My Blog List

Tuesday, May 29, 2018

ଗୋଟିଏ ଭାଷାରେ ଵ୍ୟଵହୃତ ଶବ୍ଦ ଅନ୍ୟ ଭାଷାରେ ଭିନ୍ନ ଅର୍ଥ ରେ ମଧ୍ଯ ଵ୍ୟଵହୃତ ହୋଇପାରେ

ଦୁନିଆ ରେ ଏମିତି ଅନେକ ଶବ୍ଦ ମିଳିଯିବ ଯାହା ସହ ଵିଶ୍ଵର କୌଣସି ନା କୌଣସି ଭାଷା ର ଅନ୍ୟ ଏକ ଶବ୍ଦ ସହ ସମସାଦୃଶ୍ୟତା ମିଳିବ ।
ଚାଲନ୍ତୁ ସେଇଭଳି କିଛି ଶବ୍ଦ ଵିଷୟରେ ଆଲୋଚନା କରିବା....

Peach  ଵା Prunus persica ଏକ ମୂଳ ଏସୀୟ ମହାଦେଶୀୟ ଫଳ ଏବଂ ଏହାର ମୂଳ ଭୂଖଣ୍ଡ ଉତ୍ତର ପଶ୍ଚିମ ଚୀନ ବୋଲି ଅନୁମାନ କରାଯାଏ । ଏ ଫଳକୁ  କିନ୍ତୁ ତୁର୍କୀ ରେ
ଭୂଲରେ ଵି ପିଚ୍ କହିବେନି କାରଣ ଏହାର ଅର୍ଥ ସେଠି ଅଵୈଧ ପିଲାଛୁଆ (ଅଣବାବୁଆ ପିଲା-ଦ.ଓ) । ପ୍ରକୃତରେ ତର୍କିସ୍ ଭାଷାରେ ପିଚ୍ ପରି ଉଚ୍ଚାରଣ ହେଉଥିବା ଗୋଟାଏ ଶବ୍ଦ ଅଛି Piç
ଏବଂ ଏହାର ଅର୍ଥ bastard ! ତେବେ ତର୍କିସ୍ ଭାଷାରେ ପିଚ୍ ଫଳକୁ Şeftali କୁହାଯାଏ ।

ଏ ନେଣଦେଣ ଯୁଗରେ gift ଵା ଉପହାର ର ମହତ୍ତ୍ୱ ବହୁତ ବଢିଯାଇଛି । ଛୋଟ ପିଲା ତ ଉତ୍ସବ ଅନୁଷ୍ଠାନରେ ପ୍ରାୟ ବଡ଼ ଲୋକଙ୍କୁ ଗିଫ୍ଟ ମାଗିଥାନ୍ତି ବେଳେ ବେଳେ ବଡ଼ ଲୋକେ ଵି ଗମାତରେ ନିଜ ଅଳ୍ପ ଵୟସ୍କ ଅନୁଜ ତଥା ସମଵୟସ୍କ ସାଙ୍ଗ ସାଥୀଙ୍କୁ ଵି  ଗିଫ୍ଟ ମାଗିଦିଅନ୍ତି । ତେବେ ଭୂଲରେ ଵି ଜର୍ମାନୀରେ କାହାକୁ ଯଦି ଗିଫ୍ଟ ଦେ ବୋଲି କହିଦିଅନ୍ତି ତାହେଲେ ଆପଣଙ୍କ ଜୀବନ ପ୍ରତି ଵିପଦ ଆସିଯାଇପାରେ ! କାରଣ ଜର୍ମାନୀରେ gift ଓ das gift ଶବ୍ଦ ର ଅର୍ଥ poison ଵା ଵିଷ ଆଉ ଦୁନିଆରେ ଏମିତି ହାତଗଣତି ଲୋକ ଖୋଜିଲେ ଵି ମିଳିବେନି ଯେ କି ଗିଫ୍ଟ ରେ ଵିଷ ପାଇବାକୁ ଚାହୁଁଥିବ ।  ସ୍ଵେଡିସ୍ ଭାଷାରେ ମଧ୍ଯ ଗିଫ୍ଟ ର ଅର୍ଥ ଵିଷ ପୁଣି ଵିଵାହିତ ମଧ୍ଯ 😀😀😀
ଵିଵାହିତ ଜୀଵନରେ କେତେ ଵିଷ ଭରିରହିଛି ଏ ଵାଵଦରେ ତାଙ୍କେ ଭଲ ରିସର୍ଚ୍ଚ କରିସାରିଥିଲେ ନା କ’ଣ ସେଇଥିଯୋଗେ ଏମନ୍ତ ଶବ୍ଦ ଵ୍ୟଵହାର ନା କିୟଣ ବା 😀😀😀

ଇଣ୍ଡୋନେସିଆ ରେ ଇଂରାଜୀ air ଶବ୍ଦ ସହ ସମ ଉଚ୍ଚାରଣ ଥିବା ଏକ ଶବ୍ଦ ଏଆର ର  ଅର୍ଥ ପାଣି ବୋଲି ଜାଣିବାକୁ ମିଳିଲା
ଏ ଶବ୍ଦ ର ମୂଳ ଖୋଜୁଖୋଜୁ ତାହାର ମୂଳରେ
wahiʀ ବୋଲି ଏକ ଶବ୍ଦ ମିଳିଲା ଏବଂ ଏହା ଏକ Proto-Malayo-Polynesian ଶବ୍ଦ ।
ସଂକ୍ଷେପରେ ଇଣ୍ଡୋନେସୀୟ ଏଆର ଶବ୍ଦର etymology>(Malay)air >(Proto-Malayic)*air > (Proto-Malayo-Chamic) air, > (Proto-Malayo-Sumbawan)wair >(Proto-Sunda-Sulawesi)wair >(Proto-Malayo-Polynesian) > wahiʀ ।

ସେଇଭଳି ଇଂରାଜୀ ଶବ୍ଦ kiss ଵିଷୟରେ ଏଠାରେ ଉପସ୍ଥିତ ମୋର ବହୁତ ବନ୍ଧୁ ଓ ବାନ୍ଧବୀ ଜାଣିଥିବେ ଏବଂ ସ୍ଵ ସ୍ଵ ପ୍ରେମୀ କିମ୍ଵା ପ୍ରେମିକା କୁ କିସ୍ -ଚୁମ୍ଵନ-ବୁକ ଵା ଚୁମ୍ବନ ଦେଇଥିବେ/ନେଇଥିବେ ମଧ୍ଯ  କିନ୍ତୁ ଉକ୍ତ kiss ଶବ୍ଦ ଟି ସ୍ଵେଡିସ୍ ଭାଷାରେ ମୁତ୍ର ଅର୍ଥରେ ଵ୍ୟଵହାର ହୁଏ ବୋଲି ଆପଣଙ୍କୁ ବୋଧହୁଏ କେହି କହିନଥାଇପାରନ୍ତି । ସେଇଭଳି ଚୁମ୍ବନ ପାଇଁ ସ୍ଵେଡିସ୍ ଭାଷାରେ ଶବ୍ଦ ଟେ ଅଛି puss ... 
କେହି କେହି ସ୍ଵେଡିସ୍ ଲୋକ
Kiss ଅର୍ଥ ରେ kyss ଭଳି ଶବ୍ଦ ମଧ୍ଯ ଵ୍ୟଵହାର କରୁଥିବା ଦେଖାଯାଏ । ସ୍ଵେଡିସ୍ ରେ ଏଇ ଭଳି ଇଂରାଜୀ ଶବ୍ଦ ପରି ଅନେକ ସମସାଦୃଶ ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ହେଉଥିବା ଦେଖିବାକୁ ମିଳିଥାଏ ।

ଇଂରାଜୀ ରେ mist ର ଅର୍ଥ ଜଳର ଜମାହୋଇଥିବା ଜଳବୁନ୍ଦା (ଶିଶିରକଣା,କାକର)
ହେଲେ ଜର୍ମାନ୍ ଭାଷାରେ ଏହାର ଅର୍ଥ ଅଳିଆ ଵା ଗୋବର ! ମଜାକଥା ହେଲା ଏ ଉଭୟ ଭାଷାର  ଶବ୍ଦଦ୍ଵୟର ମୂଳ ଗୋଟାଏ ପ୍ରୋଟୋ ଇଣ୍ଡୋ ଇଉରୋପୀୟ ଧାତୁ ନିର୍ଣ୍ଣୟ ହୋଇଛି ଆଉ ତାହା ହେଲା *meygʰ-(“to flicker, blink, bedark; cloud, mist”)
ଏହାର ପ୍ରାଚୀନ ଅର୍ଥ ମଧ୍ୟରେ ଆଜି ଵି ଗୋଟିଏ ଅର୍ଥ ସହ ସାଦୃଶ୍ୟ ଥିବା ଏକ ଶବ୍ଦ ଆମେ ଆମ ଭାଷାରେ ଵ୍ୟଵହାର କରନ୍ତି ମେଘ=cloud(ବାଦଲ ଅର୍ଥରେ) ଅର୍ଥ ରେ.....
ଏଭଳି ଖୋଜିଲେ ଦୁନିଆର ସବୁ ଭାଷାରେ ଏମନ୍ତ  ଶତାଧିକ ଶବ୍ଦ ମିଳିଯିବ ।

No comments:

Post a Comment