ଟ୍ରେନ ଯୋଗେ ଓଡ଼ିଶାର ଲୋକେ ୟୁପୀ ଵିହାରୀ ଙ୍କ ସହିତ
ଗୁଜରାଟ ଯାଉଥିଲେ.....
ମଧ୍ୟ ପ୍ରଦେଶରୁ ଦଳେ ଗୁଜରାଟୀ ଲୋକ ଚଢିଲେ.....
ସେହି ଦଳଟି ଏକ ବଡ଼ ପରିବାର ପରି ଜଣାପଡୁଥିଲା । ପରିବାରର ମୁଖିଆ ଟା ଭାରି ତାଗଡା଼ ହୋଇଥାଏ । ଗାଡ଼ିରେ ଚଢିଲା ମାତ୍ରେ ତାଙ୍କର ଦାଦାଗିରି ଆରମ୍ଭ ହୋଇଗଲା ।
ସେମାନେ ପହ୍ଲେ ଆସିଥିଲେ ଆଉ ଆମ ମାନଙ୍କ ମଧ୍ୟରେ ଏକତା ନଥିଲା । ଯୋର କରି ସମସ୍ତ ଙ୍କୁ ସିଟରୁ ଉଠେଇ ବସିଗଲେ ଆଉ ଆମେ ସବୁ ତଥାକଥିତ ଵିଦେଶୀ ମାନେ ଠିଆ ହେଇ ଯିବାକୁ ବାଧ୍ୟ ହେଲୁ । ଆମେ ସବୁ ଜାକିଯୁକା ହୋଇ ଠିଆ ହେଇଥାଉ ।
କିଛି ବାଟ ଗଲାରୁ ତାଙ୍କ ପରିବାରର ଜଣେ ବୃଦ୍ଧା ମହିଳାଙ୍କ ପାଦରେ ଗୋଟେ ଓଡ଼ିଆଟୋକାର ପାଦ ବାଜିଗଲା । ସେ କି ଚୁପ୍ ରହୁଛି....
ଏକାବେଳକେ ମହାରାଣୀ ଲକ୍ଷ୍ମୀଵାଇ ସାଜି
ସେ ଟୋକାକୁ ଗାଳି ଦେଇ ଚାପୁଡ଼ା କସି ଦେଲା.....
ପିଲାଟା ଏକେଲା ତା ପଛରେ ଆମେ ଥାଇ ସୁଦ୍ଧା ତା ପଛରେ ନାହୁଁ ବୋଲି ସେ ଭଲ ଭାବରେ ଜାଣିଥିଲା
ତେଣୁ କିଛି ନକହି ଚୁପ୍ ରହିଗଲା....
ଏହାର କିଛି ସମୟ ପରେ
ପଵିତ୍ର ନର୍ମଦା ନଦୀ ଆସିଲା ..
.
ଦେଖିଲି କିଛି ସମୟ ପୂର୍ବରୁ
ସମସ୍ତଙ୍କୁ ଗାଳି ମାଡ଼ ଦେଉଥିବା ଲୋକ
ଦେଵୀ ନର୍ମଦାଙ୍କୁ ହାତ ଯୋଡି଼ ପ୍ରଣାମ କରୁଥାନ୍ତି ....
ମନରେ ଭାଵିଲି
ଆହା....
ଏ ପଵିତ୍ରତା ଟା ଦୁନିଆରେ ସବୁଠି ଥାନ୍ତା କି ଭଗଵାନ.......
ଲୋକ କାହାକୁ ସାନ ବଡ଼ ଭାବନ୍ତେନି
କି ଏତେ ଝଗଡା ହୁଅନ୍ତାନି ପ୍ରଭୁ ....
ସତରେ ଵେଳେ ଵେଳେ ମଣିଷ ନୁହେଁ ନଦୀ ବଡ଼ ହୋଇଯାଏ .....
No comments:
Post a Comment