My Blog List

Friday, July 21, 2017

ପରିପରୀ

ଓଡ଼ିଆରେ #ପରି ଶବ୍ଦ ଏକ ଉପସର୍ଗ
ଯାହା ଧାତୁର ପୂର୍ବରେ ବସି ଅର୍ଥ ପୂରଣ କରେ...
ଯେମିତି
ପରିଛଦ,ପରିଶ୍ରମ,ପରିଗ୍ରହ, ପରିକ୍ରମା,ପରିପନ୍ଥୀ ଆଦି.....
ସେଇଭଳି ପରି ଶବ୍ଦଟି ଅବ୍ୟୟ ହିସାବରେ ମଧ୍ଯ ବ୍ୟବହୃତ ହୁଏ ପ୍ରାୟ,ପରି,ଭଳି,ସଦୃଶ, ତୁଲ୍ୟ,ପରାଏ ଅର୍ଥରେ
(ଉ. #ତୁମପରି ଛୋଟ ପିଲାଟିଏ)

ଆଉ ଏକ ଶବ୍ଦ #ପରୀ ମଧ୍ଯ ଅଛି.....
ପରୀ ଶବ୍ଦଟି ଦେବୀ,ଅପ୍ସରା ଅର୍ଥରେ
ବ୍ୟବହାର ହୁଏ..
ଏହା ଏକ ବୈଦେଶିକ ଶବ୍ଦ....
ମୂଳତଃ ପାର୍ସି ଭାଷାରୁ ଆସି ଭାରତୀୟ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି......

କିନ୍ତୁ ଯଦି ଦୁଇଟିଯାକ ଶବ୍ଦକୁ ଯୋଡିକି ଲେଖାଯାଏ ......
ତେବେ ଯେଉଁ ଶବ୍ଦଟି ହେବ
ତାହାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ .....

#ପରିପରୀ ର ଓଡ଼ିଆ ଅର୍ଥ
ଶତୃ; ବିପକ୍ଷ ବ୍ୟକ୍ତି
Adversary; Antagonist

(हिंदीରେ ପରି ବୋଲି କୌଣସି ଅବ୍ୟୟ ଶବ୍ଦ ନାହିଁ ହଁ ଉପସର୍ଗ ହିସାବରେ ବ୍ୟବହୃତ ହୁଏ)

No comments:

Post a Comment