Saturday, April 28, 2018

●ଯେତେବେଳେ ଶ୍ରୀଅରଵିନ୍ଦ କହିଥିଲେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣକୁ କ୍ଷେତ୍ରଵାଦୀ ଆନ୍ଦୋଳନ●

1905ରେ ବଙ୍ଗଭଙ୍ଗ ପରେ ଅଵିଭକ୍ତ ଵଙ୍ଗରେ ଜନ ଅସନ୍ତୋଷ ହଟାତ୍ ଆନ୍ଦୋଳନ ର ରୂପ ନେଲା କାରଣ ସେତେବେଳେ କଲିକତା ଥିଲା ପରାଧୀନ ଭାରତର ରାଜଧାନୀ । ଗୋଟିଏ କ୍ଷେତ୍ର ଵିଶେଷର ଆନ୍ଦୋଳନ ତେଣୁ ଦେଶଟା ଯାକରେ ଵ୍ୟାପିଗଲା ଓ ଚର୍ଚ୍ଚିତ ମଧ୍ଯ ହେଲା ।

ସେ ସମୟରେ ସାଧରଣ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପରି ମହାତ୍ମା ମଧ୍ଯ ବଙ୍ଗଭଙ୍ଗ ଆନ୍ଦୋଳନ ଵହ୍ନିରେ ସ୍ବେଚ୍ଛାକୃତ ଝାସ ଦେଇଥିଲେ । 

ଦୁଇ ଵର୍ଷ ପରେ......

1907 ଡିସେମ୍ବର13 ତାରିଖରେ
ଶ୍ରୀଅରଵିନ୍ଦ ଆପଣା ପତ୍ରିକା ବନ୍ଦେମାତରଂ ରେ ଏକ ସମ୍ପାଦକୀୟ ଲେଖିଲେ....

ଏଥିରେ ସେ ଓଡ଼ିଶା ତଥା ମଧୁସୂଦନ ଦାସଙ୍କ ସଂକ୍ରାନ୍ତରେ କହିଥିଲେ.....

"ଓଡ଼ିଶା ପ୍ରେସିଡେନ୍ସି ରେ ବର୍ତ୍ତମାନ ସମୟରେ ନଵଜାଗରଣ-ନଵଚେତନା ଯୁଗର ସୂର୍ଯ୍ୟୋଦୟ ହୋଇଛି । ଓଡ଼ିଆ ଲୋକେ ଆପଣା ତଥା ଓଡ଼ିଶାର ଅସ୍ତିତ୍ଵ ରକ୍ଷା ହେତୁ ମଧୁସୂଦନ ଦାସଙ୍କ ପରି ଦକ୍ଷ,ଶକ୍ତିଶାଳୀ ନେତାଙ୍କ ନେତୃତ୍ୱରେ ଅଣ୍ଟା ଭିଡ଼ି ଲାଗିପଡି଼ଛନ୍ତି । ଆମେ ଜାଣିନୁ ତାଙ୍କର ଭଵିଷ୍ୟତ ଉଦ୍ଦେଶ୍ୟ କ’ଣ କିନ୍ତୁ ଆମ୍ଭମାନଙ୍କୁ ଆଶଙ୍କା ହୁଏ ଯେ ଏହି ଓଡ଼ିଆ ଭାଷା ଆନ୍ଦୋଳନ କାଳେ  କ୍ଷେତ୍ରଵାଦର ଵୀଜ ଵପନର କାରଣ ନହୋଇଯାଉ । ଆମେ ଭାରତକୁ ଏକ
ଦେଖିଵାକୁ ଚାହୁଁଛୁ ।”

ଏହାର ଉତ୍ତରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ଇଂରାଜୀ ପ୍ରବନ୍ଧ ଲେଖିଲେ
ଯେଉଁଥିରେ ସେ ପ୍ରଥମେ ତ ଶ୍ରୀଅରଵିନ୍ଦ ଏବଂ ତାଙ୍କର ଉତ୍ତମ କାର୍ଯ୍ୟ ଗୁଡି଼କ ପାଇଁ ତାଙ୍କର ପ୍ରଶଂସା କରିବା ସହ ପରେ ତାଙ୍କ ଆଶଙ୍କା ଦୂର କରିବାକୁ ଯାଇ କହିଥିଲେ.....

“ଯଦି ଦୁଇଭାଗରେ ଵିଭକ୍ତ ବଙ୍ଗର ପୁନଃ ମିଶ୍ରଣ ପାଇଁ ହେଉଥିବା ଏକ କ୍ଷେତ୍ରଵିଶେଷର ଆନ୍ଦୋଳନକୁ ଜାତୀୟ ସର୍ବଭାରତୀୟ ଆନ୍ଦୋଳନର ମାନ୍ୟତା ମିଳିଅଛି ତେବେ  ଚାରୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭକ୍ତ ପ୍ରଶିଦ୍ଧ ପ୍ରାଚୀନ କଳିଙ୍ଗୋତ୍କଳ(କଳିଙ୍ଗ+ଉତ୍କଳ) ର ପୁନଃ ଏକତ୍ରୀକରଣ କୁ କେମିତି କ୍ଷେତ୍ରଵାଦ କୁହାଯାଇପାରିବ ?
ବଙ୍ଗଭଙ୍ଗ ବିରୋଧରେ ତୁମ୍ଭର ଆନ୍ଦୋଳନ ର ଯେଉଁ ଉଦ୍ଦେଶ୍ୟ ପ୍ରାୟ ସେହି ଉଦ୍ଦେଶ୍ୟରେ ଆମ୍ଭମାନେ ମଧ୍ଯ ଲଢୁଅଛୁ । ସେଇଥିପାଇଁ ବଙ୍ଗଭଙ୍ଗ ଆନ୍ଦୋଳନରେ ଯୋଗଦେଇଥିବା ଲୋକେ ଆମ୍ଭକୁ ମଧ୍ଯ ସମର୍ଥନ କରିବା ଉଚିତ୍ ଫଳରେ ଆମ୍ଭେ ଉଭୟ ଏଥିରେ ସଫଳ ହୋଇପାରିବା”

ତେବେ ମଧୁସୂଦନ ଦାସଙ୍କ ଦ୍ଵାରା କହିଦେଲେ କ’ଣ ତାଙ୍କର ଚିନ୍ତାଧାରାରେ ପରିଵର୍ତ୍ତନ ଆସିଯାଇଥିବ ?
ପ୍ରକୃତରେ ସେତେବେଳେ ତଥାକଥିତ ରାଷ୍ଟ୍ରୀୟ ନେତାମାନେ ଓଡ଼ିଆ ଅଞ୍ଚଳ ଏକତ୍ରୀକରଣ ଆନ୍ଦୋଳନ କୁ କଦାପି ଏକ ରାଷ୍ଟ୍ରୀୟ ଆନ୍ଦୋଳନ ଭାବିନଥିଲେ । ଏମନ୍ତ କି ସେବେ ତଥାକଥିତ ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ଯ ସ୍ଵାଭିମାନୀ ଓଡ଼ିଆ ନେତୃବୃନ୍ଦଙ୍କୁ ଏସବୁ ଆଞ୍ଚଳିକ ଆନ୍ଦୋଳନ ବନ୍ଦ କରିଦିଅ ବୋଲି ଉପଦେଶ ଦେଇଥିଲେ ।
ଆଜିବି ଏହି ସବୁକଥା ହେଉଛି ।
ଅଧୁନା ମଧ୍ଯ ଯେତେବେଳେ ଜଣେ ଓଡ଼ିଆ ଆପଣା ଅଞ୍ଚଳର ସମର୍ଥନରେ କିଛି କହୁଛି ତାକୁ ଏ ସଂଘରାଷ୍ଟ୍ରରେ ଜଣେ କ୍ଷେତ୍ରଵାଦୀର ଆଖ୍ୟା ମିଳିଯଉଛି ।
ତେବେ ସତ କହିବାକୁ ଗଲେ
ନା ତ ସେତେବେଳେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣ ଆନ୍ଦୋଳନ କ୍ଷେତ୍ରଵାଦ ଥିଲା ନା ଏବେ ସ୍ଵାଭିମାନୀ ଓଡ଼ିଆ ମାନେ କ୍ଷେତ୍ରଵାଦକୁ ପ୍ରଶୟ ଦିଅନ୍ତି ଯଦି ଦେଉଥାନ୍ତେ ତେବେ 70 ଵର୍ଷ କାଳ ଏକ ସଂଘରାଷ୍ଟ୍ର ରେ ଆପଣା ଦୂରାଵସ୍ଥା ଦେଖି ନୂତନ ରାଷ୍ଟ୍ର ଗଠନ ହେତୁ
ସଂଘର୍ଷ କରିବା ଆରମ୍ଭ କରିଦିଅନ୍ତେ ।
ସ୍ଵ-ମାତୃଭୂମିକୁ ନେଇ ସମସ୍ତଙ୍କର ସ୍ଵାଭିମାନ ରହିବା ଉଚିତ୍ । କାହା ଦ୍ଵାରା ଯଦି ଆମ ମାଟି,ସଂସ୍କୃତି, ଭାଷା ,ଖାଦ୍ୟ ଓ ଚଳଣି ଉପରେ ମୂର୍ଖତାପୂର୍ଣ୍ଣ ଟିପ୍ପଣୀ ଆସେ ତାକୁ ତାହାର ଭାଷାରେ ଉତ୍ତର ଦେବା ହିଁ ପ୍ରତ୍ୟେକ ଓଡ଼ିଆ ସ୍ଵାଭିମାନୀର କର୍ତ୍ତଵ୍ୟ ହେଉ ବିଧେୟ ।

-ବନ୍ଦେ ଉତ୍କଳ ଜନନୀ-

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...