ ଗଛ ଉପରେ ରହୁଥିଵା ପେଚାମାନେ କୁହାକୁହି ହେଉଥାନ୍ତି...
ଏଗୁରା କି ଉଦୁରମତା ହେଉଛନ୍ତି କିହୋ ! ଯାଗା ଆମର ଗଛ ଆମର ଏ ଶଳେ କାଉଗୁରା ଏଇ କିଛି ଵର୍ଷ ହେଵ କୁଆଡ଼ୁ ଚାଲି ଆସି ଆମ ଯାଗାରେ ରହି ଆମ ଯାଗାକୁ ଆମର ଆମର ଗାଇ ହେଉଛନ୍ତି ।
କିନ୍ତୁ ପେଚାମାନେ କାଉମାନଙ୍କର କୂଟ କପଟ ଜାଣିପାରିଲେ ନାହିଁ । ସେମାନେ ଭାବିଲେ ଏଗୁଡା଼ ପରସ୍ପରରେ ମାଡ଼ ହୋଇ ମଲେ ଵରଂ ଆମର ଲାଭ । ଏକେ ତ ଗୁଡା଼ଏ ଖାଦ୍ୟ ଵିନା ଶ୍ରମରେ ମିଳୁଥିଵ ପୁଣି ଶତ୍ରୁମାନେ ମଧ୍ୟ ଦୁର୍ଵଳ ରହିଥିଵେ । ଏମନ୍ତ ଵିଚାର କରି ପେଚାମାନେ ନିଶ୍ଚିନ୍ତରେ ରହିଲେ ।
ଏଣେ କାଉମାନେ ପେଚାମାନଙ୍କର ମନୋଭାବ ଜାଣିପାରି ଆପଣା ଭଵିଷ୍ୟତ ଯୋଜନା କାର୍ଯ୍ୟକାରୀ କରିଵାକୁ ଲାଗିପଡି଼ଥାନ୍ତି ।
ପେଚାମାନେ ତ ରାତ୍ରିଚର ଏଵଂ ଦିନରେ ଶୋଇଥାନ୍ତି କାଉମାନେ ଏହାର ସୁଯୋଗ ନେଇ ଦିନରେ ତାଙ୍କ ବଡ଼ ବସା ଚାରିପାଖ ଡାଳରେ ଗୁଡା଼ଏ କାଠିକୁଟା ଗଦେଇଵାକୁ ଲାଗିଲେ । ସନ୍ଧ୍ୟା ସୁଦ୍ଧା ପେଚାମାନଙ୍କର ବସା ଚାରିପଟେ ଗୁଡା଼ଏ କାଠିକୁଟା ଗଦା ହୋଇଯାଇଥାଏ । ଏପଟେ କେତୁଟା କାଉ ନିଆଁ ଆଣିଵାକୁ ଆଗ୍ନେୟଗିରି ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ପ୍ରାୟ ନିଆଁ ଲାଗେ ତେଣୁ ସେମାନେ ସେଠାରେ ଜଳୁଥିଵା ଖଣ୍ଡେ ଜଳନ୍ତା କାଠି ଉଠେଇ ଆଣି ସନ୍ଧ୍ୟା ପୂର୍ଵରୁ ଫେରି ଆସିଲେ ।
ଯୋଜନା ଅନୁସାରେ ପେଚାମାନେ ଚେଇଁଵା ଆଗରୁ ତାଙ୍କ ବସା ଚାରିପଟେ ନିଆଁ ଲଗେଇ ଦିଆଗଲା । ନିଆଁ ଧାସ ବାଜି ପେଚାମାନଙ୍କର ନିଦ ଭାଙ୍ଗିଗଲା । ସେମାନେ ନିଆଁରୁ ଵର୍ତ୍ତିଵା ପାଇଁ
ଆପ୍ରାଣ ଉଦ୍ୟମ କଲେ କିନ୍ତୁ ଅଧିକାଂଶ ପୋଡ଼ି ମରିଗଲେ । ଆଉ କାଉ ମାନେ ? ସେମାନେ ତ ପେଚାମାନଙ୍କର ସର୍ଵନାଶ କରିଵା ଚେଷ୍ଟାରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ବରଗଛଟିକୁ ଵିପଦରେ ପକାଇଦେଲେ ଏଵଂ ନିଜ ବସା ମଧ୍ୟ ହରାଇଲେ । ସେଇଦିନଠାରୁ ପେଚାମାନେ ଏକତ୍ର ରହିଵା ଛାଡି଼ଦେଲେ କିନ୍ତୁ କାଉ ଓ ପେଚାମାନଙ୍କର ଶତ୍ରୁତା ଆଜି ବି ଯଥାଵତ୍ ରହିଛି । ସେମାନଙ୍କ ମଧ୍ୟରେ ରହ ଯିଏ ଯେତେବେଳେ ସୁଵିଧା ପାଉଛି ଅନ୍ୟ ଉପରେ ଦାଉ ସାଧୁଛି ।
⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛
🔵◾◾◾◾◾◾ଵିଶେଷ ଦ୍ରଷ୍ଟଵ୍ୟ◾◾◾◾🔵
🔴ଆଧାର🔴
ଆଜକୁ ପ୍ରାୟ ଷାଠିଏ ମିଲିୟନ ଵର୍ଷ ପୂର୍ଵେ
ମଧ୍ୟ-ପେଲେଓସନ୍( Middle Paleoceon) ଯୁଗରେ ଷ୍ଟ୍ରିଗିଫର୍ମସ୍(Strigiformes) ଵା ପେଚା ଜାତୀୟ ପକ୍ଷୀମାନେ ଵିଵର୍ତ୍ତନ ଯୋଗୁଁ ଜାତ ହୋଇଥିଲେ । ତାହାର ପାଞ୍ଚ ମିଲିୟନ ଵର୍ଷ ପରେ ପ୍ରାରମ୍ଭିକ ଇଓସେନ୍(Eocen) ଯୁଗରେ Passeriformes(ଶୁକ,କାକ) ଜାତୀୟ ପକ୍ଷୀ ଜାତ ହେଵାକୁ ଲାଗିଲେ । ତେଣୁ ସଂସାରକୁ ପେଚାମାନେ ଆସିଵାର ଅନେକ ଵର୍ଷ ପରେ କାକମାନଙ୍କର ସୃଷ୍ଟି ହୋଇଥିଲା ।
🔴ମୂଳ ଗଳ୍ପ🔴
ଏହି ଗଳ୍ପଟି ପଞ୍ଚତନ୍ତ୍ରର ଏକ ଗଳ୍ପ ଆଧାରରେ ରଚିତ ହୋଇଅଛି । ମୂଳ ଗଳ୍ପରେ ଗୋଟିଏ ବୁଢ଼ା କାଉ ପେଚାମାନଙ୍କର ଵିଶ୍ଵାସ ଜିତି ସେମାନଙ୍କ ସହିତ ଯାଇ ରହୁଛି । ସେ କାଉଟି ପେଚାମାନଙ୍କର ଜଗୁଆଳି କାମ କଲା ଏଵଂ କାଠି କୁଟା ମଧ୍ୟ ସଂଗ୍ରହ କରି ପେଚାମାନଙ୍କ ବସା ପାଖରେ ରଖିଲା । । ପେଚାମାନେ ତାକୁ ସେ କୁଟାକାଠି ଵିଷୟରେ ପଚାରିଵାରୁ ସେ ନିଜପାଇଁ ବସାଟିଏ କରିଵାକୁ ଏସବୁ ଯୋଗାଡ଼ କରୁଛି ବୋଲି ଜଣାଇଲା । ଦିନେ ଅନେକ କୁଟାକାଠି ଯୋଗାଡ଼ ହୋଇଗଲାରୁ କାଉମାନେ ଏକାଠି ହୋଇ ପେଚାମାନଙ୍କର ବସାରେ ନିଆଁ ଲଗାଇଦେଲେ ଏଵଂ ସେ ନିଆଁରେ ଜଳିପୋଡି଼ ଅନେକ ପେଚା ମରିଗଲେ ।
🔴କାଉ-ପେଚାଙ୍କ ଶତ୍ରୁତାର ପ୍ରକୃତ କାରଣ🔴
ପେଚାମାନେ ରାତ୍ରିଚର ଏଵଂ ରାତିରେ କାଉମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ମାରି ଦେଉଥିଵା ହେତୁ କାଉମାନେ ପେଚାଙ୍କୁ ଦେଖିଲେ ମାରି ଗୋଡା଼ନ୍ତି ।
🔴ଗଳ୍ପର ଶିକ୍ଷା🔴
ଶତ୍ରୁକୁ କେବେ ବି ଦୁର୍ଵଳ ଭାବିଵା ଉଚିତ୍ ନୁହେଁ । ଅନ୍ଯର କ୍ଷତି କରିଵା ଚେଷ୍ଟାରେ ନିଜର ମଧ୍ୟ କ୍ଷତି ହୋଇପାରେ । ଶତ୍ରୁତାକୁ ପ୍ରତିଶୋଧ ନେଇ କେବେବି ଶେଷ କରାଯାଇ ପାରେନାହିଁ ।
🔴ଗଳ୍ପର ଗୁପ୍ତ ସନ୍ଦେଶ🔴
ଓଡ଼ିଆ ଜାତି ମଧ୍ୟ ଓଡ଼ିଶାର ଵିଚ୍ଛିନ୍ନତାଵାଦୀଙ୍କୁ ଦୁର୍ଵଳ ନଭାବି ସେମାନଙ୍କର ଉଭୟ ଅସି ଓ ମସି ଚାଳନାଦ୍ଵାରା ସର୍ଵନାଶ କରିଵା ଵିହିତ କର୍ତ୍ତଵ୍ୟ ଅନ୍ୟଥା ପେଚାମାନଙ୍କ ପରି ଓଡ଼ିଆ ଜାତିର ମଧ୍ୟ ଅଶେଷ କ୍ଷତି ଘଟିଵାର ସମ୍ଭାଵନା ରହିଛି ।
⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛
No comments:
Post a Comment