Wednesday, May 16, 2018

ଯିଏ ଶିକ୍ଷା ଦିଏ ସେ ଵୟସରେ ଯେତେ ଛୋଟ ହେଲେ ହେଁ ଗୁରୁ ପଦଵାଚ୍ୟ

ବେଦଵ୍ୟାସ ଋଷି ଗୋଟାଏ ଦେଶ ଦେଇ ଯାଉଥାନ୍ତି । ଯାଉ ଯାଉ ବାଟରେ ଦେଖିଲେ ଜଣେ ମଧ୍ୟ ଵୟସ୍କ ଲୋକ ଏକ ଖଜୁରୀ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛି ଆଉ ତହିଁ ଉପରେ ବସେଇଥିବା ତା’ର ତାଡି଼ହାଣ୍ଡିକୁ କାଢିଆଣୁଚି ।

ବ୍ୟାସଦେବ ଯାଇ ସେହି ଲୋକକୁ କହିଲେ
“ମହାତ୍ମା ! ମୋହର ନାମ ଵେଦଵ୍ୟାସ ! ଵେଦକୁ ଵ୍ୟାସକରିବା ଠାରୁ ଆରମ୍ଭ କରି ମହାଭାରତ ତଥା ଅଷ୍ଟାଦଶ ପୁରାଣ ରଚନା କରିଛି । ତ୍ରୀକାଳର କୌଣସି ଵି ଘଟଣା ଦେଖିପାରୁଚି ଅନେକ ଅସମ୍ଭବ କୁ ସମ୍ଭବ କରିପାରୁଛି ହେଲେ ଏଇ ଯୋଉ ଆପଣ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛ ଏ ଵିଦ୍ୟା ମୋତେ ଆଦୌ ଜଣାନାହିଁ ତେଣୁ ମୁଁ ଆପଣଙ୍କୁ ଗୁରୁ ମାନ୍ୟ କଲି ଆପଣ ଦୟାକରି ତାହା ମୋତେ ଶିକ୍ଷା ଦେଲେ ଉପକୃତ ହୁଅନ୍ତି ।”

ସେ ଲୋକ କୁ ସଂସାର ରୀତିନୀତି ଜଣାଥିଲା । ବଡ଼ ଲୋକଙ୍କୁ ସବୁ ଜଣାଥିଲେ ସବୁ ଦରବ ସହଜରେ ମିଳିଯାଉଥିଲେ,ସମସ୍ତ କାର୍ଯ୍ୟ ଵିନା ଦ୍ଵିଧାରେ ମିଳିଯାଉଥିଲେ ସେ ବା କାହିଁକି ସାଧାରଣ ଜନତାଙ୍କ ଦୁଆରକୁ ଆସନ୍ତେ ?
ତେଣୁ ସେ ଵେଦଵ୍ୟାସ ଙ୍କୁ ଯା କାଲି ଆସ ଶିଖେଇ ଦେବି କହିଲେ । ତହୁଁ ଵେଦଵ୍ୟାସ ଯେତେଥର ସେ ମଧ୍ୟ ଵୟସ୍କ ଲୋକ ପାଖକୁ ଗଲେ ସେ ତାଙ୍କୁ କୌଣସି ନା କୌଣସି ବାହାନା କରି ଲେଉଟାଇ ଦେଉଥାନ୍ତି ।
ଵେଦଵ୍ୟାସ କିନ୍ତୁ ନିରାଶ ହେବା ଵଦଳରେ ଆହୁରି ଅଧିକ ଆଗ୍ରହୀ ହୋଇପଡି଼ଲେ । ହେଲେ ପ୍ରୋଢ ସାଧାରଣ ଲୋକଟିର ଵ୍ୟଵହାର ରେ କିଞ୍ଚିତ୍ ମାତ୍ର ପରିଵର୍ତ୍ତନ ହେଲା ନାହିଁ ।
ଦିନେ ଵେଦଵ୍ୟାସ ଲେଉଟି ଯାଉଥାନ୍ତି ଉକ୍ତ ପ୍ରୋଢ ଲୋକର କୌଶୋର ଵୟସ୍କ ପୁତ୍ର ତାଙ୍କୁ
ଦେଖି ଆପଣା ମନର ଜିଜ୍ଞାସା ପୁଛା କରନ୍ତେ
ଋଷି ପୂର୍ଵୋକ୍ତ ଘଟଣାମାନ ଗୋଟି ଗୋଟି କରି କହିଗଲେ ।
ଏସବୁ ଶୁଣି କିଶୋର ଟି କହିଲା
“ଏଇ କଥାକୁ ନାଆ ପେଲି ଦେଲି କଲିକତା କୁ”
ଆସନ୍ତୁ ଏଇକ୍ଷଣି ସେ ଵିଦ୍ୟା ଶିଖେଇ ଦେଉଚି ଆପଣଙ୍କୁ”
ଏହା କହି କିଶୋରଟି ଵେଦଵ୍ୟାସ ଙ୍କୁ ଉକ୍ତ ଵିଦ୍ୟା ବତେଇ ଦେଲା !

ସେଇଠୁ ଵେଦଵ୍ୟାସ ନିଜ ଗନ୍ତଵ୍ୟ ପଥ ଅଭିମୁଖେ ଚଳିଗଲେ । ଘରକୁ ଫେରି କିଶୋରଟି ଆପଣା ପ୍ରୋଢ ପିତାକୁ ପୂର୍ବକଥା ମାନ କହିଗଲା । ଏସବୁ ଶୁଣି ମଧ୍ୟ ଵୟସ୍କ
ଲୋକଟି ଚିଡି଼ଗଲା । ସେ ତା ପୁଅକୁ କହିଲା “ହଇରେ ତୁ ଟା ଛୁଆଟାଏ ସଂସାର ରୀତିନୀତି ଭଲମନ୍ଦ କୁଟକପଟ କ’ଣ ଜାଣିନୁ ! ମୁଁ ଚାହିଁ ଥିଲେ କ’ଣ ସେ ଋଷି କୁ ଏ ଵିଦ୍ୟା ଶିଖାଇ ପାରିନଥାନ୍ତି ? କିନ୍ତୁ କାହିଁକି ଶିଖାଉନଥିଲି ? କାରଣ ତା ପରି ବଡ଼ ଲୋକେ ମୋ କୌଳିକ ଵିଦ୍ୟା ଜାଣିଗଲେ ଆଉ ଦଶଜଣକୁ ଶିଖାଇଦେବେ ଫଳରେ ସମାଜରେ ମୋର ମୋ କୁଟୁମ୍ବ ଜନଙ୍କ ମହତ୍ତ୍ଵ ରହିବ ନାହିଁ ! ଆଉ ତୁ କ'ଣ ଭାବୁଛୁ ଯେ ସେ ତୋତେ ଗୁରୁ କରି ସେ ଵିଦ୍ୟା ଶିଖିଛି ବୋଲି ଏବେ ତାହା ଶିଖିଯିବାରୁ ହେମନ୍ତ ଭାବରେ ଗୁରୁ ବୋଲି ମାନ୍ୟ କରିବ ?”

ଏସବୁ ଶୁଣି କିଶୋର ଟି ନିର୍ଵିକାର ଚିତ୍ତ ରେ କହିଲା
“କାହିଁକି କରିବନି” !

“ହେଉ କାଇଁ ତା ପାଖକୁ ଯା’  ତ
ଦେଖିଆ ସେ ତୋତେ ଗୁରୁ ବୋଲି ମାନ୍ୟ କରୁଚି କି ନାହିଁ”
କିଶୋର ର ପ୍ରୋଢ ପିତା ରୋକଠୋକ କଥା କହିଦେଲା ।

କିଶୋର ଟି ମହାତ୍ମା ଵେଦଵ୍ୟାସ ଙ୍କ ଆଶ୍ରମ କୁ ଗଲା । ଏଣେ ପଛେ ପଛେ ଗୋପନରେ ତା ପିତା ଆସି ଦୂରରୁ ଲୁଚି ରହିଲା ଏବଂ କ’ଣ ଘଟୁଛି ଦେଖିବାକୁ ଅପେକ୍ଷା କରି ରହିଲା ।
କିଶୋର ଟି ଵେଦଵ୍ୟାସ ଙ୍କ ଆଶ୍ରମରେ ପହଞ୍ଚିଲାରୁ  ଋଷି  ତାକୁ ଗୁରୁ ସମାନ ମାନ୍ୟ କରି ଆସନ ଉପରେ ଵସାଇ ଶିଷ୍ୟ ସମାନ ସେବାକାର୍ଯ୍ୟରେ ବ୍ରତୀ ହୋଇଗଲେ । ଏଣେ
ଏସବୁ କଥା ଦୂରରେ ରହି ପ୍ରୋଢ ଜଣକ ଦେଖୁଥାଏ ଆଉ ନିଜକୁ ଭାଗ୍ୟଵାନ ମଣୁଥାଏ ।

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...