ମହାପାତ୍ରେ ଆପଣେ ମଧ୍ୟସ୍ତି ହୋଇ ସନାତନ ପତି ବାବୁ ଙ୍କୁ ମହେନ୍ଦ୍ର ପଣ୍ଡାବାବୁଙ୍କ ଘରକୁ ନେଇଗଲେ । ସନାତନ ବାବୁଙ୍କ ପୁଅର ଵିଵାହପ୍ରସ୍ତାବ ମହେନ୍ଦ୍ରବାବୁଙ୍କ ଝିଅ ସହିତ ପଡି଼ଥିଲା ।
ମହେନ୍ଦ୍ରବାବୁଙ୍କ ଘରର ଠିକ ପଛ ପାଖରେ
ଜଣେ ଲୋକର ଘୁଷୁରୀ ଫାର୍ମ ଥିଲା । ଘୁଷୁରୀ ଫାର୍ମ ର ମାଲିକ ଟା ବଡ଼ ଧୃତ । ଦିନରେ ଘୁଷୁରୀ ଗୁଡା଼କୁ ବାହାରେ ଚରିବାକୁ ଛାଡ଼ି ଦିଏ ଯେ ଗାଆଁ ଯାକ ଯୁଆଡେ ଦେଖ ଖାଲି ଘୁଷୁରୀ ହିଁ ଘୁଷୁରୀ ବୁଲୁଥିବା ଦିଶିଯାନ୍ତି ।
ସନାତନବାବୁ ଏହି ଜୀବ ଗୁଡା଼କୁ ସର୍ବତ୍ର ଚରିବୁଲୁଥିବା ଦେଖୁଥାନ୍ତି । ତାଙ୍କର ଜଗତର ସବୁ ପ୍ରାଣୀଙ୍କ ପ୍ରତି ସ୍ନେହାଦର ଥିଲା ହେଲେ ଏଇ ଗୋଟାଏ ମାତ୍ର ଜୀବକୁ ସେ ସର୍ଵାଧିକ ଘୃଣା କରୁଥିଲେ । ତାଙ୍କୁ ବାନ୍ତି
ଲାଗୁଥିଲା ହେଲେ କାହାକୁ କହିପାରୁନାହାନ୍ତି । ମହାପାତ୍ରେ ଆପଣେଙ୍କୁ କହିଲେ
“ହରିବୋଲ ! ଏତେ ଘୁଷୁରୀ ଆଙ୍କ ଘର ପାଖରେ ବୁଲୁଛନ୍ତି !!”
ବାକି ସବୁ କଥା ମହାପାତ୍ରେ କରିନେଲେ ।
ଏ ଘଟଣାର ଦୁଇ ତିନି ଦିନପରେ ସନାତନ ବାବୁଙ୍କ ସହ ମହାପାତ୍ରେ ଙ୍କ ଭେଟ ହେଲା ।
ମହାପାତ୍ରେ ଙ୍କୁ କହିଲେ-
“ଆଜ୍ଞା ଝିଅ ତ ଗୋଟାଏ ଚାଉଳେ ଗଢା କିନ୍ତୁ ପଣ୍ଡାବାବୁଙ୍କ ଘର ଟା ନିତାନ୍ତ ଅପବିତ୍ର ସ୍ଥାନରେ ଅଛି । ଯୁଆଡେ ଦେଖ ଖାଲି ଘୁଷୁରୀ ପଲ୍ଲ ପଲ୍ଲ ଚରୁଛନ୍ତି....”
ମହାପାତ୍ରେ ବୋଇଲେ- କିହୋ ତୁମକୁ ତାଙ୍କର ଘର ରୁ କିସ ମିଳିବ କି ? ତମେ ତାଙ୍କ ଘରୁ ଝିଅ ଆଣିବ ନା .....
ସେଠି ଝିଅ ତ ଦେଉ ନାହାନ୍ତି ?
ତେବେ ଏତେ ଚିନ୍ତା କିସ ଲାଗି ଯେ....?
ସନାତନେ ଆପଣେ କହିଲେ-
“କାଇଁ ପୁଅ କାଲିକୁ ସସୁର ଘର ଯିବନି ନା ମୁଁ ସମୁଦୀ ସହିତ କିଛି ସମ୍ପର୍କ ରଖିବିନି ? ମୁଁ ଏ ଜୀବଟାକୁ ସବୁଠାରୁ ବେଶୀ ଘୃଣା କରେ ।
I hate those pigs !!!
ମୋତେ ଏବେ ବି ସେ ଘରର କଳ୍ପନା ମାତ୍ରକେ ବାନ୍ତି ମାଡୁଛି”
ମହାପାତ୍ରେ ବୋଇଲେ-“ଆଉଥରେ ଭଲରେ ଚିନ୍ତାକରି କୁହନ୍ତୁ ! ଝିଅଟା ବଡ଼ ଗୁଣର ପୁଣି ପରିବାର ମଧ୍ଯ ଭଲ ! ”
ସନାତନ ବାବୁ କହିଲେ-“ସେ କଥା ମୁଁ ମାନୁଛି । ହେଲେ ଭାବନ୍ତୁ କାଲିକୁ ତାଙ୍କ ଘରକୁ ବରଯାତ୍ରୀ ଧରି ଯିବି ଆଉ ସେଠାରେ ଯଦି ମୁଁ ବାନ୍ତି କରିଦିଏ ତେବେ ? Oh ! Those pigs !!! No No !!! ଏଗାଡା଼କୁ ମୁଁ ଆଦୌ ସହ୍ୟ କରିପାରିବିନି ! ନା ନା ଯମାରୁ ନୁହେଁ !”
ମହାପାତ୍ରେ ବୋଇଲେ-ପଣ୍ଡା ବାବୁ କହୁଥିଲେ କେତେ କ’ଣ ଦେବେ !
ସନାତନେ ଆପଣେ କହିଲେ-“କେତେ ଦେବେ କି ? ଏଇ ବଡ଼ ହେଲେ ତିରିଶରୁ ପାଚାଶ ହଜାର ନା !”
ମହାପାତ୍ରେ ବୋଇଲେ- “ନାହିଁ ହୋ ! କହୁଥିଲେ ଝିଅ ପାଇଁ ଵ୍ୟାଙ୍କରେ ପେନସନ ଟଙ୍କା ରଖିଛନ୍ତି ଲକ୍ଷେ ଟଙ୍କା ଦେବେ ଆହୁରି ପୁଅକୁ ହିରୋ ଗାଡ଼ି ଵି ଦେବେ !”
ସନାତନବାବୁ ଭାବିବାକୁ ଲାଗିଲେ । ଘୁଷୁରୀ ଠାରୁ ଫେରିକି ଟଙ୍କା ପାଖକୁ ଆସିବାକୁ ତାଙ୍କୁ କିଛି ସମୟ ଲାଗିଗଲା । ଆଉ କିଛି ଅନ୍ୟ କଥା ହେବା ଉତ୍ତାରୁ କହିଲେ
“ହେଉ ଆପଣ ଯଦି ଏତେ କହୁଛନ୍ତି ତେବେ ସେଇଠି ବାହାଘର କରିବା ଆଉ କଣ୍ !”
ନିର୍ଦ୍ଧାରିତ ଵିଵାହ ତିଥି କୁ ଠିକ୍ ଦିନ ଦିହିପହରିଆ ସନାତନବାବୁ ବରଯାତ୍ରୀ ଘେନି କନିଆଁ ଘରେ ପହଞ୍ଚି ଗଲେ । ଦୁଆର ମୁହଁରେ ହିଁ ଟ-50000-ଙ୍କା ମିଳିଗଲା । ଵିଵାହ ଵିଧି ଆରମ୍ଭ ହେଲା କିନ୍ତୁ ସନାତନବାବୁଙ୍କ ମନରେ ବଳକା ଟଙ୍କା ପ୍ରାପ୍ତି ଵିଷୟକ ଚିନ୍ତା ଛଡ଼ା ଆଉ କିଛି ନଥାଏ । ବଡ଼ ଵିକଳିଆ ପରି ଅନେଇ ଥାଆନ୍ତି କାଳେ ଥାଳୀ ଉପରେ ସୁନ୍ଦର କନା ତଳେ ଟଙ୍କା ରଖାହେଇ ଆସୁଥିବ ପରା
ଏତିକି ବେଳେ ସେଇଠିକୁ ଗୋଟାଏ ଘୁଷୁରୀ ଛୁଆ ପଶିଆସିଲା । ଦୁଇ ତିନିଜଣ ଲୋକ ତାକୁ ଦୂର୍ ଦୂର୍ ମାର୍ ମାର୍ କଲେ ଯେ ସେ ଆଉ କୋଉପଟେ ବାଟ ନପାଇ ସନାତନବାବୁଙ୍କ ପାଖକୁ ମାଡି଼ଆସିଲା ।
କନିଆଁ ଘରର ଲୋକେ ହାଁ ହାଁ କହି ତାକୁ ମାରିବାକୁ ଦୌଡି଼ଲେ ହେଲେ ସନାତନବାବୁ ସମସ୍ତଙ୍କୁ ବାରଣ କରି କହିଲେ
ଆରେ ଆରେ କାହିଁକି ମାରୁଛ ତାକୁ ?
ଏତେ ଗୁଲଗାଲିଆ ଜୀବଟାକୁ ମାରିବାକୁ ତୁମ ହାତ କେମିତି ଗଲା ? ଆହା ! କେଡେ଼ ସୁନ୍ଦର ଛୁଆ ଟା !! ଭେରୀ ସ୍ଵିଟ୍ .....!!!
ଏତିକି କହି ସନାତନବାବୁ ଘୁଷୁରୀ ଛୁଆକୁ ସ୍ନେହରେ ଆଉଁସି ଆଉଁସି ଗେଲ କରିବାକୁ ଲାଗିଲେ । ଠିକ୍ ସେତିକି ବେଳେ ଥାଳୀରେ ବାକି ପଚାଶ ହଜାର ଓ ହିରୋ ଗାଡ଼ିର ଚାବିଟା ଆସିଗଲା । ଆଉ
ଘୁଷୁରୀ ଛୁଆ......?
ସେ ସେଠି ଏମିତି ଠିଆ ହୋଇଥିଲା ସତେ ଯେମିତି ତା ବାପା ପାଖରେ ଛିଡ଼ା ହୋଇଛି !!!!
★★★★★(ପ୍ରଶିଦ୍ଧ ହିନ୍ଦୀ ଵ୍ୟଙ୍ଗକାର ଶ୍ରୀହରିଶଙ୍କର ପରସାଇଙ୍କ ଏକ ହାସ୍ୟ-ଲଘୁକଥା सूअर ର ଓଡ଼ିଆ
ଭାଵାନୁଵାଦ)★★★★★★★★★★★
No comments:
Post a Comment