Monday, July 10, 2017

ଗାଈ-ଯଶୋବନ୍ତ ଦାସ

ଗାଈ ଭୂଲା ଭୂଲାଇ ଲୋ
ନିରତେ ବେଉସା ଖାଇ ।
ଗାଈ ପଛେ ଯେବେ ଗଉଡ଼ ଥାଆନ୍ତା
ବେଉସା ଖାଆନ୍ତା ନାହିଁ ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟ ଗୁହାଳ ।
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସବା ଗାଈଟି ଦୁହାଁଳ ।
ଗାଈ ଗୋଳ ଚେରୁ କ୍ଷୀର ଦେଉଅଛି
ନାହିଁ ତାହାର ସୁମାର
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହର ।
ସେହି ଲବଣୀକୁ ଅଗ୍ନୀରେ ରଖିଲେ
ତହୁଁ ବାହରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ ।
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହର କାହାକୁ ଭୟ ।
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈ କି ନାହିଁ ଉପାୟ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...