Friday, April 13, 2018

ମାର୍ଜାର କେଶରୀ

ତ୍ରେତୟା ଯୁଗରେ ଉଡଙ୍ଗ ମୁନିଙ୍କର ମାଳତି ନାମକ କନ୍ୟାକୁ ଲଙ୍କାର ରାବଣ ଧର୍ଷଣ କରି ଗୋଦାବରୀ ନଦୀରେ ଫିଙ୍ଗି ଦେଇଗଲା  ଗୋଦାବରୀ ନଦୀ ତାହାକୁ ଦୟା ଦେଖାଇ କୂଳରେ ପହଞ୍ଚାଇ ଦେଲା । ଗଣପତିଙ୍କର ବାହନ ଇନ୍ଦୁର ମାଳତି କୁ ପିତାମାତାଙ୍କ ପାଖରେ ଛାଡ଼ି ଦେବ କହି ବାଟରେ ବଳାତ୍କାର ଶୃଙ୍ଗାର କଲା । ମାଳତି ତଥା ରାବଣ ଇନ୍ଦୁର ଔରସରୁ ମୂଷିକ ଦୈତ୍ୟ ଜନ୍ମ ନେଇଥିଲା ।
ଜନ୍ମ ହେଲା କ୍ଷଣି ସେ ପ୍ରଥମେ ତା' ମାଆକୁ ଭକ୍ଷଣ କଲା ।
ତା'ର କୋପରେ ସମ୍ପୂର୍ଣ୍ଣ ପ୍ରୃଥିବୀ ପ୍ରକମ୍ପିତ ହେଲାରୁ ଅଯୋଧ୍ୟା ର ରାମଚନ୍ଦ୍ର ଙ୍କୁ ସବୁ ଦେବାଦେବୀ ଅନୁରୋଧ କରନ୍ତେ ସେ ମୂଷିକ ଦୈତ୍ୟ କୁ ନରସିଂହ ରୂପରେ ଗୋଡାଇଲେ ।
ଦୈତ୍ୟ ଭୟ ପାଇ ସର୍ବତ୍ର ବୁଲି ବୁଲି ଗନ୍ଧଗିରି ର ଏକ ସୁଡଙ୍ଗରେ ଆଶ୍ରୟ ନେଲା । ନୃସିଂହ ଯେତେବେଳେ ଏଠାରେ ପ୍ରବେଶ କଲେ, ଗନ୍ଧଗିରି ତାକୁ ଶରଣ ଦେଇଥିବାରୁ ତାଙ୍କ ପାଦ ତଳେ ଗୁହାରି କଲା  । ତେଣୁ ରାମଚନ୍ଦ୍ର ମାର୍ଜାର କେଶରୀ ବେଶରେ ସୁଡଙ୍ଗ ପାଖରେ ମୂଷିକ ଦୈତ୍ୟ କୁ ଜଗିରହିଲେ । ସେଠାରେ ତାଙ୍କର ପୀଠ ସୃଷ୍ଟି ହେଲା ।

ହରି ଓ ସହଦେବ ଶବର ଦୁଇ ଭାଇ ଶ୍ରୀ ନୃସିଂହନାଥ ଅଞ୍ଚଳରେ ବାସକରୁଥିଲେ ।
ସେମାନଙ୍କର ସ୍ତ୍ରୀ ଯଥାକ୍ରମେ ଯମୁନା ଓ ରୋଦନା । ଗନ୍ଧଗିରି ପର୍ବତ ରୁ କନ୍ଦମୂଳ  ଆଦି ଖୋଳି ଜୀବନଧାରଣ କରୁଥିଲେ ।
ଦିନେ ଯମୁନା କନ୍ଧୁଣୀ ପାପହରଣ ନାଳ କୂଳରେ ଗୋଟିଏ ବେଲଗଛକୁ ମାଡିଥିବା ପିଠକନ୍ଦା ଦେଖିବାକୁ ପାଇଲା ।
ଖଣତି ସାହାଯ୍ୟରେ ପିଠକନ୍ଦାକୁ ଖୋଳିବା ସମୟରେ ରକ୍ତ ବାହାରିବା​ ଦେଖି ଆଦିବାସୀ ରମଣୀଟି ଭୟ ପାଇ ତାହାର ସ୍ବାମୀ କୁ ଜଣାଇଲା । କନ୍ଧ ଦମ୍ପତି ଯଥା ସମୟରେ ପହଞ୍ଚି ଦେଖିଲେ ଯେ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁଛି ।
ସେତିକି ବେଳେ ଶୂନ୍ୟ ବାଣୀ ହେଲା
"ରେ ହରିଆ ମୁଁ ତୋ ପ୍ରତି ପ୍ରସନ୍ନ ହୋଇଛି ।
ତୁ ମୋତେ ନେଇ ଏକ ମନ୍ଦିର ପ୍ରତିଷ୍ଠା କରି ରକ୍ଷା କର । ମୁଁ ମୂଷିକ ଦୈତ୍ୟ କୁ ମାରିବା ସକାଶେ ଏଠାରେ ଅପେକ୍ଷା କରି ରହିଲି" ।
ଏହାପରେ କଳାମୁଗୁନୀ ପଥର ମୂର୍ତ୍ତିଟିଏ
ଗର୍ତ୍ତରୁ ମିଳିଲା ।
ମୂର୍ତ୍ତି କୁ ନେଇ ତତ୍କାଳୀନ ପାଟଣାଗଡ଼ ରାଜା
ବୈଜଳଦେବଙ୍କୁ ଜଣାଇଲାରୁ ସେ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଦେଲେ ।
କନ୍ଧ ବଂଶଧର ମାନେ ଏହି ଦେବତାଙ୍କ ପୂଜା
ଆରମ୍ଭ କଲେ ।

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...