Wednesday, July 21, 2021

ବିଲୁଆର ବୁଦ୍ଧି

ଥରେ ବାଘର ଗୁମ୍ଫା ଭିତରେ ଭୁଲଵଶତଃ ଗୋଟିଏ ବିଲୁଆ ପଶିଥିଲା । ଏତିକି ବେଳେ ବାଘ ଶିକାର କରି ଫେରୁଥାଏ । ଗୁମ୍ପା ଆଡ଼କୁ କାହାର ପାଦ ଚିହ୍ନ ଯାଇଛି ଜାଣି ସେ ଗୋଟିଏ ରଡି ଛାଡ଼ିଲା । ଗୁମ୍ପା ଭିତରେ ଏଣେ ବିଲୁଆର ଅଵସ୍ଥା କହିଲେ ନସରେ । ବାଘ ଗୁମ୍ଫା ଭିତରକୁ ପଶଲେ ତାକୁ ତ ନିଶ୍ଚେ ମାରି ଖାଇଦଵ । ତେବେ ବିଲୁଆ  ବଡ଼ ବୁଦ୍ଧିମାନ ସେ ଗୋଟିଏ ଉପାୟ ପାଞ୍ଚିଲା  ।  ଗୁମ୍ଫା ଭିତରୁ ବଡ଼ ପାଟିରେ କହିଲା

“ଆଖି ମଟମଟ କାନ ପଟପଟ,
ଆଣଟିରେ ସେ ତେନ୍ତୁଳୀ ଛାଟ,
ସିଂହ ମାଇଲି ଶାର୍ଦୁଳ ମାଇଲି
  କାହିଁ ଗଲା ସେ ଶଳା ବାଘ ।”
 
ବାଘ ଏକଥା ଶୁଣିକରି ଶଙ୍କିଗଲା, ଗୁମ୍ଫାରେ ଏଇନାଗେ ମୋଠୁ ବେଶି ବଳୁଆ ଜୀଵଟେ ଅଛି ଆଉ ଭିତରକୁ ଗଲେ ସେ ମତେ ଖାଇଦେଵ ବୋଲି ଵିଚାରକରି ଭୟରେ ଲାଙ୍ଗଡ଼ ଜାକି ବୋପାଲୋ ମାଆଲୋ କହି ପଳାଇ ଗଲା ।

No comments:

Post a Comment

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...