Saturday, April 28, 2018

★★★ଜାତି ଇତିହାସ★★★


ଜାତି ଇତିହାସ ଜାତିର ନିର୍ଝର ,
ତହୁଁ ବହେ ସଦା ଜାତି ପ୍ରାଣଧାର ,
ସେ ଧାରାରୁ ନୀର ପିଉଛି ଯେ ନର ,
ନିଶ୍ଚୟ ହେବ ସେ ଜାତି କର୍ମବୀର I
କଳକଳ ରବେ ଛୁଟିଛି ସେ ଧାର,
ଅତୀତ କୀରତି ଗାଇ ନିରନ୍ତର,
ଭାବୀ କୀରତିର ଉଦୟେ ନାଚୁଛି,
ଯଥା ଚନ୍ଦ୍ରୋଦୟେ ନାଚେ ରତ୍ନାକର ।
ଧାର ମଧ୍ଯେ ଵିଜେ ମୋହିନୀ ପ୍ରତିମା,
ଦେଖ ଦେଖ ସେହି ଜନନୀ ତୋହର,
କାନ ଡେରି ଶୁଣ ମାତା କହୁଛନ୍ତି,
ଆସ ଆସ ଵତ୍ସ,ନୀର ପାନ କର ।
ଏହି ନୀର ସେବି ଵୀର ମୋ ସନ୍ତାନେ,
ଵୀରପ୍ରସଵିନୀ କ୍ଷୀର ଏହି ନୀର,
ଛାଡ଼ରେ ଆଳସ୍ୟ ବଢା଼ଅ ସାହସ,
ଜାତି-ନନ୍ଦିଘୋଷ କର ଅଗ୍ରସର ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...