Tuesday, November 1, 2016

ତେଣୁ କବି ବୋଲେ ଏ ସଂସାର

ସାହିତ୍ୟ ର ସୁରମ୍ୟ ଅରଣ୍ୟେ
ଫୁଟିଲା ଏ କଳିକା ଗୋପନେ

ସୁଗନ୍ଧ ତା ପ୍ରସାରିତ ହେଲା
ଜନମନ ପ୍ରସନ୍ନ କରିଲା

କ୍ରମେ ଲୋକେ ହୋଇଲେ ଉନ୍ମତ୍ତ
ଦେଲେ ସିଏ ଭିନ୍ନ ଏକ ମତ

ମତି ମତ ଗ୍ରହଣ କରିଲା
ମନେ ମନ ଏକାକାର ହେଲା

ତାର ଗାନ ଗାଇଲେ ସକଳେ
ବଢାଇଲେ କଳେବର ଦିନୁଁଦିନ ତାରେ

ନାମ ଦେଲେ କବିତା ତାହାର
କରିପାରେ ହୃଦୟେଁ ପ୍ରହାର

ଆଜି ପୁଣି ଦ୍ରୁମଟିଏ ହୋଇ
ଜନ ମନ ନେଇଯାଏ ମୋହି

ରୂପ ତାର ଅନେକ ସଂସାରେ
କେ କୋରାନ କେ ଗୀତା କହେ

ମନେ ଯେବେ ପବିତ୍ରତା ଥିବ
ନିଶ୍ଚେ ଦିନେ କବିଟିଏ ହେବ

ଗାଇ ତାର ଅମର ଏ ଗାଥା
ମନୁଁ ମୋର ଚାଲିଯାଏ ବ୍ୟଥା

ଦିଵାନା ମୁଁ ପ୍ରେମରେ ତାହାର
ତେଣୁ କବି ବୋଲେ ଏ ସଂସାର.........

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...