Friday, May 25, 2018

★★★ସରକାରୀ ଲୋକ★★★

୧୯ ମାର୍ଚ୍ଚରେ ଲୋକସଭାର ମତଦାନ ହେବାକୁ ଥାଏ । ସେତେବେଳେ କଂଗ୍ରେସର ସରକାର ଥିଲା । ୧୮ ମାର୍ଚ୍ଚ ର ସନ୍ଧ୍ୟାରେ ପଡିଶାର ଦୁଇ ତିନିଜଣ ଲୋକଙ୍କ ସହ ବସି ମୁଁ ନିର୍ବାଚନ ଵିଷୟରେ କଥା ହେଉଥାଲି । ‛ସେ’ ବି ଥାଆନ୍ତି । 

ଜଣେ କହିଲା- “କାଲି ମତଦାନ ହେବାକୁ ଯାଉଛି ।”

ଆଉ ଜଣେ କହିଲା-“ଏଥର ଜନତା ପାର୍ଟି ର ବଡ଼ ଯୋର୍ ଥିଲା ଭଳିଆ ଲାଗୁଛି ।”

‛ସେ’ କହିଲେ-“ଆମେ ତ ଆଜ୍ଞା କଂଗ୍ରେସ କୁ ହିଁ ଵୋଟ୍ ଦବୁ । ଆଫ୍ଟର ଅଲ୍ ଆମେ ସରକାରୀ ଲୋକ ନା...”

ମତଦାନ ହୋଇଗଲା । ବାଇଶି ତାରିଖରେ ନିର୍ବାଚନ ପରିଣାମର ଘୋଷଣା ପରେ ପରେ ଆମେ ମାନେ ପୁଣି ଏକତ୍ର ବସି କଥା ହେଉଥାଉ...

ଜଣେ କହିଲା―“ଏବେ ତ ଜନତା ପାର୍ଟିର
ସରକାର ହେଇ ହିଁ ଗଲା  ଜାଣନ୍ତୁ ।”

ଆନ ଜଣେ କହିଲା-“କେହିବି ଅନୁମାନ କରିନଥିବେ ଯେ କଂଗ୍ରେସ ପାର୍ଟି ଏତେ କମ୍ ସିଟରେ ହାରିବ ଏବଂ ଜନତା ପାର୍ଟି ଏହିଭଳି ଜିତିଯିବ ।”

‛ସେ’ କହିଲେ–
“ହଁ ହେ ଆଜ୍ଞା,ଆମ ଵୋଟ୍ ଟା ଜନତା ପାର୍ଟିର କାମରେ ଆସିଲା ଆଉ ।”

ମୋର ମନେ ପଡି଼ଲା ଏ ତ କଂଗ୍ରେସ ପାର୍ଟିକୁ ଵୋଟ୍ ଦେବେ ବୋଲି କହୁଥିଲେ ।

ତାଙ୍କୁ ପଚାରିଲି-“ତାହେଲେ ଆପଣ ଜନତା ପାର୍ଟିକୁ ଵୋଟ୍ ଦେଇଥିଲେ ନା କଣ୍ ?”

‛ସେ’ କହିଲେ-“ହଁ ଆଜ୍ଞା, ଆଫ୍ଟର ଅଲ୍ ଆମେ ସରକାରୀ ଲୋକ ନା...!”

(ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କର ‛सरकारी नौकर’ ର ଓଡ଼ିଆ ଭାଵାନୁଵାଦ)

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...