Friday, August 21, 2020

ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ସମ୍ପୂର୍ଣ୍ଣ ହିନ୍ଦୀ ଗୀତ ରହିଥିଲା

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୧୯୫୧ ମସିହାରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରର ନାମ "Rools—2-8" ।  ଏହି ଚଳଚ୍ଚିତ୍ରଟି ସୀତା ଵିଵାହ, ଶ୍ରୀଜଗନ୍ନାଥ ଓ ଲଳିତା ଭଳି ପୌରାଣିକ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ରଠାରୁ ଭିନ୍ନ ସାମାଜିକ କଥାଵସ୍ତୁ ଉପରେ ଆଧାରିତ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ବୋଲି ମଧ୍ୟ ଅଭିହିତ କରାଯାଏ ।

ଏହି ଚଳଚ୍ଚିତ୍ରରେ ଗୋଟିଏ ଗୀତ ସମ୍ପୂର୍ଣ୍ଣ ହିନ୍ଦୀରେ ଥିଵା ମଧ୍ୟ ଜଣାଯାଏ । ଚଳଚ୍ଚିତ୍ରର ଅଧିକାଂଶ କାର୍ଯ୍ୟ କଲିକତା ଷ୍ଟୁଡିଓରେ ସମ୍ପୂର୍ଣ୍ଣ ହୋଇଥିଲା । ଏ ଚଳଚ୍ଚିତ୍ର ପ୍ରଥମେ କଟକର "ପ୍ରଭାତ ସିନେମା"ରେ ମୁକ୍ତିଲାଭ କରିଥିଲେ ହେଁ ଆଶାନୁରୂପ ସଫଳତା ମିଳିନଥିଲା ତେବେ ଏହି ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଇତିହାସର ଏକ ପ୍ରମୁଖ ଉପାଦାନ ଭାବେ ସବୁବେଳେ ମନାରଖାଯିଵ ।

ସବୁଠାରୁ ବଡ଼ କଥା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ହିନ୍ଦୀ ଗୀତ ରହିଛି ଏଵଂ ଉକ୍ତ ଗୀତ "ନା ଜାନା ଇଂଲଣ୍ଡ ଓ' ଡିଅର୍ ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା" ସମ୍ଭଵତଃ ଓଡ଼ିଆ ଚଳଚିତ୍ରରେ ପ୍ରଥମ ଦେଶାତ୍ମବୋଧକ ଗୀତ ହୋଇଥିଵା ସମ୍ଭଵ ।

"Rools—2-8" ଚଳଚ୍ଚିତ୍ରର ଆଉ କେତେକ ଗୀତ ହେଉଛି
ଯଥା—

୧)ଵସନ୍ତରେ ଵସନ୍ତରେ ଵସନ୍ତରେ ସରସ ପରସେ ଚାନ୍ଦ ବଉଳ ତଳେ ଆନନ୍ଦ(କମଳା ଦେଵୀ)

୨)ମହୁଆ ଫୁଟିଲା ବନେ ମନ କଥା ମନେ ଲୋ ମନେ(ରାଧାରମଣ ରାୟ,କମଳା ଦେଵୀ)

୩)ରାଜାର କୁମର ମୋର କେଉଁ ଦେଶେ ତୁମ ଘର(ଦୁଃଖ;ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୪)ନା ଜାନା ଇଂଲଣ୍ଡ ଓ' ଡିଅର୍
ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା ।
ଇଣ୍ଡିଆନ କେ ସଙ୍ଗ୍ ... ଇଣ୍ଡିଆ ଦେଶ୍ ତୁହ୍ମାରା
(ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୫)ବନ ଫୁଲ ବନେ ଝାଉଁଳିଲା (ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୬)ମନ ମୋର ସପନର ପକ୍ଷୀରାଜେ...

ନିମ୍ନରେ "ମନ ମୋର ସପନର ପକ୍ଷୀରାଜେ" ଗୀତର lyrics ପ୍ରଦାନ କରାଗଲା । ଏହି ଗୀତର ଗାୟକ ଶ୍ରୀପ୍ରଫୁଲ୍ଲ କୁମାର ସିଂହଦେଓ ଓ ଶ୍ରୀମତି କମଳା ଦେଵୀ । ଗୀତ ରଚନା କରିଥିଲେ ବ୍ରଜେନ୍ଦ୍ର କୁମାର ସିଂହଦେଓ ଏଵଂ ସଂଗୀତ ଦେଇଥିଲେ  ଗୌର ଗୋସ୍ଵାମୀ ତଥା ସୁରେନ୍ଦ୍ର ପାଳ ।

🚩
🚩🚩
🚩🚩🚩
🚩🚩🚩🚩
🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩🚩🚩
ପ୍ରଫୁଲ୍ଲ ସିଂହଦେଓ —
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ଦିଲିହୀ ନଅରରେ ତୁମ ଆଗୋ ରାଜକୁମାରୀ ,
ଜୀଵନର ନିଅ ତୁମେ ଭାର,ସପ୍ତ ସାଗର ହୋଇ ପାର ।

କମଳା ଦେଵୀ—
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ,
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ ।

ପ୍ରଫୁଲ୍ଲ ସିଂହଦେଓ—
ଆସିଛି ଉଆସେ ତୁମ ମୁଁ ଯେ ଦୂର ଵିଦେଶୀ
ରୂପ କାହାଣୀର ମାଳାକର ,ସପ୍ତ ସାଗର ହୋଇ ପାର ।

କମଳା ଦେଵୀ—
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
କିପରି ଏ ମାୟାପୁରେ ଆସିଲ, କିପରି ଏ ମାୟାପୁରେ ଆସିଲ ?

ପ୍ରଫୁଲ୍ଲ ସିଂହଦେଓ—
ନୂଆ ମାଳ ଗୁନ୍ଥା ଶିଖି ,
ନୂଆ ମାଳ ଗୁନ୍ଥା ଶିଖି
ଆସିଥିଲି ଫୁଲ ବିକି ଇ...,
ନୂଆ ମାଳ ଗୁନ୍ଥା ଶିଖି
ତୁମେ ମୋତେ ନିଜ ପୁରେ ଡାକିଲ,
ତୁମେ ମୋତେ ନିଜ ପୁରେ ଡାକିଲ ।

ପ୍ରଫୁଲ୍ଲ ସିଂହଦେଓ ଓ କମଳା ଦେଵୀ—
ଏ ମଧୁ ମାଧଵୀ ରାତେ(୪)
ଦୁଇଟି ହୃଦୟ ମିଶି ଗମି ରମି ହେଉ ଏକାକାର
ଗମି ରମି ହେଉ ଏକାକାର...

🚩🚩🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩
🚩🚩🚩🚩
🚩🚩🚩
🚩🚩
🚩

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...