Publius Licinius Egnatius Gallienus
୨୧୮ରୁ ୨୬୮ ଖ୍ରୀଷ୍ଟାବ୍ଦ ଯାଏଁ ରୋମ ସାମ୍ରାଜ୍ୟର ଶାସକ ଥିଲେ । ସେହି ସମୟର କଥା । ଗୋଟିଏ ବେପାରୀ ଅନେକଵର୍ଷ ହେଵ ରୋମ ନଗରରେ ଲୋକଙ୍କୁ ଠକି ଅସଲି କହି ନକଲି ଗହଣା ବ୍ରିକି କରୁଥିଲା ।
ଦିନେ ସମ୍ରାଟଙ୍କ ଲୋକ ତାକୁ ପ୍ରାମାଣ ସହ ଧରି ରୋମର ତତ୍କାଳୀନ ସମ୍ରାଟ Gallienusଙ୍କ ପାଖକୁ ନେଇଗଲେ । ସମ୍ରାଟ୍ ବେପାରୀକୁ ଅଭିଯୁକ୍ତ ଘୋଷଣା କରି ଆଦେଶ ଦେଲେ ଏହି ଠକକୁ Arenaରେ ରଖାଯାଇଥିଵା ସିଂହ ଆଗରେ ଛିଡ଼ା କରାଅ ।
ସେ ସମୟରେ ରୋମରେ ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ଦିଆଯାଉଥିଲା ଏଵଂ ଅପରାଧୀମାନେ ବଞ୍ଚିଵାପାଇଁ ସଂଗ୍ରାମ କରିଵାକୁ ବାଧ୍ୟ ହେଉଥିଲେ । ରୋମନଗରର ଲୋକ ଅଭିଯୁକ୍ତର ଶେଷ ଯୁଦ୍ଧ ଦେଖିଵାକୁ ଦର୍ଶକ ସାଜି ପଡି଼ଆ ଚାରିପଟେ ଉଚ୍ଚ ସ୍ଥାନରେ ବସିଯାଉଥିଲେ ।
ଅଭିଯୁକ୍ତ ବେପାରୀକୁ ଅରିନାରେ ଥିଵା ଏକ ଆଵଦ୍ଧ ପଡି଼ଆରେ ଛାଡ଼ି ଦିଆଗଲା । ଦର୍ଶକ ଉତ୍ସୁକତାର ସହିତ ସିଂହ ଓ ଅଭିଯୁକ୍ତର ଯୁଦ୍ଧ ଦେଖିଵାକୁ ଅପେକ୍ଷା କରିଥାନ୍ତି । ଏତିକିବେଳେ ସିଂହ ରହୁଥିଵା ବଡ଼ ଘରାର ଫାଟକ ଖୋଲିଗଲା ଏଵଂ ତା ମଧ୍ୟରୁ ଗୋଟିଏ ଗଞ୍ଜା ବାହାରି ଆସି ଠିଆ ହେଲା 😃
ଦର୍ଶକ ଆବାକାବା ହୋଇ ପରସ୍ପରର ମୁହଁ ଚହାଁଚୁହିଁ ହୋଇଗଲେ । କେହି କିଛି ବୁଝିପାରୁନାହାନ୍ତି । ଏତିକିବେଳେ Gallienus ଲୋକଙ୍କୁ ସମ୍ବୋଧନ କରି କହିଲେ ..."ଏ ଲୋକ ଅନେକ ଵର୍ଷଧରି ରୋମଵାସୀଙ୍କୁ ଠକି ଆସିଥିଲା ଏଣୁ ତାକୁ ସେଥିପାଇଁ ସିଂହ କହି ଗଞ୍ଜାର ସାମ୍ନା କରାଇ ଠକିଦିଆଗଲା ।”
No comments:
Post a Comment