Saturday, February 25, 2023

ପ୍ରିୟଭୂମି (ମାୟାଧର ମାନସିଂହ)

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ
ଵିସ୍ତୀର୍ଣ୍ଣ ପ୍ରକୃତି ଯହିଁ ଦିଗମ୍ବର ବେଶେ
ଵୃକ୍ଷହୀନ-ହେମକାନ୍ତ-ସିକତା ଵିସ୍ତାରେ
ମହୋଦଧି ତଟ-ପ୍ରାନ୍ତେ । 

ସିନ୍ଧୁ-ସିକତାରେ
କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ
କିଆକୁଞ୍ଜେ ଲୁଚକାଳି, 
କୋମଳ ଚରଣ
ବୁଡ଼େ ନାହିଁ ବାଲୁକାରେ । 
ଵର୍ଷାରମ୍ଭ ତହିଁ
ପୁନ୍ନାଗ କୁସୁମ ଗନ୍ଧ ପ୍ରାଣଦିଏ ଦହି
ଵିରହୀ ତରୁଣଙ୍କର । 


କ୍ଷୁବ୍ଧ ପାରାବାର
ଢ଼ାଳେ ଚୂର୍ଣ୍ଣ -ମଣି-ଚୂଡ଼ ଦୀର୍ଘ ଊର୍ମିବାର
ସେ ଭୂମିର ପଦତଳେ; 
ତା ଗୁରୁଗର୍ଜନ
ରଚେ ତହିଁ ଶାଶ୍ୱତିକ ମୃଦଙ୍ଗ ଘୋଷଣ ।

ସେହି ଭୂମେ ମୋ କୁଟୀର; ସେ ଦେଶ-କୁରଙ୍ଗୀ
ଚାଲ ସଖି, 
ତୁମ୍ଭଠାରୁ ଶିଖିବେ ଭ୍ରୁଭଙ୍ଗି ।

••••••••••••••••••••••••
©ପ୍ରଣୟୀ କଵି ମାୟାଧର ମାନସିଂହ 
••••••••••••••••••••••••

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...