Friday, December 15, 2017

ମହାଭାରତ ରେ କଳିଙ୍ଗ-୧

ପାଣ୍ଡବମାନେ ବନବାସ ସମୟରେ
ଉତ୍ତର ପୂର୍ବାଞ୍ଚଳ ମାନ ପରିଭ୍ରମଣ କରି
ଭାଗିରଥୀ ମୁହାଣସ୍ଥ ଗଙ୍ଗାସାଗର ରେ ପ୍ରବେଶ କଲେ ।
ସେଠାରୁ ଲୋମେଶ ମୁନି ପାଣ୍ଡବ ମାନଙ୍କୁ ଦକ୍ଷିଣାଞ୍ଚଳର ବର୍ଣ୍ଣନା ଦେଇଥିଲେ । ତାଙ୍କ ମତରେ ଗଙ୍ଗାସାଗର ମୁହାଣ ଠାରୁ କଳିଙ୍ଗ ରାଜ୍ୟ ଦକ୍ଷିଣ ଦିଗକୁ  ବିସ୍ତାରିତ ହୋଇଥିଲା ଓ ଗଞ୍ଜାମ ଜିଲ୍ଲାର ମହେନ୍ଦ୍ର ପର୍ବତ କଳିଙ୍ଗ ଦେଶର ଦକ୍ଷିଣ ସୀମା ଥିଲା (ସେତେବେଳେ ମହେନ୍ଦ୍ର ପର୍ବତର ଅପରପାର୍ଶ୍ବର ଅନତି ଦୂରରେ ସମୁଦ୍ର ଥିବା ବୈଜ୍ଞାନିକ ମାନେ ଅନୁମାନ କରନ୍ତି) ।

ବୈତରଣୀ ନଦୀ ଏ ଦେଶର ମଧ୍ୟଭାଗରେ ପ୍ରବାହିତ ହେଉଥିଲା । ମହାଭାରତ ମତେ ଉତ୍କଳ ଓ ଉଡ୍ର ସମୁଦ୍ର ଉପକୂଳବର୍ତ୍ତୀ କୌଣସି ସ୍ଥାନ ନଥିଲା । ଏହି ଦୁଇଟି ସ୍ଥାନ କେବଳ ଦୁଇଟି ପ୍ରଧାନ ଗୋଷ୍ଠୀର ବାସସ୍ଥଳୀ ଥିଲା ଓ ଆଧୁନିକ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଅଞ୍ଚଳର ପାର୍ବତ୍ୟାଞ୍ଚଳ,ଛୋଟନାଗପୁର ଓ ଛତିଶଗଡ଼ ରେ
ଏ ଜାତି ଦ୍ଵୟ ବିକ୍ଷିପ୍ତ ଭାବରେ ବସବାସ କରୁଥିଲେ ।

ଏଥିରୁ ଅନୁମାନ କରାଯାଉଛି ଯେ ହୁଏତ
ଏ ଉଭୟ ଜାତି(ଉଡ୍ର-ଉତ୍କଳ) ର ଲୋକେ
କଳିଙ୍ଗ ଦେଶର ଲୋକଙ୍କ ମିତ୍ର ଥିଲେ ଏବଂ
ସମୟ ସମୟରେ ସେମାନଙ୍କ ବିରୋଧରେ ଛିଡା଼ ହେବାକୁ ମଧ୍ୟ ପଛାଉ ନଥିଲେ ।
ମହାଭାରତ ଯୁଦ୍ଧ ରେ ମଧ୍ୟ
ଉଡ୍ର ଉତ୍କଳୀୟ ମାନେ ପାଣ୍ଡବ ପକ୍ଷରୁ ଲଢୁଥିଲା ବେଳେ
କଳିଙ୍ଗ ଦେଶର ଯୋଦ୍ଧା କୌରବଙ୍କ ପକ୍ଷରେ ଥିବା
ମହାଭାରତ ରେ ଉଲ୍ଲେଖ ଅଛି ।

ବଡ଼ ଦୁଃଖର ବିଷୟ ଆଜି ସେହି ଉଡ୍ର ଉତ୍କଳ ଜାତିର ଆଧୁନିକ ବଂଶଜ ମାନେ
ଉତ୍ତର ଭାରତୀୟଙ୍କ ସଂସର୍ଗରେ
ଆସି ନିଜକୁ
“ଶାକ ବୃକ୍ଷସ୍ୟ ବୀଜ” ମନେ କରି
ଓଧ ସାଙ୍ଗେ ବଣଭୂଆ ବାଇ ହେଲା ଭଳି
ଡିସ୍କୋ କରୁଛନ୍ତି ।”

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...