Sunday, June 13, 2021

ଭୁଆ ଓ କୁକୁଡ଼ା

ଭୂଆ ଓ କୁକୁଡ଼ା ମିତ ବସିଥିଲେ | କିଛି ଲୋକ ସ୍ବାର୍ଥସାଧନ ହେତୁ ବନ୍ଧୁ ହୁଅନ୍ତି | ଭୂଆର କୁକୁଡ଼ାକୁ ଖାଇବା ଇଛା ଥିଲା ଏବଂ କୁକୁଡ଼ା ଅନ୍ଯ ହିଂସ୍ରଜନ୍ତୁଙ୍କଠୁଁ ବଞ୍ଚିବାକୁ ଚାହୁଁଥିଲା ତେଣୁ ଉଭୟଙ୍କ ମଧ୍ଯରେ ମିତ୍ରତା ହୋଇଥିଲା | ଏମିତି କେତେ ଦିନ ଗଲା | ଥରେ ଉଭୟ ଜଙ୍ଗଲରେ ବୁଲୁଥାନ୍ତି କିନ୍ତୁ ଖାଇବାକୁ କିଛି ମିଳୁନଥାଏ | ଏମିତି ଚାଲୁଚାଲୁ ସେମାନେ ଗୋଟିଏ ବଡ଼ ଗାତ ଦେଖିବାକୁ ପାଇଲେ | ସେ ଗାତ ଭିତରେ ମୂଷାଟିଏ ଥାଏ | ଭୂଆଟା କୁକୁଡ଼ାକୁ କହିଲା ବନ୍ଧୁ ତୁମେ ଗାତକୁ ଡେଇଁ ତାକୁ ସହଜରେ ଧରିପାରିବ ମାତ୍ର କୁକୁଡ଼ାକୁ ସନ୍ଦେହ ହେଲା | ବିଡ଼ାଳ ଜାତି ମୂଷା ଧରିବାରେ ଦକ୍ଷ ଇଏ ନିଶ୍ଚେ ମୋତେ ଖାଇବା ମନ କରିଛି ତେଣୁ କୁକୁଡ଼ା କପଟ ଆଚରଣ କରି କହିଲା ତମେ ଏଠି ଜଗିରୁହ ମୁଁ ଗାଧୋଇ ଆସେ | କୁକୁଡ଼ା ପାଣିରେ ବୁଡ଼ି ବୁଡ଼ି ଅନେକ ସମୟ ଗାଧୋଇଲା | ମୂଷାକୁ ଗିଳି ଭୂଆଟା ଆସି କୁକୁଡ଼ାକୁ ବୋଇଲା ବନ୍ଧୁ ତମେ ବିଳମ୍ଭ କଲାରୁ ମୂଷାଟା ଗାତ ଭିତରେ ଆଉ ଏକ ଛୋଟ ଗାତକରି ପଶିଯାଇଛି | ଶିଘ୍ର ଆସ ଆମେ ତାକୁ ଧରିବା ନହେଲେ ସେ କୁଆଡ଼େ ଚାଲିଯିବ |  ବିଲେଇ ପାଟିରେ ରକ୍ତ ଲାଗିଥିଲା କୁକୁଡ଼ା ତାହା ଦେଖିପାରିଲା | ସେ ପୁଣି କପଟ ଆଚରଣ କରି କହିଲା ମୋ ପକ୍ଷୀ ଓଦା ହୋଇଗଲା ମୁଁ ଆଗେ ତାକୁ ଶୁଖାଇ ସାରେ ତାପରେ ମୂଷା ଧରିବାକୁ ଯିବା | କୁକୁଡ଼ା ଗୋଟାଏ ଛୋଟ ଗଛର ଶାଖାକୁ ଉଠିଯାଇ ସେଠି ବସି ରହିଲା | ଭୂଆକୁ ତ ଭାରି ଭୋକ ସେ କୁକୁଡ଼ା ଖାଇବ ବୋଲି ମନେ ମନେ ଆନନ୍ଦ ମାନରେ ଆଖି ମୁଦି ପାଟି ଆଁ କରି ତଳେ ଠିଆ ହୋଇଥାଏ | କୁକୁଡ଼ାର ପର ଆଉଟିକିଏ ଶୁଖିଗଲାରୁ ସେ କ'ଣ କଲା ନା ଏମିତି ବାଗରେ ହଗିଲା ଯେ ତା ବିଷ୍ଟା ଯାଇ ଭୂଆ ପାଟିରେ ପଡ଼ିଲା | ଭୂଆ କିଛି ବୁଝିବା ଆଗରୁ କୁକୁଡ଼ା ସେଇଠୁ ଆଉ ଏକ ବଡ଼ ଗଛକୁ ଉଡ଼ିଗଲା |

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...