କୁଲଡ଼ ନିକଟରେ ଧନଞ୍ଜୟପୁର ନାମରେ ଏକ ଶାସନ । ସେଠାରେ ଥିଲେ ଜଣେ ବୁଢ଼ା ବ୍ରାହ୍ମଣ । ସେ ଜଣେ ଦେଵୀ ଭକ୍ତ, ଅତିନିଷ୍ଠାରେ ବାଘ୍-ଦେଵୀଙ୍କୁ ପୁଜାକରୁଥିଲେ ।
ଦିନକର ଘଟଣା । ବ୍ରାହ୍ମଣଜଣକ ବାଘ୍'ଦେଵୀଙ୍କୁ ଭୋଗ ଦେଵା ପାଇଁ ଏକ ହାଣ୍ଡି ମଦ୍ୟ ଓ ଶଗଡ଼େ କଦଳୀ ଆଣି ଥୋଇଛନ୍ତି, ପୁଜା ଶେଷ ହେଲେ ତାହା ଭେଗଦିଆଯିବ । ମନ୍ତ୍ର ପଢ଼ି ଧୂପ, ଦୀପ, ମାଳାଦି ଅର୍ପଣ କରସାରି ନୈଵେଦ୍ୟ ଦେଲେ । ନୈଵେଦ୍ୟରେ ପାଣି ବୁଲାଇସାରି ଆଖି ବୁଜି ପ୍ରଣାମକଲେ । ପ୍ରଣାମକରି ଉଠି ଆଖି ଖୋଲି ଦେଖନ୍ତି ତ ଆଉ ଗୋଟିଏ ହେଲେ କଦଳୀ କିମ୍ବା ଠୋପାଏ ହେଲେ ମଦ୍ୟ ନାହିଁ । ବାଘଦେଵୀ ସବୁ ଖାଇ ଓ ପିଇସାରିଛନ୍ତି ବୋଲି ବ୍ରାହ୍ମଣ ଜାଣି ମହାଖୁସି ହେଲେ । ସେ ଦେଖିଲେ ପ୍ରକୃତରେ ବାଘଦେଵୀଙ୍କ ମୁହଁ ହସ ହସ ଦଶୁଛି |
ବାଘଦେଵୀଙ୍କ ଇଚ୍ଛା ଜାଣି ତାପରଦିନ ମଧ୍ୟ ବ୍ରାହ୍ମଣ ସମ ପରିମାଣର କଦଳୀ ଓ ମଦ୍ୟ ନେଇ ଭେଗ ଲଗେଇଲେ । ସେ ଦିନ ମଧ୍ୟ ବାଘଦେଵୀ ସବୁ ଶେଷକରିଦେଲେ ।
ତୃତୀୟ ଦିନ ସେଇମିତି ଭେଗ ଲଗେଇଲେ । କିନ୍ତୁ ପ୍ରଣାମ କରୁଥିଵା ଅଵସ୍ଥାରେ ବ୍ରାହ୍ମଣ ଚୋରା ଆଖିରେ ଦେଵୀଙ୍କୁ ଚାହିଁଦେଲେ । ଦେଖିଲେ, ଦେଵୀ ସତକୁ ସତ ନିଜ ରୁପ ଧରି ଖାଉଛନ୍ତି ।
ସବୁ ଖାଇସାରି ମଦ୍ୟପାନ କଲାବେଳେ ବ୍ରାହ୍ମଣ ଦେଖୁଚି ବୋଲି ଦେଵୀ ଜାଣି ପାରିଲେ । ସେ ରାଗିଯାଇ କହିଲେ—‘‘ଦେ, ଆଉ କଣ୍ ଖାଇବି ଦେ ।’’ ବ୍ରାହ୍ମଣ ଡରିଯାଇ; କଣ କରିଵେ ଭବିପାରଲେ ନାହିଁ । ନିକଟରେ ଏକ ସରୋଵର ଥିଲା । ବ୍ରାହ୍ମଣ ସେଇ ଆଡ଼କୁ ହାତ ଦେଖାଇଦେଲେ ଏବଂ ଭୟରେ ଆଖି ବୁଜି ଦେଵୀଙ୍କ ପାଦ ତଳେ ଶୋଇଗଲେ । କିଛି ସମୟ ପରେ ଉଠି ଦେଖିଲେ ସେ ପୋଖରୀରେ ଠୋପାଏ ହେଲେ ପାଣି ନାହିଁ । ଦେଵୀ ସବୁ ପିଇଦେଇଛନ୍ତି ।
No comments:
Post a Comment