Friday, July 2, 2021

ଉଡ଼ିଗଲା ଗେଣ୍ଡାଳିଆ

ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି ।

#ଉଡି଼ଗଲା_ଗେଣ୍ଡାଳିଆ

ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ
ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି । ୧ ।
ଉଡି଼ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
ତୁ ରହିଲୁ ପରଦେଶେ ମୁଁ ରହିଲି ଘର । ୨ ।
ଉଡ଼ିଗଲା ଗେଣ୍ଡାଳିଆ  ବସିଗଲା ଡାଳେ
ଭାଇ ଵିହୁନେ ଭାଉଜ କାନ୍ଦନ୍ତି ଵିକଳେ । ୩ ।
ଉଡ଼ିଗଲା ଗେଣ୍ଡାଳିଆ ପଡ଼ିଗଲା ଛାଇ
ଭାଇଙ୍କି ରଖିଛି କିଏ ଵିଦେଶେ ଭୁଲେଇ । ୪ ।
ଉଡ଼ିଗଲା ଗେଣ୍ଡାଳିଆ ମେଲି ଦେଲା ଥଣ୍ଟ
ବୋପାଘର ଭାରେ ଭାଉଜ ବାନ୍ଧିଛନ୍ତି ଆଣ୍ଟ । ୫ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପକ୍ଷୀ
ନାନୀ ମୋର କାନ୍ଦୁଅଛି ବୁଢ଼ାବର ଦେଖି । ୬ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭୁଲିଲୁ ତୁ ସତେ ସୁଖୀ ତୋଳି ନୂଆଘର । ୬ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡି ଦେଇ ପର
ଜେମାଦେଇ କାନ୍ଦୁଛନ୍ତି ଦେଖି ବୁଢ଼ାବର । ୮।


1 comment:

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...