Friday, August 14, 2020

ଆମ ଦେଶରେ ଏଇ ଚାରୋଟି ଗଛର ଫୁଲକୁ ବ୍ରହ୍ମକମଳ କହିଥାନ୍ତି

ଆମ ଦେଶରେ ଅନେକ ପ୍ରକାରର ପୁଷ୍ପକୁ ବ୍ରହ୍ମକମଳ କହୁଛନ୍ତି ।
ଚାରୋଟି ଭିନ୍ନ ଭିନ୍ନ ଫୁଲର ଚିତ୍ର ଏଠାରେ ଦିଆଯାଇଛି ଯାହା
ଅଞ୍ଚଳଭେଦରେ ବ୍ରହ୍ମକମଳ ଭାବେ ଵିଦିତ ହୋଇଥାଏ ।



(ଚିତ୍ର-୧)
ଏହାର ଵୈଜ୍ଞାନିକ ନାମ Saussurea obvallata । ଏହି ଜାତୀୟ ଗଛ କେଵଳ ଭାରତର ହିମାଳୟ ପର୍ଵତମାଳା,ତିବତ୍ତ ଦେଶ ,ବର୍ମା ଓ ମଙ୍ଗୋଲିଆରେ ହିଁ ଦେଖାଯାଏ । ଏ ଗଛ ସମୁଦ୍ର ପତନଠାରୁ ୩୦୦୦ରୁ ୫୦୦୦ ମିଟର ଉଚ୍ଚରେ ମଧ୍ୟ ମିଳିଯାଏ । ଏହାର ଅନ୍ଯ କେତେକ ନାମ ରହିଛି Kon Kapfuvansembruu
ଏହି ପୁଷ୍ପ ଉତ୍ତରାଖଣ୍ଡର ରାଜ୍ଯପୁଷ୍ପ ଭାବେ ପ୍ରଶାସନିକ ମାନ୍ଯତା ପାଇଛି । ଉତ୍ତରାଖଣ୍ଡରେ ଏ ଫୁଲକୁ ବ୍ରହ୍ମକମଳ କହିଥାଆନ୍ତି ।



(ଚିତ୍ର-୨)
Selenicereus grandiflorus ଏକ ସିଝୁ ଵା କାକଟସ୍ ଜାତୀୟ ଗଛ ଏଵଂ ମୂଳତଃ ଆମେରିକାର ପାଦପ । ଏହା ଭାରତରେ କିଛି ଶହ ଵର୍ଷ ହେଵ ଲଗାଯାଉଛି । ତେବେ ଏହା ବ୍ରହ୍ମକମଳ ନୁହେଁ କିନ୍ତୁ Epiphyllum oxypetalum ଗଛର ଫୁଲ ପରି ଦେଖାଯାଉଥିଵାରୁ ଏହାକୁ ଆମ ଦେଶର ଲୋକେ ବ୍ରହ୍ମକମଳ କହୁଛନ୍ତି ।



(ଚିତ୍ର-୩)
Epiphyllum oxypetalum ଗଛର ପୁଷ୍ପକୁ ମଧ୍ୟ କେତେକ ଅଞ୍ଚଳରେ ବ୍ରହ୍ମ କମଳ କହିଥାନ୍ତି । ଇଂରାଜୀରେ ଏହାର Dutchman's pipe cactus,princess of the night ଓ queen of the night ଇତ୍ଯାଦି ନାମ ରହିଛି । ଏହା ମଧ୍ୟ Selenicereus grandiflorus ପରି ଏକ କାକଟସ୍ ଜାତୀୟ ଗଛ ଏଵଂ ଦୁଇଟିଯାକ ଗଛ ମଧ୍ୟରେ କୌଣସି ନିକ ସମ୍ପର୍କ ନଥାଇ ବି ଏ ଉଭୟ ଗଛର ପୁଷ୍ପ ମଧ୍ୟରେ କେତେକ ସମାନତା ଦୃଶ୍ୟ ହୋଇଥାଏ । Epiphyllum oxypetalum ରାତିରେ ଫୁଟେ ଓ ଅଳ୍ପ ସମୟ ପାଇଁ ଫୁଟିଥାଏ । Epiphyllum ପ୍ରଜାତି ମଧ୍ୟ ମୂଳତଃ ଆମେରିକାର ପାଦପ ପ୍ରଜାତି ବୋଲି ଜଣାଯାଏ ।




(ଚିତ୍ର-୪)
କିଛି ଲୋକ Nelumbo nuciferaକୁ ବ୍ରହ୍ମକମଳ କହିଥାନ୍ତି ।
ଵିଶ୍ଵରେ ଏ ପଦ୍ମଫୁଲକୁ Indian lotus, sacred lotus, bean of India ଓ Egyptian bean ଇତ୍ୟାଦି କୁହାଯାଏ ।ଏହା Nelumbonaceae ପାଦପ ପରିଵାରର ଗଛ ।Nelumbonaceae ପରିଵାରରେ ମାତ୍ର ପାଞ୍ଚଗୋଟି ପ୍ରଜାତି ରଖାଯାଇଛି ତନ୍ମଧ୍ୟରୁ Nelumbo କୁ ଛାଡି଼ଦେଲେ ବାକି ଚାରୋଟି ପ୍ରଜାତିର ପଦ୍ମଗଛ (Nelumbites,Exnelumbites,
Paleonelumbo,Nelumbago) ଆଜି ଲୁପ୍ତ ।‌








No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...