Thursday, July 1, 2021

ଉତ୍ଥାନ ସଙ୍ଗୀତ (ଫକୀରମୋହନ ସେନାପତି)

ଵ୍ୟାସକଵି ଫକୀରମୋହନ ସେନାପତିଙ୍କ "ଉତ୍ଥାନ ସଙ୍ଗୀତ" ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଛୋଟିଏ ଏଵଂ ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ ।

    🔴🔴🔴🔴ଉତ୍ଥାନ ସଙ୍ଗୀତ🔴🔴🔴🔴
                       (ନଟଵାଣୀ ଵୃତ୍ତ)
         ଵ୍ୟାସକଵି ଫକୀରମୋହନ ସେନାପତି

ଉଠ ଭାଇମାନେ, ଚାହଁ ଆଖି ମଳି,
                   ଜାତିର ଦୁର୍ଦ୍ଦଶା ପଡ଼ିଲା ଯେ ବଳି ।
ଶୁଣ ହାହାକାର ପଡ଼ିଛି ଦେଣରେ,
               ହା ଅନ୍ନ ! ହା ଅନ୍ନ ! ସକଳ ମୁଖରେ ।
ଗଞ୍ଜନା ଭର୍ତ୍ସନା ଅନ୍ୟ ଜାତିଠାରେ
               ପାଇ ଶୁଣି କି ହେ ନ ଭାଳୁଛ ବାରେ ?
ପଢ଼ ରାଜଭାଷା ଅଛି ତହିଁ ଲାଭ,
                   ମାତ୍ର ନ ହରାଅ ଜାତୀୟ ସ୍ଵଭାଵ ।
ହେଵ ଭାଳ କାଳେ ସଭ୍ୟ ଭଵ୍ୟ ପରା ?
                     ଆବୋରି ନ ବସ ପରର ପସରା ।
ନ କରିଲେ ମାତୃଭାଷାର ଉନ୍ନତି,
                    ଘୁଞ୍ଚିଵ କି କେବେ ଦେଶର ଦୁର୍ଗତି ?
ଉଠ ଉଠ କର ସାହସ ସମ୍ବଳ,
                    ସାଧିଵ ସ୍ଵକାର୍ଯ୍ୟ ଆପଣେ କେଵଳ

🔵🔵🔵🔵🔵🔵🔵🔵🔵🔵🔵🔵

(ଵି:ଦ୍ର—ପ୍ରୋକ୍ତ ଗୀତିକଵିତା ରଚନା ସମୟରେ ଇଂରାଜୀ ଭାରତର ମୁଖ୍ୟ ରାଜଭାଷା ଥିଲା । )

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...