ହେ ପୁଣ୍ୟ ଦିଵସ ମୋର ଜାତିର ଶୃଙ୍ଖଳ
ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର
ନଵ ସୂର୍ଯ୍ୟୋଦୟେ ତବ । ସ୍ମୃତି ସେ ଦିନର
କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର
ନିବିଡ଼ ତିମିର ତଳେ ଶତ ନିସ୍ ପେଷଣେ
କେମନ୍ତେ ମୋ ଜାତି ଥିଲା ପଡି଼ଗଲେ ମନେ
ରୋମାଞ୍ଚେ ଶରୀର ସାରା କହେ ଶୂନ୍ୟେ ଚାହିଁ
ଦାସତ୍ଵ ବନ୍ଧନ ଠାରୁ ବଡ଼ ଦୁଃଖ ନାଇଁ
ମାନବ ଜାତିର ଵିଶ୍ଵେ । ଦାସତ୍ଵ ହିଁ ତା’ର
ମାରି ମାରି ଦିଏ ସବୁ ହୃଦୟ ଝଙ୍କାର ।
ସ୍ଵାଧୀନ ମାଟିର ମୁହିଁ ସ୍ଵାଧୀନ ଜୀଵନ
କେମନ୍ତେ ଦେଖଇ ଲକ୍ଷ ସୁନାର ସପନ
ଅଗଷ୍ଟ ପନ୍ଦର ! ଦିଅ ଵକ୍ଷେ ନଵ ଵଳ
ବିତିଯାଉ ଦିନ କରି ଜାତିର ମଙ୍ଗଳ ।
@କଵି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଆତ୍ମଲିପିରୁ ସଂଗୃହିତ
No comments:
Post a Comment