ମଇଁଷିଆଳ ମୂର୍ଖ,ତାର ଷାଠିଏ ଟା ମଇଁଷି । ତାଙ୍କୁ ଚରାବୁଲା କରେ,ତାଙ୍କରି ଉପରେ ନିର୍ଭର କରି ଚଳେ । ଦିନେ ସେ ଡେଙ୍ଗୁରା ଦେଲା-ମୋତେ ଯେ ବୁଝାଇ ଦେବ, ଏ ପେଣ୍ଡାକ ଯାକ ମଇଁଷି ତାକୁ ଦେବି ।
ଭାରିଯା ତା’ ଡେଙ୍ଗୁରା ଶୁଣି
ଚିଡି଼ଯାଇ ମଇଁଷିଆଳକୁ କହିଲା–
ହଇରେ ଅଳପେଇଷା ! ଆମର ବିଲ ଅଛି ନା ବାରି ଅଛି ? ତୁ ତ ମଇଁଷିଯାକ ବିକିଦବୁ, ଏ ପିଲାଛୁଆଙ୍କୁ ଚଳେଇବି କିଁଇତି ?
ତହୁଁ ମଇଁଷିଆଳ
ବୋଇଲା–ଆଲୋ, ମୋତେ ଫେଣ୍ କେ ବୁଝେଇପାରିବାର ଲୋକ ହେଇଚି ଯେ ଏତେ ଚିନ୍ତା । ଯେ ଯେତେ ବୁଝାଉ,ଯା’ ବୁଝାଉ
ମୁଁଇ କହିବି -କିରା ଟା କହିଲୁ....ବୁଝି ପାଇଲିନି !!!
ମେତେ କିମିତି ବୁଝେଇବ ଯେ ଫୁଣି ମଇଁଷି ନେଇଯିବ ? ମତେ ତ ବ୍ରହ୍ମା ଆସିଲେ ଵି ବୁଝେଇ ପାରିବେ ନାଇଁ ,ବ୍ରହ୍ମାଙ୍କଠୁଁ ବଳି ଆଉ କେ ଅଛି ଏ ମଞ୍ଚମଣ୍ଡଳରେ ?
No comments:
Post a Comment