Saturday, July 29, 2017

1937ର ଏକ ପ୍ରଶିଦ୍ଧ ବିମାନ ଦୁର୍ଘଟଣା

ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାଧାକୃଷ୍ଣ​ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ବିପନ୍ନର_ଉଦ୍ଧାର .....!!!!
ଏହି ପ୍ରବନ୍ଧଟିରେ ୧୯୩୭ ମସିହା ଫେବୃଆରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ଏକ ବିମାନ ଦୁର୍ଘଟଣା ବିଷୟରେ ଉଲ୍ଲେଖ ଅଛି ।
ବିଶ୍ବ ଇତିହାସରେ ସେହି ଦୂର୍ଘଟଣାଟି
"1937 Airlines of Australia Stinson crash"  ନାମରେ ପରିଚିତ ।
ବ୍ରିସବେନରୁ ପାଞ୍ଚଜଣ ଯାତ୍ରୀଙ୍କୁ ନେଇ  Stinson model A ପ୍ରକାରର ଏକ ଉଡାଜାହାଜ ସିଡନୀ ଅଭିମୁଖେ ଯାତ୍ରା କରୁଥିବା ବେଳେ McPherson Range  ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।
McPherson Range ଗିରିଶୃଙ୍ଖଳା  Queensland ଏବଂ New South Wales
ମଧ୍ୟରେ ଅବସ୍ଥିତ ।
ବିମାନରେ ମୋଟ ପାଞ୍ଚଜଣ ଯାତ୍ରୀ ତଥା ଦୁଇଜଣ ବିମାନ ଚାଳକ ଥିଲେ ।  ଦୁଇଜଣ ପାଇଲଟ୍ ସହ ଦୁଇଜଣ ଯାତ୍ରୀଙ୍କର ଦୂର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ବର୍ତ୍ତିଯାଇଥିବା ବାକି ତିନିଜଣ ଗୁରୁତର ଆହାତ ହୋଇଥିଲେ । ତନ୍ମଧ୍ୟରୁ
ଜଣେ ବ୍ରିଟିଶ୍ ନାଗରିକ ନିଜେ ଗୁରୁତର ଆହାତ ହୋଇଥିବା ସତ୍ତ୍ବେ ପାର୍ବାତ୍ଯାଞ୍ଚଳରୁ ସାହାଯ୍ୟ ଆଣିବାକୁ ଯାଇ ବାଟରେ ହିଁ ମୃତ୍ୟୁ ମୁଖରେ ପଡିଥିଲେ! !!!!!
ନିଖୋଜ ଜାହାଜକୁ ଠାବକରିବା ହେତୁ ତତ୍କାଳୀନ ସରକାର ୨୮ ଟି ଉଡାଜାହାଜ ଅନୁସନ୍ଧାନ କାର୍ଯ୍ୟରେ ଲଗାଇ ମଧ୍ଯ ବିଫଳ ହୋଇଥିଲେ ।

ଦୂର୍ଘଟଣାକୁ ପାଞ୍ଚଦିନ ହୋଇଯାଇଥିଲା ହେଲେ ହେଲେ ଜାହାଜକୁ ତଥାପି ଠାବ କରିପାରିନଥିଲେ ସରକାର......
ଏମିତିରେ ଜଣେ ଅଷ୍ଟ୍ରେଲିଆନ୍ ବୁସମ୍ୟାନ୍
Alfonso Bernard O'Reilly (1903–1975) ଦୂର୍ଘଟଣାଗ୍ରସ୍ଥ ଉଡାଜାହାଜଟିକୁ ଖୋଜିବା ପାଇଁ ଅଣ୍ଟା ଭିଡିଲେ ।
ଦୁଇଦିନ ମଧ୍ୟରେ ସେ ଦୂର୍ଗମ ପର୍ବତାଦିରେ ଖୋଜିି ଖୋଜି
Lamington Nat ସାଇଟରେ ନିଖୋଜ ବିମାନକୁ ଠାବ କଲେ । ସେତେବେଳକୁ
ଜୀବିତ ବ୍ୟକ୍ତି ଦ୍ବୟ ମୂର୍ମୁଷପ୍ରାୟ ମୃତ୍ୟୁ ସହ ଲଢୁଥାନ୍ତି । ବର୍ଣ୍ଣାଢ଼ ଓରିଲି ତାଙ୍କୁ ଖାଦ୍ୟପେୟାଦି ଯୋଗାଇ ପୁଣି ପର୍ବତ ତଳକୁ ଓହ୍ଲେଇଲେ । ନିକଟସ୍ଥ ଜନବସତିରେ ପହଞ୍ଚିବା ମାତ୍ରେ ଘୋଡାଟିଏ ଯୋଗାଡ଼ କରି ପାଖ ସହରରେ ଜଣାଇଲାରୁ ଦୁଇଟି ଜୀବନ ବର୍ତ୍ତିଗଲା ।
ଓରିଲିଙ୍କ ଠାରୁ ସୁଚନା ପାଇ ୮୦ରୁ ଅଧିକ ସ୍ବେଚ୍ଛାକର୍ମୀ ପର୍ବତ ଉପରକୁ ଯାଇ ଜୀବିତ ଯାତ୍ରୀଦ୍ବୟଙ୍କୁ ରକ୍ଷା କରିଥିଲେ ।

Wikipedia link:-----1937 Airlines of Australia Stinson crash

Thursday, July 27, 2017

ନୃସିଂହନାଥ ମନ୍ଦିରକୁ ନେଇ ପ୍ରଚଳିତ ଦୁଇ ଗୋଟି କିମ୍ବଦନ୍ତୀ

.............................୧..........................

ତ୍ରେତୟା ଯୁଗରେ ଉଡଙ୍ଗ ମୁନିଙ୍କର ମାଳତି ନାମକ କନ୍ୟାକୁ ଲଙ୍କାର ରାବଣ ଧର୍ଷଣ କରି ଗୋଦାବରୀ ନଦୀରେ ଫିଙ୍ଗି ଦେଇଗଲା  ଗୋଦାବରୀ ନଦୀ ତାହାକୁ ଦୟା ଦେଖାଇ କୂଳରେ ପହଞ୍ଚାଇ ଦେଲା । ଗଣପତିଙ୍କର ବାହନ ଇନ୍ଦୁର ମାଳତି କୁ ପିତାମାତାଙ୍କ ପାଖରେ ଛାଡ଼ି ଦେବ କହି ବାଟରେ ବଳାତ୍କାର ଶୃଙ୍ଗାର କଲା । ମାଳତି ତଥା ରାବଣ ଇନ୍ଦୁର ଔରସରୁ ମୂଷିକ ଦୈତ୍ୟ ଜନ୍ମ ନେଇଥିଲା ।
ଜନ୍ମ ହେଲା କ୍ଷଣି ସେ ପ୍ରଥମେ ତା' ମାଆକୁ ଭକ୍ଷଣ କଲା ।
ତା'ର କୋପରେ ସମ୍ପୂର୍ଣ୍ଣ ପ୍ରୃଥିବୀ ପ୍ରକମ୍ପିତ ହେଲାରୁ ଅଯୋଧ୍ୟା ର ରାମଚନ୍ଦ୍ର ଙ୍କୁ ସବୁ ଦେବାଦେବୀ ଅନୁରୋଧ କରନ୍ତେ ସେ ମୂଷିକ ଦୈତ୍ୟ କୁ ନରସିଂହ ରୂପରେ ଗୋଡାଇଲେ ।
ଦୈତ୍ୟ ଭୟ ପାଇ ସର୍ବତ୍ର ବୁଲି ବୁଲି ଗନ୍ଧଗିରି ର ଏକ ସୁଡଙ୍ଗରେ ଆଶ୍ରୟ ନେଲା । ନୃସିଂହ ଯେତେବେଳେ ଏଠାରେ ପ୍ରବେଶ କଲେ, ଗନ୍ଧଗିରି ତାକୁ ଶରଣ ଦେଇଥିବାରୁ ତାଙ୍କ ପାଦ ତଳେ ଗୁହାରି କଲା  । ତେଣୁ ରାମଚନ୍ଦ୍ର ମାର୍ଜାର କେଶରୀ ବେଶରେ ସୁଡଙ୍ଗ ପାଖରେ ମୂଷିକ ଦୈତ୍ୟ କୁ ଜଗିରହିଲେ । ସେଠାରେ ତାଙ୍କର ପୀଠ ସୃଷ୍ଟି ହେଲା ।

..........................୨..............................

ହରି ଓ ସହଦେବ ଶବର ଦୁଇ ଭାଇ ଶ୍ରୀ ନୃସିଂହନାଥ ଅଞ୍ଚଳରେ ବାସକରୁଥିଲେ ।
ସେମାନଙ୍କର ସ୍ତ୍ରୀ ଯଥାକ୍ରମେ ଯମୁନା ଓ ରୋଦନା । ଗନ୍ଧଗିରି ପର୍ବତ ରୁ କନ୍ଦମୂଳ  ଆଦି ଖୋଳି ଜୀବନଧାରଣ କରୁଥିଲେ ।
ଦିନେ ଯମୁନା କନ୍ଧୁଣୀ ପାପହରଣ ନାଳ କୂଳରେ ଗୋଟିଏ ବେଲଗଛକୁ ମାଡିଥିବା ପିଠକନ୍ଦା ଦେଖିବାକୁ ପାଇଲା ।
ଖଣତି ସାହାଯ୍ୟରେ ପିଠକନ୍ଦାକୁ ଖୋଳିବା ସମୟରେ ରକ୍ତ ବାହାରିବା​ ଦେଖି ଆଦିବାସୀ ରମଣୀଟି ଭୟ ପାଇ ତାହାର ସ୍ବାମୀ କୁ ଜଣାଇଲା । କନ୍ଧ ଦମ୍ପତି ଯଥା ସମୟରେ ପହଞ୍ଚି ଦେଖିଲେ ଯେ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁଛି ।
ସେତିକି ବେଳେ ଶୂନ୍ୟ ବାଣୀ ହେଲା
"ରେ ହରିଆ ମୁଁ ତୋ ପ୍ରତି ପ୍ରସନ୍ନ ହୋଇଛି ।
ତୁ ମୋତେ ନେଇ ଏକ ମନ୍ଦିର ପ୍ରତିଷ୍ଠା କରି ରକ୍ଷା କର । ମୁଁ ମୂଷିକ ଦୈତ୍ୟ କୁ ମାରିବା ସକାଶେ ଏଠାରେ ଅପେକ୍ଷା କରି ରହିଲି" ।
ଏହାପରେ କଳାମୁଗୁନୀ ପଥର ମୂର୍ତ୍ତିଟିଏ
ଗର୍ତ୍ତରୁ ମିଳିଲା ।
ମୂର୍ତ୍ତି କୁ ନେଇ ତତ୍କାଳୀନ ପାଟଣାଗଡ଼ ରାଜା
ବୈଜଳଦେବଙ୍କୁ ଜଣାଇଲାରୁ ସେ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଦେଲେ ।
କନ୍ଧ ବଂଶଧର ମାନେ ଏହି ଦେବତାଙ୍କ ପୂଜା
ଆରମ୍ଭ କଲେ ।

ଭୂତ ଓ ବୃଦ୍ଧ

ଜଣେ ବୃଦ୍ଧ ଦେଶଯାକ ବୁଲୁଥାଏ । ତାକୁ କୌଣସି ମୂଲ୍ୟବାନ ବସ୍ତୁ ମିଳିଲେ ତାହାକୁ ବିକି ଦେଇ ନିଜ ଗୁଜୁରାଣ ମେଣ୍ଟାଏ । ଦିନେ ଦେଶର ପୂର୍ବ ପାର୍ବତ୍ଯାଞ୍ଚଳରୁ ତାକୁ ଏକ ଉଜ୍ବଳବର୍ଣ୍ଣ କାଚବେତଲ ମିଳିଲା । ବୃଦ୍ଧ ଜଣକ ସେଇ ବୋତଲଟି ନିଜ ହାତକୁ ନେଇ ଖୋଲି ଦେଲା  । ସେ ଯେମିତି ବୋତଲ ଖୋଲିଛି ତହିଁରୁ ଗୋଟାଏ ଭୂତ ବାହାରି ତାକୁ କହିଲା
ମୋତେ ମୁକ୍ତ କଲ !!!!! କୁହ ତୁମର ଯେକୋୖଣସି ଗୋଟିଏ ଇଛା ଥିଲେ ମୁଁ ତାହା ନିଶ୍ଚିତ ପୂରଣ କରିବି । କିନ୍ତୁ ତୁମର ସେହି ଇଛାଟି ନିଃସ୍ବାର୍ଥପୂର୍ଣ୍ଣ ହେବା ଦରକାର !!!!
ତୁମେ କୌଣସି ଦେଶର ରାଜା ହେବାକୁ ଚାହୁଁ ଥିଲେ ବା କୌଣସି ରାଜକନ୍ୟା ସହ ବିବାହ ଇଛା ଥିଲେ ତାହା ପୂରଣ ହୋଇପାରିବ ନାହିଁ  ।

ବୃଦ୍ଧ ଲୋକଟି ଟିକିଏ ଭାବି କି କହିଲା :-
ପଚାଶ ବର୍ଷ ତଳେ ମୋ ଭାଇ ସହ ମୋର ଝଗଡ଼ା ହୋଇଯାଇଥିଲା । ଆମେ ଅଲଗା ହୋଇ ଗଲୁ । ତୁମେ ଏମିତି ଯତ୍ନ କର ଯେମିତି
ଆମେ ପୁଣି ଏକାଠି ହୋଇଯିବୁ ଏବଂ ମୋ ଭାଇ ମୋତେ ଆଦର କରିବ !!!!!!

ବାଃ ବାଃ !!!! ନିଜ ଭାଇ ପ୍ରତି ତୁମ ଆଦର ଅପୂର୍ବ , ଅଦ୍ୱିତୀୟ !
ଏତିକି କହି ଭୂତ ଅଦୃଶ୍ୟ ହୋଇ ଗଲା ଏବଂ କିଛି ସମୟ ପରେ ଆସି
ବୃଦ୍ଧଙ୍କୁ କହିଲା :- ତୁମ ଇଛା ପୂର୍ଣ୍ଣ କରିଦିଆ ଗଲା  । ତୁମ ଭାଇ ତୁମକୁ ଖୋଜି ଖୋଜି ଇଆଡ଼େ ଆସୁଛନ୍ତି।
ବୃଦ୍ଧ ଜଣକ ସନ୍ଦେହ ଭରା ସ୍ବରରେ କହଲା :-
ଆଛା ଯଦି ମୋ କଥାରେ ପରେ ସ୍ବାର୍ଥ ଜଣାପଡେ ତାହେଲେ କଣ୍ ଏହି ଆଶିର୍ବାଦ ନିଷ୍ଫଳ ହୋଇଯିବ ?
ଭୂତ କହିଲା ନାଇଁ ସେମିତି ହେବନି ତେବେ ଗୋଟିଏ କଥା ମୁଁ ବୁଝି ପରୁନି
ଏ ବୁଢ଼ାକାଳରେ ତୁମର ପୁଣି ଭାଇ କାହିଁକି ଖୋଜା ହେଲା ?
କଣ୍ ବୃଦ୍ଧାବସ୍ଥାରେ ଅନାଦରରେ ମରିଯିବାର ଭୟ ଅଛି  ତୁମକୁ ?
ଭୂତ କଥା ଶୁଣି ବୃଦ୍ଧ ଜଣକ ହସିଲା ..
ହସି ହସି କହିଲା

ମୋ ଭାଇ ମୋ ଠାରୁ ଦଶ ବର୍ଷ ବଡ ।
ସେ ଏହି ଦେଶର ରାଜା, ତାଙ୍କର ଆଉ କେହି ସନ୍ତାନ ସନ୍ତତି ନାହାନ୍ତି ।
ଏକମାତ୍ର ମୁଁ ହିଁ ଉତ୍ତରାଧିକାରୀ ।
ଭୂତ ଏକଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଗଲା ଆଉ କ୍ରୋଧରେ ଚିତ୍କାର କରି କରି ପାହାଡ଼ ଆଡକୁ ଉଡିଗଲା ।

Monday, July 24, 2017

••••••••ରାଜ୍ୟ ଆମ ଓଡ଼ିଶା••••••

କଳିଙ୍ଗ ଉତ୍କଳ ଉଡ୍ର ଜନମ
                     ଓଡ଼ିଆ ତା'ର ଭାଷା ।।
ଯିଏ ଯେଉଁଠି ଥାଆନ୍ତୁ ପଛେ
                        ରାଜ୍ୟ ଆମ ଓଡ଼ିଶା ।।
     ଜଗନ୍ନାଥ ଭରସା
                 ରାଜ୍ୟ ଆମ ଓଡ଼ିଶା ।।
ଓଡ଼ିଆ ଜାତି ଠାକୁର ନାମ
                        ଦେଇଛି ଜଗନ୍ନାଥ ।।
ଦୁନିଆଁ ସାରା ସେ ଦିଅଁ ନାମେ
                           ଓଡିଆ ପରିଚିତ।।
ଓଡ଼ିଆ ଭାଇ ଓଡ଼ିଆ କହି
                     ହେବା ପ୍ରଥିତ ଯଶା ।
ଯିଏ ଯେଉଁଠି ଥାଆନ୍ତୁ ପଛେ
                     ରାଜ୍ୟ ଆମ ଓଡ଼ିଶା ।।
ଜଗନ୍ନାଥ ଭରସା
                      ରାଜ୍ୟ ଆମ ଓଡ଼ିଶା ।।
ଦୂର ବିଦେଶେ ଥାଇ ଓଡ଼ିଆ
                          ଭୂଲିନି ଓଡିଶାକୁ ।।
ବିଶ୍ବ ଓଡ଼ିଆ ପରିବାର ଗଢି
                     ବଞ୍ଚାଏ ସଂସ୍କୃତି କୁ ।।
ଉତ୍କୃଷ୍ଟ କଳା ସଂସ୍କୃତି ପାଇଁ
                  ଧନ୍ୟ ଆମ ଓଡ଼ିଶା ।।
ଯିଏ ଯେଉଁଠି ଥାଆନ୍ତୁ ପଛେ
                   ରାଜ୍ୟ ଆମ ଓଡ଼ିଶା ।।
ଜଗନ୍ନାଥ ଭରସା
                    ରାଜ୍ୟ ଆମ ଓଡ଼ିଶା ।।
ଉତ୍ତମ ମାନବ ଉନ୍ନତ ରାଷ୍ଟ୍ର
                    ପ୍ରଗତି ଓଡ଼ିଆ ଲକ୍ଷ୍ୟ ।।
ପିତାମାତାଙ୍କୁ ସମ୍ମାନ ଦେଇ
                      ରଖିବା ଜାତିର ଟେକ ।।
କୋଟି ଓଡ଼ିଆ ଗୋଟିଏ ମନ
                    ଗୋଟିଏ ଆମ ଆଶା ।।
ଯିଏ ଯେଉଁଠି ଥାଆନ୍ତୁ ପଛେ
                    ରାଜ୍ୟ ଆମ ଓଡ଼ିଶା ।।
ଜଗନ୍ନାଥ ଭରସା
                     ରାଜ୍ୟ ଆମ ଓଡ଼ିଶା ।।
କୁଆଁର ପୁନେଇଁ ରଜପରବ
                       ଦଶରା ପୁଣି ଦୋଳ ।
କେତେ ଯେ ପିଠା
      କ୍ଷିରୀ ଆରିସା ପୁଚି ବାଗୁଡ଼ି ଖେଳ ।।
ଓଡ଼ିଆ ରୀତି ଓଡ଼ିଆ ପ୍ରିତୀ
                       ହେଉ ଆମର ନୀଶା ।
ଯିଏ ଯେଉଁଠି ଥାଆନ୍ତୁ ପଛେ
                    ରାଜ୍ୟ ଆମ ଓଡ଼ିଶା ।।
ଜଗନ୍ନାଥ ଭରସା
                  ରାଜ୍ୟ ଆମ  ଓଡିଶା ।।
କଳିଙ୍ଗ ଉତ୍କଳ ଉଡ୍ର ଜନମ
                     ଓଡ଼ିଆ ତା'ର ଭାଷା ।।
ଯିଏ ଯେଉଁଠି ଥାଆନ୍ତୁ ପଛେ
                        ରାଜ୍ୟ ଆମ ଓଡ଼ିଶା ।।
     ଜଗନ୍ନାଥ ଭରସା
                 ରାଜ୍ୟ ଆମ ଓଡ଼ିଶା ।।

ଏହି ଦେଶାତ୍ମବୋଧକ ଗୀତଟିର
କବି କିଏ ମୁଁ ଜାଣି ନାହିଁ ଯଦି କେହି ଜଣାଅନ୍ତି
ଉପକୃତ ହେବି ।

ବାସ୍ରା ର ଲାଇବ୍ରେରିଆନ୍ ମହିଳା(The Librarian of Basra: A True Story from Iraq)

ଇରାକ୍ ର ଏକ ସହର ବସ୍ରା !!!
ଏଠାରେ ଜଣେ ଲାଇବେରିଆନ୍ ମହିଳା ରହୁଥିଲେ ତାଙ୍କ ନାଆଁ ଆଲିଆ ମହମ୍ମଦ ବେକର୍ !!
ଆଲିଆଙ୍କ ଲାଇବ୍ରେରୀ ସମସ୍ତ ପୁସ୍ତକ ପ୍ରେମୀଙ୍କର ମିଳନସ୍ଥଳୀ ଥିଲା ।
ସେଠି ଲୋକେ ଧର୍ମ ଏବଂ ଆତ୍ମା ବିଷୟରେ ମଧ୍ୟ ଚର୍ଚ୍ଚା କରୁଥିଲେ ।
କିନ୍ତୁ ସେ ସବୁ ପୁରୁଣା କଥା ହୋଇଗଲାଣି ।
ଏବେ ଲୋକେ କେବଳ ଯୁଦ୍ଧ ବିଷୟରେ ହିଁ କଥା ହୁଅନ୍ତି ।
ଆଲିଆଙ୍କୁ ଲାଇବ୍ରେରୀର  ଭବିଷ୍ୟତ କଥା ଚିନ୍ତା କରି ଭୟ ଲାଗୁଥିଲା ।
ସେ ଚାହୁଁ ନଥିଲେ ଯେ ଯୁଦ୍ଧ ପାଇଁ ତାଙ୍କ ବହୁମୂଲ୍ୟ ପୁସ୍ତକ ସବୁ ଅଗ୍ନିକାଣ୍ଡର ଶିକାର ହେଉ ।
ଲାଇବ୍ରେରୀରେ ପ୍ରାୟ ସବୁ ଭାଷାରେ ବହିଥିଲା । କିଛି ନୂଆ ଥିଲା କିଛି ବହି ପୁରୁଣା ଥିଲା ।
ପୈଗମ୍ବର ମହମ୍ମଦଙ୍କର ୭୦୦ ବର୍ଷ ପୁରୁଣା ଏକ ଜୀବନୀଗ୍ରନ୍ଥ ମଧ୍ଯ ଥିଲା ସେହି ଲାଇବ୍ରେରୀରେ.....
ଆଲିଆ ସେହି ଲାଇବ୍ରେରୀର ପୁସ୍ତକ ଗୁଡିକୁ କୌଣସି ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଅନୁମତି ମାଗିଲେ
କିନ୍ତୁ ତତ୍କାଳୀନ ଗଭର୍ନର ତାଙ୍କୁ ଅନୁମତି ଦେବାକୁ ଅସମର୍ଥ ବୋଲି ସଫା ସଫା ମନା କରିଦେଲେ ।
ତେଣୁ ଆଲିଆ ସ୍ବୟଂ ସେହି  କାର୍ଯ୍ୟ କରିବା ଆରମ୍ଭ କରିଦେଲେ । କାମ ଶେଷ ହେଲେ ସେ ନିଜେ ହିଁ ନିଜ ଗାଡିରେ କିଛି କିଛି ପୁସ୍ତକ ଭରି
ତାକୁ ନିଜ ଘରକୁ ନେଇଯାଆନ୍ତି । ତର୍କ ବିତର୍କ ର ବଳୟ ମଧ୍ୟରୁ ବାହାରି ଆସି ଯୁଦ୍ଧ ଏବେ ସାର୍ଥକ ରୂପ ଧାରଣ କରିବା ଆରମ୍ଭ କରିଦେଲା । ସରକାରୀ ଲୋକେ ସେହି ଲାଇବ୍ରେରୀ କୁ ନିଜର ପେଣ୍ଠସ୍ଥଳୀ କରିଲେ ।ଲାଇବ୍ରେରୀର ଛାତ ଉପରେ ବନ୍ଧୁକଧାରୀ ସୈନିକ ଜଗିବସିଲେ । ଆଲିଆ କେବଳ ଅପେକ୍ଷା କରି ରହିଲେ । ତାଙ୍କୁ ଏକ ଭୀଷଣ ଦୃଘଟଣା ହେବାର ଭୟ ଥିଲା । ଧୀରେ ଧୀରେ ଯୁଦ୍ଧ ବିଷୟକ ଗୁଜବ ସତ୍ୟ ହେବାକୁ ଲାଗିଲା । ବସ୍ରା ସହର ଯାଏଁ ଯୁଦ୍ଧର ଦାବାନଳ ପହଞ୍ଚିଗଲା ।
ସହରଟା ସାରା​ ବମ୍ ର ନିଆଁରେ ଜଳିବାକୁ ଲାଗିଲା । ବନ୍ଦୁକର କର୍କଶ ଶବ୍ଦରେ ଚାରିଆଡ଼େ ଭୟଙ୍କର​ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଧୀରେ ଧୀରେ ଲାଇବ୍ରେରୀରେ କାମ କରୁଥିବା ସବୁ ଲୋକ ଏମିତି କି ସରକାରୀ କର୍ମଚାରୀ ମଧ୍ଯ ସେଠାରୁ ଯିବାକୁ ଲାଗିଲେ । ଏବେ ଲାଇବ୍ରେରୀରେ ଏକେଲା ଆଲିଆ ହିଁ ରହିଯାଇଥିଲା । ଏବେ ସେ ହିଁ କେବଳ ତା'ର ରକ୍ଷକ ବଞ୍ଚି ଯାଇଥିଲା ।
ଆଲିଆ କିଛି ସମୟ ଯାଏଁ କୌଣସି​ ସରକାରୀ ସହାୟତା ଅପେକ୍ଷାରେ ରହିଲା ପରେ ଅନୁଭବ କଲା ଯେ ତାକୁ ଏଥିପାଇଁ ନିଜେ ହିଁ କିଛି କରିବାକୁ ହେବ.........
ତାପରେ ଆଲିଆ ବାହରକୁ ଆସି ତା ସାଙ୍ଗ ତଥା ନିକଟସ୍ଥ ହୋଟେଲର ମାଲିକ ଅନୀସ୍ ମହମ୍ମଦ କୁ ବଡ଼ ପାଟିରେ ଡାକ ଛାଡିଲେ ।
ଅନୀସ ମହମ୍ମଦ କୁ ଆଲିଆ କହିଲେ
କି କଣ୍ ସେ ଲାଇବ୍ରେରୀ ର ପୁସ୍ତକ ଗୁଡ଼ିକୁ ବଞ୍ଚାଇବା ପାଇଁ ତାକୁ ସାହାଯ୍ୟ କରିବ ?
ଅନୀସ୍ , ଆଲିଆ କଥାରେ ରାଜି ହେଲା ।
ଅନୀସ୍ ତା ଭାଇ ଏବଂ ଆଖପାଖର ଆଉ କିଛି ସହୃଦୟ ଦୋକାନୀଙ୍କ ସହ ମିଶି ଆଲିଆ ରାତିସାରା ବହି ବୋହିଲେ !!!!

କିଛି ଦିନ ସେ ହୋଟେଲରେ ଲାଇବ୍ରେରୀର ବହି ସବୁ ରହିଲା....
ଏପଟେ ଦେଶରେ ଭୀଷଣ ଯୁଦ୍ଧ ହେଲା
ଏବଂ ଦିନେ ସେହି ଲାଇବ୍ରେରୀ ଉପରେ ବମ୍ ମାଡ଼ ଯୋଗୁଁ ତାହା ନଷ୍ଟ ହୋଇଯାଇଥିଲା....

ହୋଟେଲ ନିକଟରେ ବମ୍ ପଡିଲା ପରେ
ଆଲିଆ ଜାଣିଲେ ଯେ ସେଠାରେ ଆଉ
ବହି ଗୁଡିକୁ ରଖିବା ନିରାପଦ ନୁହେଁ
ତେଣୁ ସେ କେତୋଟି ଗାଡ଼ି କରି ସବୁ ବହି ନିଜ ଘରେ ରଖାଇ ଦେଲେ....
ତାଙ୍କ ଘରେ ଲାଇବ୍ରେରୀ ଟା ଯାକର ବହି ଆସି ରହିଲା ପରେ ଆଉ ପାଦ ରଖିବାକୁ ମଧ୍ଯ ଯାଗା ନଥିଲା....

ବି:ଦ୍ର - - The Librarian of Basra: A True Story from Iraq ବହିରୁ ଅନୁବାଦ 
ଏହି ପୁସ୍ତକ ଟି Jeanette Winter ଲେଖିଥିଲେ......
Alia Muhammad Baker ନାମ୍ନୀ ଲାଇବ୍ରେରିଆନ୍ ମହିଳା  ତାଙ୍କ ବନ୍ଧୁମାନଙ୍କ ସହମିଶି April 2003 ର ଇରାକ୍ ଯୁଦ୍ଧ ସମୟରେ ବାସ୍ରା ଲାଇବ୍ରେରୀ ର ପ୍ରାୟ ୭୦% ପୁସ୍ତକ ବଞ୍ଚାଇ ପାରିବାରେ ସଫଳ ହୋଇଥିଲେ ଏବଂ ତାହା ମଧ୍ଯ ବିନା କୌଣସି ସରକାରୀ ସହାୟତା ରେ.....

Friday, July 21, 2017

ପରିପରୀ

ଓଡ଼ିଆରେ #ପରି ଶବ୍ଦ ଏକ ଉପସର୍ଗ
ଯାହା ଧାତୁର ପୂର୍ବରେ ବସି ଅର୍ଥ ପୂରଣ କରେ...
ଯେମିତି
ପରିଛଦ,ପରିଶ୍ରମ,ପରିଗ୍ରହ, ପରିକ୍ରମା,ପରିପନ୍ଥୀ ଆଦି.....
ସେଇଭଳି ପରି ଶବ୍ଦଟି ଅବ୍ୟୟ ହିସାବରେ ମଧ୍ଯ ବ୍ୟବହୃତ ହୁଏ ପ୍ରାୟ,ପରି,ଭଳି,ସଦୃଶ, ତୁଲ୍ୟ,ପରାଏ ଅର୍ଥରେ
(ଉ. #ତୁମପରି ଛୋଟ ପିଲାଟିଏ)

ଆଉ ଏକ ଶବ୍ଦ #ପରୀ ମଧ୍ଯ ଅଛି.....
ପରୀ ଶବ୍ଦଟି ଦେବୀ,ଅପ୍ସରା ଅର୍ଥରେ
ବ୍ୟବହାର ହୁଏ..
ଏହା ଏକ ବୈଦେଶିକ ଶବ୍ଦ....
ମୂଳତଃ ପାର୍ସି ଭାଷାରୁ ଆସି ଭାରତୀୟ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି......

କିନ୍ତୁ ଯଦି ଦୁଇଟିଯାକ ଶବ୍ଦକୁ ଯୋଡିକି ଲେଖାଯାଏ ......
ତେବେ ଯେଉଁ ଶବ୍ଦଟି ହେବ
ତାହାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ .....

#ପରିପରୀ ର ଓଡ଼ିଆ ଅର୍ଥ
ଶତୃ; ବିପକ୍ଷ ବ୍ୟକ୍ତି
Adversary; Antagonist

(हिंदीରେ ପରି ବୋଲି କୌଣସି ଅବ୍ୟୟ ଶବ୍ଦ ନାହିଁ ହଁ ଉପସର୍ଗ ହିସାବରେ ବ୍ୟବହୃତ ହୁଏ)

Thursday, July 20, 2017

ନିର୍ବନ୍ଧ

ଓଡ଼ିଆରେ​ Marriage Engagement
କୁ ନିର୍ବନ୍ଧ/ନିର୍ବ୍ବନ୍ଧ କୁହନ୍ତି
କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି ।

୧.#ଆଗ୍ରହ,#ବ୍ୟଗ୍ରତା»»»ଜଣେ ମଣିଷ ନିର୍ବନ୍ଧ କଲା ଅର୍ଥ ତା'ର ବିବାହ ଇଛା ଅଛି,
୨.#ଅତିଶୟ_ଅନୁରୋଧ»»ସେ ଏଥିପାଇଁ କନ୍ୟା ତଥା ତା ପରିବାରକୁ ଅନୁରୋଧ କରୁଅଛି
(ଆକୁ କହିଲେ ହେବ ଅମକେଇ କୁ ବାହା ମଡଉଛି😝)
୩.#ଆଭିନିବେଶ»»ସେ ନିର୍ବନ୍ଧ ହୋଇଥିବା କନ୍ୟା ପ୍ରତି ହିଁ  ଅଭିନିବେଶ କରିବ ଅର୍ଥାତ୍ ମନୋଯୋଗ/ଧ୍ୟାନ ଦେବ....
୪.#ଜିଦ  ନିର୍ବନ୍ଧ ହୋଇଥିବା ବ୍ୟକ୍ତି ବିବାହ ପାଇଁ #ଜିଦ୍ କରି ହିଁ ତ କଟିବାକୁ ଯାଉଥିବା ବୋଦାଟିଏ ନା .....😂😂
୫.#ଖାମଖିଆଲ»» ନିର୍ବନ୍ଧ ପରେ ଭାବିପତ୍ନୀଙ୍କ ସହ ଫୋନରେ ଯେତେ କଥା ହେଲେ ଚଳିବ
ତାହାର ନେସାଲ୍ ପରମିଟ୍ ମିଳିଯାଏ !
ଖାମଖିଆଲ ଭଳି ତୁମେ ଫୋନରେ ତୁମ ଭବିଷ୍ୟତ ପତ୍ନୀଙ୍କୁ ଚୁମା ଦେଇପାରିବ ....😂
୬.#ବାଧ୍ୟ»»ତୁମେ ଥରେ ନିର୍ବନ୍ଧ କଲେ ବିବାହ କରିବାକୁ ବାଧ୍ୟ (ଏ ନିୟମ ଏବେ କୋହଳ ହେଲାଣି)
୭.#ଦାସତ୍ବ»» ସିଧାକଥା ନିର୍ବନ୍ଧ କରିଥିବା ବ୍ୟକ୍ତିର ଦାସତ୍ୱ ଜୀବନ ଆରମ୍ଭ ହେଲା 😜😜
୮.#କାରାବନ୍ଧନ»» ନିର୍ବନ୍ଧ ପରେ ପ୍ରକୃତରେ ବ୍ୟକ୍ତି ର କଏଦୀ ଜୀବନ ଆରମ୍ଭ ହୁଏ 😜😜
୯.#ନିଶ୍ଚୟ»» ଯେତେବେଳେ ଜଣେ ବୁଦ୍ଧି ଥାଉଁ ଥାଉଁ ଦାସ ହେବାକୁ ,କଏଦୀ ହେବାକୁ ନିଶ୍ଚୟ କରିନିଏ ସେ ନିର୍ବନ୍ଧ କରିନିଏ 😬😝😝
୧୦.#ଅଟକ»» ଥରେ ନିର୍ବନ୍ଧ ହେଲେ ଜଣେ ବ୍ୟକ୍ତି ସବୁଦିନ ପାଇଁ ଅନ୍ଯ ପାଖରେ ଅଟକ ରହିଯାଏ 😜
୧୧.#ବନ୍ଧନ»»ଆଉ ବ୍ୟକ୍ତି ଏଇଥିପାଇଁ ଆଜୀବନ ଜଣକ ପାଖରେ ଅଟକ ରହେ କାରଣ ସେ ନିର୍ବନ୍ଧ କରି ବନ୍ଧନଯୁକ୍ତ ହୋଇଯାଏ ।
ହିନ୍ଦୀରେ रोका,सगाई, मंगनी ଭଳି ଶବ୍ଦ ଅଛି କିନ୍ତୁ ଆମ ପୂର୍ବପୁରୁଷ ମାନେ ନିର୍ବନ୍ଧ ଶବ୍ଦର ଏତାଦୃଶ ଲକ୍ଷଣ ଓ ଅର୍ଥ ଯୋଗୁଁ ଏଙ୍ଗେଜମେଣ୍ଟ୍ ଅର୍ଥରେ ନିର୍ବନ୍ଧ ଶବ୍ଦର ପ୍ରଚଳନ କରାଇଥିଲେ....
😀😀😀😀
ସେଇଭଳି
ଇଂରାଜୀରେ Engagement ଶବ୍ଦ ଟି ଅନ୍ୟ ଏକ ଅର୍ଥରେ ମଧ୍ଯ ବ୍ୟବହୃତ ହୁଏ
"A fight or battle between armed forces"
ମାନେ ଦୁଇଟି ସେନା, ଶକ୍ତି ମଧ୍ୟରେ ଯୁଦ୍ଧ ଲାଗିବା ....
ବିବାହିତ ଯୋଡ଼ିଙ୍କ ମଧ୍ୟରେ ବି ମାଡ଼ ପିଟ ହୁଏ ନା 😜😜😜😜😜 ବେଲେଣା ଛାଞ୍ଚୁଣୀ ମାଡ଼ ଖାଇଥିବା ବଡ଼ ଭାଇ ଯଦି କେହି ଥିବେ ଜଣେଇବେ
😀😁😂😂😂😂😂

Wednesday, July 19, 2017

ଢେଙ୍କାନାଳର କେତେକ ଗାଁ ଏବଂ ନାମ ଭେଦ

ଢେଙ୍କାନାଳରେ ଅନେକ ଗାଁ ଅଛି
ସେସବୁର ନାଆଁ ଶୁଣିଲେ ଲୋକେ
କୌତୁହଳବଶତଃ ଲୋକ ଅର୍ଥ ଜାଣିବାକୁ ଚାହିଁବେ....
ଆମ ଗାଁ ନାଆଁ #କନ୍ତିଓ
ମୁଁ ଆଜିଯାଏଁ ଏ ନାମର ଅର୍ଥ ଜାଣି ପାରିନାହିଁ
କିନ୍ତୁ ଆଉ କେତେକ ଗାଁଆର ଅର୍ଥ ଅପେକ୍ଷାକୃତ ସହଜରେ ବାହାର କରାଯାଇପାରେ.....

୧.=> #ଦିଘି- ଓଡ଼ିଆ ଭାଷାରେ ଦିଘି ଶବ୍ଦର ଅର୍ଥ
                ବଡ଼ ପୋଖରୀ....ଏହି ଗାଁ ରେ ବଡ଼                    ପୋଖରିଟିଏ ଅଛି......

୨.=> #ଜକା-
ମହିମାଧର୍ମର ପଞ୍ଚୋଟି ପୀଠ ମଧ୍ୟରୁ ଅନ୍ୟତମ....
ଜକା ଶବ୍ଦଟି ଯକ୍ଷ ଶବ୍ଦର ଅପଭ୍ରଂଶ ବୋଲି ପ୍ରହରାଜଙ୍କ ମତ.....
ଓଡ଼ିଆ ଅର୍ଥ :-
I.କୃପଣ,
Ii.ଯେ ଧନ ସଂଚୟ କରେ,
Iii.ଗୋପନରେ ସଂଚିତ ଧନ
Iv.ଅନ୍ୟ ବସ୍ତୁ ମଧ୍ଯେ ଲୁକ୍କାୟିତ
ପ୍ରକୃତରେ ଏହି ଗାଁଆଟି ଛୋଟ ଏବଂ ଅନ୍ୟ ଗ୍ରାମ ଭିତରେ ଆଗେ ଜଂଗଲରେ ବେଷ୍ଟିତ ଥିବାରୁ ଏହାର ଶେଷ ଅର୍ଥରେ ନାମକରଣ ଜକା ହୋଇଅଛି.....

୩•କାଟେଣୀ=> ଢେଙ୍କାନାଳରେ ଅନେକ କାଟେଣି ଗାଆଁ ଅଛି
ପାଖାପାଖି ୨୩ଟି.....
ଗୁଡିଆକାଟେଣୀ, କନ୍ତିଓ କାଟେଣୀ,ଚଉଖିଆ କାଟେଣୀ ଆଦି.....
ଦେଖାଯାଏ ଯେଉଁ ଅଞ୍ଚଳରେ ବ୍ରାହ୍ମଣୀ ବଙ୍କିଛି ସେପାଖ ଗାଁର ନାମ କାଟେଣୀ ହୋଇଛି କିନ୍ତୁ ଭାଷାକୋଷରେ କାଟେଣୀ ଅର୍ଥ ତନ୍ତୀ ସମ୍ବନ୍ଧିତ ବୋଲି ଲେଖାଯାଇଛି.....

୪•#ଗୁରୁଜଙ୍ଗ
ଗୁରୁ ଶବ୍ଦର କେତେକ ଅର୍ଥ ମହତ, ପରାକ୍ରମ,ବୃହତ୍, କଠିନ ଅତିଶୟ....
ଜଙ୍ଗ ଏକ ଫାର୍ସି ଶବ୍ଦ
ଅର୍ଥ ଯୁଦ୍ଧ.....
୩୦୦ ବର୍ଷ ତଳେ ଏ ଅଞ୍ଚଳରେ ଏକ ଭୀଷଣ ଯୁଦ୍ଧ ହୋଇଥିବାର ସ୍ମୃତି ଆଜି ବି ଏହି ଅଞ୍ଚଳରେ ଅଛି .....

୫.#ଭୀଁପୁର-ଭୀମପୁର ର ଅପଭ୍ରଂସିତ ନାମ
ଏଠାରେ ଅନଙ୍ଗଭୀମ ଦେବଙ୍କ ଜନ୍ମ ହୋଇଥିଲା । ତାଙ୍କ ନାମ ଅନୁଯାୟୀ ଏହି ଗ୍ରାମର ନାମ ଭୀମପୁର ରଖାଯାଇଥିଲା ।

୬.#ନାଗେନା
ନାଗନାଥେଶ୍ବରୀ ଦେବୀ ଙ୍କ ନାମରେ ଗାଆଁର ନାମ ନାଗେନା ହୋଇଅଛି । ଏହା ଢେଙ୍କାନାଳର ଅନ୍ୟତମ ପ୍ରାଚୀନ ଗ୍ରାମ.....
ଏବେ ନାଗେନା ଗାଆଁ ଟି ଚାରୋଟି ଭିନ୍ନ ଭିନ୍ନ ଗାଆଁରେ ବିଭାଜିତ ହୋଇଯାଇଛି ତେବେ ଗୋଟିଏ ପଞ୍ଚାୟତ ନାଗେନା ।

Kotapal-କଟୁଆଳ(ଗଁଦିଆ)
#Ranja-ରଞ୍ଜନ,ରଞ୍ଜକ, ରଞ୍ଜିତ(ଗଁଦିଆ)

#Pipala(ପିପ୍ପଳ)ଅଶ୍ବତ୍ଥ(କାମାକ୍ଷାନଗର) ଗଛ,ଜଳ,ପକ୍ଷୀବିଶେଷ,ନଗ୍ନ ବ୍ଯକ୍ତି, ବସ୍ତ୍ରଖଣ୍ଡ
#Dimiria-ବୋଧହୁଏ ଡିମ୍ବିରି ଗଛ ଥିବାରୁ ?
ସ୍ଥାନୀୟ ଲୋକେ ଡିମ୍ବିରି କୁ ଡିମିରି କୁହନ୍ତି ।    ଏହି ଡିମିରି ରେ ଆ ପ୍ରତ୍ଯୟ ଯୋଗ କରି ଶବ୍ଦ  ଗଠିତ ହୋଇପାରେ ?(କାମାକ୍ଷାନଗର)
#Angarua=> ଅଙ୍ଗାର+ଉଆ ହେଲେ ଯାଇ ଅଙ୍ଗାରୁଆ ଭଳି ଶବ୍ଦ ଟିଏ ସୃଷ୍ଟି ହେବ ।
ଉଆର ଅର୍ଥ ଭାତ ,ଚାଉଳ ଆଦି !!(କାମାକ୍ଷାନଗର)
#Aghiraguda ଏଥିରେ ଥିବା ଅଘିରା ଶବ୍ଦ ଟି ଅଇଘରା ଶବ୍ଦ ର ଅନ୍ୟରୂପ
ସାଧାରଣତଃ ମାଘ ପୂର୍ଣ୍ଣିମା କୁ ଅଇଘରା ପୂର୍ଣ୍ଣିମା କୁହନ୍ତି ।
ଅଇଘରା ସେଇଦିନ ପାଳିତ ଅଗ୍ନ୍ଯୁତ୍ସବ କୁ କହାଯାଏ ।
ବୋଧହୁଏ ଏହି ଗୁଡା଼ରେ ଆସି ଲୋକେ ଆଗେ ଅଇଘରା ପୂର୍ଣ୍ଣିମା ପାଳନ କରୁଥିଲେ ବୋଲି ଏଭଳି ନାମ ହୋଇଛି !(କାମାକ୍ଷାନଗର)
#Pandua-ପଣ୍ଡୁ ଶବ୍ଦର ଗ୍ରାମାଞ୍ଚଳ ରୂପ । ପାଣ୍ଡୁର ବର୍ଣ୍ଣ,ମାଟିଆ ମିଶା ହଳଦିଆ ମାଟି ।
(କାମାକ୍ଷାନଗର)
#Sogar ଉଚ୍ଚାରଣ ସୁଗର ହୁଏ ଏବଂ ସୁଗର ଶବ୍ଦ ର ଅର୍ଥ ହିଙ୍ଗୁଳ (କାମାକ୍ଷାନଗର)
#Gengutia- ଗେଙ୍ଗୁଟି ଶବ୍ଦରେ ଆ ଲାଗି ଗେଙ୍ଗୁଟିଆ ହୋଇଥିବା ଅନୁମାନ କରାଯାଇପାରେ ! ଗେଙ୍ଗୁଟି ଶବ୍ଦ ର ଅର୍ଥ
Lime ghooting, ପୁଣି ଏକ ପ୍ରକାର ର ଗଛ କଣ୍ଟାକର୍ଣ୍ଣକୁ ବି ଗେଙ୍ଗୁଟି କୁହନ୍ତି ।(parjang,kamakhya nagar)
#Kulei-କୁଲେଇ ମାନେ କୁଲା ! ଗାଆଁର ଆକାର କୁଲା ଭଳି ତେଣୁ ଏଭଳି ନାମ ହୋଇଛି (ପରଜଙ୍ଗ)

କ୍ରମଶଃ....

Monday, July 17, 2017

•ଭାଗ୍ୟବାନ ନା ଅଭାଗା•

ଏହା ବହୁତ ପୁରୁଣା କାଳର କଥା ।
ଜଣେ ବହୁତ ବଡ଼ ବୁଦ୍ଧିମାନ ସୈନିକ ଥିଲା ଯାହାକୁ ତା'ର ବୀରତ୍ବ ପାଇଁ ରାଜା ଘୋଡାଟିଏ ଦେଇଥିଲେ ।

ସମସ୍ତେ କହିଲେ ସେ କେଡେ ସୌଭାଗ୍ୟଶାଳୀ.....
ହେଲେ ଦିନେ ରାଜାଙ୍କ ପ୍ରଦତ୍ତ ଘୋଡ଼ା ହିଁ ସେହି ସୈନିକକୁ ଏକ ପାହାଡ଼ିଆ ରାସ୍ତାରୁ ତଳେ ପକେଇଦେଲା.....

ଲୋକେ ଏଥର ତାକୁ ଦେଖି କହୁଥାନ୍ତି
ଯେ ସେ ବଡ ଅଭାଗା....

କିଛି ଦିନ ପରେ ସେ ସହର ଉପରେ ଶତୃସେନା ଆକ୍ରମଣ କରିଦେଲେ ।

ଅଧିକାଂଶ ଲୋକ ହତାହତ ହେଲେ ସେ ସିପାହୀ ଜଣକ ଅଳ୍ପକେ ବର୍ତ୍ତିଗଲା....

କାରଣ ତାହାର ଦୁଇଟି ଯାକ ଗୋଡ ଭାଙ୍ଗିଯାଇଥିଲା ତେଣୁ ଶତୃସୈନ୍ୟ ମନେକଲେ ତାକୁ ମାରି କିଛି ଲାଭ ନାହିଁ ସେ ସେମିତି ହିଁ ସେବା ଶୁଶ୍ରୁଷା ବିନା ମରିଯିବ....

ଲୋକେ କୁହନ୍ତି ଅମୁକେଇ ଲୋକ ଭାଗ୍ୟବାନ
ସମୁକେଇ ଲୋକ ଅଭାଗା ବା unlucky
କିନ୍ତୁ ସତକହିବାକୁ କହିଲେ କେହିବି କହିପାରିବନି ଯେ କେଉଁ ସମୟ କା ପାଇଁ କେବେ ସୌଭାଗ୍ୟ ବା ଦୂର୍ଭାଗ୍ୟ ହେବ ।

Sunday, July 16, 2017

ଆମେ ଜଵାନ ଆମେ କିସାନ୍

ଭାଇ ଭାଉଜ ଫିଲ୍ମ୍ ର ଏହି ଗୀତଟି ମୋର ଅତିପ୍ରିୟ.....
ଛୋଟବେଳେ ବହୁତ ଥର ଶୁଣିଛି କଟକ ରେଡ଼ିଓ ଷ୍ଟେସନ ରୁ

ଗାୟକ,ଗାୟିକା:-
ରଘୁନାଥ ପାଣିଗ୍ରାହୀ
ନିର୍ମଳା ମିଶ୍ର

Lyrics:-
ସ୍ବପ୍ନ ଭରା ଶ୍ୟାମ ଶସ୍ଯ କେଦାରେ

ସ୍ନେହ ସିକ୍ତ ମାଟି ମାଆ ବୁକୁରେ

ବନ ଛାୟାରେ ମେଘ ମାୟାରେ

ନବୀନର କାୟା ଯିବା ଦେଖିରେ

ନିର୍ଝରର ନୀଳ ଜଳ ନୂପୁରେ

ଅଙ୍ଗେ ଅଙ୍ଗେ ଏତେ ରୂପ ସପନ

ଆମେ କିଶାନ୍....ଆମେ ଜଵାନ୍ ....

ଷଷ୍ଠ ଶିରୀ ସମ୍ପଦରେ ଶ୍ରୀହରି

କୁସୁମିତ ହେବ ପଥ ଆମରି

ଆମ କର୍ମରେ ଆମ ସମରେ

ସତ୍ଯ ଥିବ ସ୍ବପ୍ନ ଥିବ କାବ୍ୟରେ
 
ନିର୍ମଳତା ଅନ୍ତରେ ବାହାରେ

ଛନ୍ଦେ ଛନ୍ଦେ ବିତିଯିବ ଲଗନ

ଆମେ କିଶାନ୍ ଆମେ ଜଵାନ୍

ଜନ୍ମ ମାଟି ପଲ୍ଲୀ ଘାଟେ
                        ଅସ୍ତ୍ରେ ଯାଗେ କମ୍ପନ
ଭାରତର ସିଂହଶିଶୁ ଆମେ ବଳିଆନ୍
ବଳିଆନ୍

ଆମେ କିଶାନ୍ ଆମେ ଜଵାନ୍......

YouTube link:- odia patriotic song aame jaban aame kisan

Saturday, July 15, 2017

ଢେଙ୍କାନାଳରେ ଏଫଏମ୍ ଚ୍ୟାନେଲ୍

ଆମ ଢେଙ୍କାନାଳରେ ଅଧୁନା ଛଅଟି F.m. ରେଡ଼ିଓ ଷ୍ଟେସନ ଆସୁଛି...

(୧)91.9 ସାର୍ଥକ ଏଫ୍ ଏମ୍
          "ଏଥର ଜମିଲା"
ଓଡିଆ ଗୀତ ପାଇଁ ପ୍ରାୟ ଏହି ଚ୍ଯାନେଲ୍ ଟି ଶୁଣିଥାଏ.....
ମୋ ଜାଣିବାରେ ଏହା ଅନ୍ୟ fm  ଅପେକ୍ଷା ନୂଆ ଖୋଲିଛି.....
ମୋତେ ଚ୍ୟାନେଲ ଟି ଶୁଣିବାକୁ ଭଲ ଲାଗୁଛି .....

(୨)92.7 bigfm ...
ଏପ୍ରିଲ୍ ପହିଲା ଉତ୍କଳ ଦିବସରେ ଏ ଚ୍ୟାନେଲ ଆରମ୍ଭ ହୋଇଥିଲା । ମସିହା ମନେ ନାହିଁ
ସେତେବେଳେ ମୋ ପାଖରେ ଏକ ୩୦୦ ଟଙ୍କିଆ 10band ଜାପାନୀ ରେଡ଼ିଓ ଥିଲା  ...
ମୁଁ ପ୍ରାୟ Sw,Mw ରେଡ଼ିଓ ଚ୍ୟାନେଲ ସବୁ ଶୁଣୁଥିଲି .....
ହଠାତ୍ ଏ ଚ୍ୟାନେଲ ମିଳିଲା....
ସେଦିନିଆ ଆମ ଅଞ୍ଚଳରେ ଏ ଚ୍ୟାନେଲର ସିଗ୍ନାଲ୍ ଏତେ କମ୍ ଥିଲା ଯେ ମୋତେ
ରେଡ଼ିଓ ଆଣ୍ଟିନାରେ ଲମ୍ବା ତାର ଲଗେଇବାକୁ ହେଉଥିଲା ।
ବର୍ତ୍ତମାନ ଭାରତର ପ୍ରାୟ ୬୦ ଟି ସହରରେ ବିଗ୍ ଏଫଏମ୍ ର କେନ୍ଦ୍ର ମାନ ଅଛି....

(୩).93.5 Red fm "ବଜାତୈ ରହୋ"
ଏହା ଆମ ଅଞ୍ଚଳରେ ପ୍ରସାରିତ ହେଉଥିବା ତୃତୀୟ fm ରେଡ଼ିଓ..
ହିନ୍ଦୀ ଗୀତ ବେଶି ବାଜେ ଏଠି....

(୪)ବିବିଧଭାରତୀ କଟକ
ମୁଁ ଏଥର ଗାଁକୁ ଆସି ଏହି ଚ୍ଯାନେଲ୍ ଟିକୁ କଲମ୍ବସଙ୍କ ଆମେରିକା ଆବିଷ୍କାର ଭଳି ଖୋଜି ପାଇଲି.....
ଛୋଟବେଳୁଁ ମହାଭାରତ ଛଡା ବିବିଧଭାରତୀ ହିଁ ସର୍ବାଧିକ ପ୍ରିୟ ଥିଲା ମୋର.....
ହିନ୍ଦୀକୁ ,ହିନ୍ଦୀଚଳଚ୍ଚିତ୍ରକୁ ଅହିନ୍ଦୀଭାଷୀ ଅଞ୍ଚଳରେ ଲୋକପ୍ରିୟ କରିବାରେ
ଏହି ଚ୍ଯାନେଲ୍ ର ଅନ୍ୟତମ ଯୋଗଦାନ ଅଛି । ଆଜିକାଲି ସମୟ ଅଭାବରୁ ଆଉ ଶୁଣିପାରୁନି ବିବିଧଭାରତୀରେ ପ୍ରସାରିତ ମୋର ପ୍ରିୟ କାର୍ଯ୍ୟକ୍ରମ "ଆଜ୍ କା ଫନ୍କାର".....

(୫) 101.3 Rainbow cuttack
ଦିନ ଥିଲା Swରେ ଏଫ୍ ଏମ୍ ଗୋଲ୍ଡ ସୁଲଭ ଥିଲା.....
କିନ୍ତୁ କିଛି ଦିନ ପରେ ତାହା ଆଉ sw ରେ ଖୋଜିକି ପାଉନଥିଲି । ଏମିତିରେ ମୋ ପାଇଁ ଆକାଶବାଣୀ ଇନ୍ଦ୍ରଧନୁ ଶୁଣିବା ସାତସପନ ଥିଲା....
କିଛି ବର୍ଷ ତଳେ କଟକର ରେନଵୋ ଚ୍ଯାନେଲ୍ ଖୋଲିଛି.....
ଆଜି ବି ଗାଁରେ ଥିଲେ ସଂଧ୍ୟାରେ ଏହି ଚ୍ଯାନେଲ୍ ଲଗାଇ ଶୁଣେ

(୬) Radio chocolate
ବୋଧହୁଏ
ଓଡ଼ିଶାର ପ୍ରଥମ fm ରେଡ଼ିଓ ଚ୍ୟାନେଲ ....
ଗାଆଁରେ ଏହାର ସିଗ୍ନାଲ୍ ସବୁ ସ୍ଥାନରେ ସମାନ ନଥାଏ । ତେବେ ଆମ ଅଞ୍ଚଳରେ ଏହି ଚ୍ଯାନେଲ୍ ର ଲୋକପ୍ରିୟତା ସର୍ବାଧିକ.....

ତେବେ ସେ ଯା ହେଉ ....
ଗୁଜରାଟରେ ଥିଲା ବେଳେ ଦେଖୁଥିଲି ସେଠି ଗୁଜରାଟୀ ଗୀତ କମ୍ ୯୯% ହିନ୍ଦୀ ଗୀତ ବାଜୁଥିଲା କିନ୍ତୁ  ଓଡ଼ିଶାରେ ଓଡ଼ିଆ ଏଫଏମ୍ ଚ୍ୟାନେଲ୍ ଗୁଡିକରେ ଓଡ଼ିଆ ଗୀତ ହିନ୍ଦୀ ସହ ତାଳ ଦେଇ ବାଜୁଛି .....

ବିଶେଷ କରି #SarthakFm ଭଳି ଓଡ଼ିଆ ଏଫ୍ ଏମ୍ ଚ୍ୟାନେଲ ର ପ୍ରସାରଣ ସ୍ବାଗତଯୋଗ୍ୟ ପ୍ରଦକ୍ଷେପ ଅନୁକରଣୀୟ ମଧ୍ଯ

ମୋ ମନ ବୀଣାର ତାରେ ----ମାଣିକ ଯୋଡ଼ି

୧୯୬୪ ମସିହା ଜାନୁଆରୀ ମାସରେ ରିଲିଜ୍ ହୋଇଥିଲା "ମାଣିକ ଯୋଡ଼ି" ଚଳଚ୍ଚିତ୍ର ।
"ନୂଆ ବୋଉ" ପରେ ଏହା ପଞ୍ଚସଖା ପିକ୍ଚରର ଦ୍ଵିତୀୟ ଅବଦାନ ।
ଫିଲ୍ମର କାହାଣୀ ଜନୈକ ବଙ୍ଗାଳୀ ଔପନ୍ୟାସିକ
Balaichand mukharji ଙ୍କ ଉପନ୍ୟାସରୁ ପ୍ରେରିତ.....
ଓଲିଉଡର
ଏହି ଫିଲ୍ମଟି ଓଡ଼ିଶା ବାହାରେ ସୁଟିଂ ହୋଇଥିବା ପ୍ରଥମ ଓଡ଼ିଆ ସିନେମା...
ପ୍ରଥମଥର ପାଇଁ ଫିଲ୍ମର କିଛି ଦୃଶ୍ୟ ଦିଲ୍ଲୀର କୁତୁବ୍ ମିନାର ନିକଟରେ ସୁଟିଂ ହୋଇଥିଲା ।

ସେଇ ଫିଲ୍ମର ଏକ ଲୋକପ୍ରିୟ ଗୀତ ମନେ ପଡିଯାଏ......
ଏ ମନ ବୀଣାର ତାରେ ଏ ଅବୁଝା ମୂରୁଚ୍ଛନା.....

ଗୀତିକାର​-ଜୀବନାନନ୍ଦ ପାଣି
ସଂଗୀତ ଦେଇଥିଲେ ବାଳକୃଷ୍ଣ ଦାସ ଏବଂ ନିଜର ସୁମଧୁର କଣ୍ଠରେ ଗୀତକୁ ଗାଇଥିଲେ
ଚିରସବୁଜ ଯୁଗର ସୁପ୍ରସିଦ୍ଧ ଗାୟିକା
ନିର୍ମଳା ମିଶ୍ର...

Lyrics:-
ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂଛନା......
ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂୁଛନା
ମୋ ମନ ବୀଣାର ତାରେ............

ଏତେ ମଧୁସୁରେ ଆଉ,
ଏତେ ମଧୁସୁରେ ଆଉ....
ମୋତେ ଡାକ ନା.....ନା
ମୋ ମନ ବୀଣାର ତାରେ........

କୁହ କିମ୍ପା ଏତେ ସୁର
ଏମନେ  ବଜାଇ ଗଲ.......
ସବୁଜ ସପନ ମାୟା
ଏ ଆଖିରେ ଛାଇଦେଲ.....
ତେଣୁ ଆଜି ଆଉ କିଛି ଭଲ ଲାଗେନା....

ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂଛନା......
ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂଛନା......

ତୁମେ ନୀଳ ଆକାଶର ଚନ୍ଦ୍ରମା
ମୁଁ ନୀଳକଇଁ
ନୀଳିମା ର ଦେହ ନିଅ ଏ ସାରା
ଜୀବନ ପାଇଁ
ଛନ୍ଦ ମୁଁ ସୁର ତୁମେ ଭୂଲି ପାରେନା.....ନା

ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂଛନା......
ମୋ ମନ ବୀଣାର ତାରେ
ଏ ଅବୁଝା ମୁରୂଛନା......

ଗୀତଟିକୁ ଶୁଣିବା ପାଇଁ ୟୁଟ୍ୟୁବ ସମ୍ପ୍ରଯୋଗରେ ଦେଖିପାରନ୍ତି
Mo mana beena ra tare

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...