ଏ ଦେଶରେ ଭାଷା ଚର୍ଚ୍ଚା ବହୁପ୍ରାଚୀନ । ଵେଦ ରଚନାର ବହୁପୂର୍ଵରୁ ବି ଭାଷା ଥିଲା ତେଣୁ ଉକ୍ତ ଭାଷାରେ ଵେଦ ରଚିତ ହୋଇପାରିଥିଲା । ଅତଏଵ୍ ଵେଦରୁ ଭାଷା ସୃଷ୍ଟି ହୋଇନାହିଁ ଵରଂ ତତ୍କାଳୀନ ଭାଷାର ପ୍ରୟୋଗରେ ଵେଦର ସୃଷ୍ଟି ।
ଵେଦ ମଧ୍ୟରେ ଭାଷା ଓ ଧ୍ୱନିତତ୍ବ ଵିଷୟରେ ସୂକ୍ଷ୍ମ ଭାବରେ ଯେଉଁ କଥା କୁହାଯାଇଛି ତାହା ଆଜି ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ।
ଭାଷା ତଥା ଧ୍ଵନିତତ୍ତ୍ବ ସମ୍ବନ୍ଧରେ ଋକଵେଦରେ ଶ୍ଲୋକଟିଏ ଅଛି
"ଚତ୍ୱାରିଶୃଙ୍ଘା ତ୍ରୟୋଽସ୍ଯ ପାଦା ଦ୍ୱେଶୀର୍ଷେ ସପ୍ତହସ୍ତାଂ ଶୋଷ୍ଯ |
ତ୍ରେଧାରଦ୍ଧୋ ଵୃଷଭୋ ଶ୍ବେରଵିତୀ ମହାଦେଵୋମର୍ତ୍ତ୍ଯାମାଵିଵେଶ ||"
ଏହାର ଅର୍ଥ ...
ନାମ,ଅଖ୍ଯାତ,ନିପାତନ ଓ ଵିସର୍ଗ ଏହି ଚାରିଶୃଙ୍ଗଯୁକ୍ତ
ଅତୀତ,ଵର୍ତ୍ତମାନ ଓ ଭଵିଷ୍ଯତ ଆଦି ତିନିପାଦ ଵିଶିଷ୍ଟ
କାର୍ଯ୍ଯ ଓ ଅର୍ଥ ଦ୍ୱି ମସ୍ତକଧାରୀ
ଏବଂ
ପ୍ରଥମା ଠାରୁ ସପ୍ତମୀ ଵିଭକ୍ତି ଯାଏଁ ସପ୍ତହସ୍ତଯୁକ୍ତ ଭାଷାରୂପ ଜ୍ଯୋତିର୍ମୟ ଦେଵ ଵୃଷଭ ଵକ୍ଷ,କଣ୍ଠ ଓ ମୂର୍ଦ୍ଧାରେ ଆଵଦ୍ଧ ହୋଇ ପ୍ରାଣିଙ୍କ ମଧ୍ଯରେ ପ୍ରଵେଶ ହୋଇଲେ !
ଆପଣମାନେ ସାରା ପୃଥିଵୀର ପ୍ରାଚୀନ ଗ୍ରନ୍ଥ ଗୁଡି଼କରେ ଅଣ୍ଡାଳି ଆସନ୍ତୁ କିନ୍ତୁ ଋକଵେଦରେ ଭାଷା ସମ୍ବନ୍ଧରେ ଵର୍ଣ୍ଣିତ ଏହି ଶ୍ଲୋକଠାରୁ ଶ୍ରେଷ୍ଠ, ଉତ୍କୃଷ୍ଟ ଓ ଵୈଜ୍ଞାନିକ ଵିଶ୍ଲେଷଣ ଅନ୍ୟ କେଉଁଠି ପାଇବେ ନାହିଁ ।
No comments:
Post a Comment