Sunday, June 13, 2021

ଭାଲୁର ଗଛ ଚଢ଼ା

ଭାଲୁ ଓ କାଇ ଦି ସଙ୍ଗାତ | ଦିନେ ଭାଲୁଟା  କାଇ ଆଗରେ ମହୁଫେଣା ଭାଙ୍ଗି ଖାଇଲା ତାକୁ ଦେଲାନି | କାଇର ଭାରି ରାଗ ହେଲା କିନ୍ତୁ ଏଡ଼ିକି ଛୋଟିଆ ଜୀବ ଭାଲୁର କାଣା କରିପାରେ ?

କାଇ ଡିମିରି ଗଛରେ ରହେ ଯେ ସେ ଗଛରେ ଡିମିରି ହେଲା | ଭାଲୁ ଡିମିରି ଖାଇବାକୁ ମନ କଲା ହେଲେ ତାକୁ ତ ଗଛ ଚଢ଼ା ଆସେନି କିସ କରିବ ?
ତା ସାଙ୍ଗ କାଇକୁ କହିଲା ମୋତେ ଟିକିଏ ଗଛ ଚଢ଼ା ଶିଖାଇ ଦିଅନ୍ତନି !

କାଇ କହିଲା ଏ ଗଛକୁ ଚଢ଼ିବା ବହୁତ ସହଜ ମାତ୍ର ପିଚା ଉପରକୁ ମୁଣ୍ଡ ତଳକୁ କରି ଚଢ଼ିବାକୁ ହେବ !

ଭାଲୁ ସେମନ୍ତ କଲା ମୁଣ୍ଡ ତଳକୁ କରି କିଛି ବାଟ ଚଢ଼ିଗଲା ...
ହେଲେ
ଏତିକି ବେଳେ କାଇ ଆସି ତା ଗାଣ୍ଡିକି ରୁଟ୍ କରି କାମୁଡ଼ି ଦେଲା ଯେ ଭାଲୁ କ୍ଯଣ କ୍ଯଣ ବୋଲି ବ୍ରହ୍ମକଚଡ଼ା ପଡ଼ିଲା

ଭାଲୁର ଗୋଡ଼ ଭାଙ୍ଗିଗଲା ଦାନ୍ତ ଦିଟା ଗଳି ପଡ଼ିଲା ସେ ରାଗିକି କାଇକୁ କହିଲା
ହେଇବେ ମେଞ୍ଚଡ଼ ପୋକ ତୋର ତ କମ୍ ସାହସ ନୁହେଁ ମୁଁ ତୋର କାଇଟା କ୍ଷତି କଲି ଯେ ମୋତେ ତୁ କାମୁଡ଼ି ଦେଲୁ କିରେ
ସେଇଠୁ କାଇ ତାକୁ କହୁଛି
ନାଇଁ ମ ସାଙ୍ଗ ଏ ଗଛରେ କଅଣ ମୁଁ ଏକେଲା ରହୁଛି ? ଏଠି ଲକ୍ଷେ ହେରିକା କାଇ ଥିବେ ଆଉ କିଏ କାମୁଡ଼ି ଥିବ ନା ଆଉ !!!

ଭାଲୁ ବିଚରା ଆଉ କି କରେ ଭାଗ୍ଯ ଆଦରି ଘରକୁ ଗଲା !

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...