My Blog List

Thursday, April 26, 2018

●ସାହିତ୍ୟ ରେ ନାହିଁ ଏକଛତ୍ରଵାଦ●

ଲେଖନୀଟା ଏଠି କା’ର ସତ୍ତ୍ଵ ନୁହେଁ
ଯେ ଯାହାର ଇଛା ସେ ତା ଲେଖିପାରେ ।।
ସାହିତ୍ୟେ ନାହିଁ ଯେ ଏକଛତ୍ରଵାଦ
କା ଆଗେ ମଥା ନଇଁବାକୁ ହବ ବାଧ୍ୟ ।।
ସାହିତ୍ୟ ନୁହଁଇ କା ବାପର ଜାଗିର
କହିଦବ କିସ ପାଇଁ ଲେଖୁ ତୁରେ ଛାର ।।
ଈଶ୍ବରଙ୍କ ପ୍ରଦତ୍ତ ଏ ଗୁଣ ଅଟଇ ମହାନ ।
ସଭିଙ୍କ ମଧ୍ୟରେ ଥାଏ ହେଉ ଅଳପ ମାନ ।।
କରନା ହତୋତ୍ସାହ ଯେ ଲେଖୁଛି ଲେଖୁ
ସାନ ହୋଇ ବଡ଼ଙ୍କଠୁଁ କିଛି ତ ଶିଖୁ ।।
କଵିକୁଳ ନିଜ ମଧ୍ୟେଁ କରନାରେ କଳି ।
ପରସ୍ପରେ କଳି କଲେ ବଂଶ ଯାଏ ବୁଡ଼ି ।।
ଆସ ଆସ ମିଳିମିଶି ସାହିତ୍ୟ ସରଜି ।
ନିଜ ଭାଷା ମାନ କରିବାରେ ବୃଦ୍ଧି ।।


No comments:

Post a Comment