Friday, September 26, 2014

ଅତିଥି ଏବଂ ପଡ଼ୋଶୀ

ସଂସାର ରେ ଦୁଇ ପ୍ରକାର ର ଜୀବ ଙ୍କ ବିଷୟ ରେ ଜାଣିବା ପାଇଁ ବୈଜ୍ଞାନିକ ଆଜି ବି ଗବେଷଣା କରୁଛନ୍ତି , ସେ ଦୁଇ ପ୍ରକାର ର ଜୀବ ହେଲେ ଅତିଥି ଏବଂ ପଡ଼ୋଶୀ । ସମୟ ଖରାପ ଥିଲେ ଏମାନେ ମଣିଷ ର କ୍ଷତି କରିଥାନ୍ତି କିନ୍ତୁ କିସ୍ମତ ଭଲ ଥିଲେ କଚ୍ଚେ ପୁଅ ବାର !!! ଅତିଥି ମାନଙ୍କ ସମ୍ଭନ୍ଧ ରେ ବୋଲିବୁଡ଼ ରେ ଏକ ଫିଲ୍ମ ଅଛି "ଅତିଥି ତୁମ କବ୍ ଜାଓଗେ" ! ଫିଲ୍ମ ରେ ଅତିଥି ନାମକ ତୁଛ ଜୀବ ର ଗୁଣ ଦୂର୍ଗୁଣ କୁ ହାସ୍ୟରସ ସହ ପରିବେଷଣ କରା ଯାଇଅଛି । କିନ୍ତୁ ପଡ଼ୋଶୀ ମାନଙ୍କ ବିଷୟ ରେ ସେଭଳି କୌଣସୀ ଖାସ ଫିଲ୍ମ ବନାଯାଇନାହିଁ କାରଣ ଆମ ସମସ୍ତ ଙ୍କ ମୁଣ୍ଡ ଖାଇବାକୁ ଗାଁ ଠାରୁ ସହର ଯାଏଁ ପଡ଼ୋଶୀ ଙ୍କ ଲାଇନ ଲାଗିଛି । ଅତିଥି ତ ଦିନ ଦୁଇ ଦିନ ଆସି ନାଟ ତାମସା ଲଗେଇ ଚାଲିଯାଅନ୍ତି କିନ୍ତୁ ପଡ଼ୋଶୀ ମାନଙ୍କ ଦୌରାତ୍ମ ରେ ସାରା ଜୀବନ ଟା ଦୁଃଖ ଦୂର୍ଦଶା ରେ କଟିଯାଏ । ଟିକେ ଟିକେ କଥା ରେ ଝଗଡ଼ା କରି ସେମାନେ ଆପଣଙ୍କ ଗୁଡ଼୍ ଡ଼େ କୁ ବୈଡ଼ ଡ଼େ କରିଦିଅନ୍ତି । ଆପଣ ଅଫିସ କି ବିଲ ରୁ ଫେରି ଘରେ ଟିକେ ଆରାମ କରୁଥିବେ ଆପଣଙ୍କ ପଡ଼ୋଶୀ ତାଙ୍କ ସ୍ତ୍ରୀ ଙ୍କୁ ଧରି ପାଲା ଆରମ୍ଭ କରିଦେବେ , ଗାଁ ରେ ତ କିଛି ଅଛନ୍ତି ତାଙ୍କର ଟାଇମ ଫିକ୍ସ୍ ଥାଏ ଠିକ୍ ଟାଇମ ରେ କଳିକଜିଆ କରିବେ । ଲୋକେ ଅତିଥି ର ଉଦାହରଣ ଦେବା କୁ ଯାଇ ଶକୁନି ଆଦି ଙ୍କ ନାମ ନିଅନ୍ତି କିନ୍ତୁ ସେମାନେ ପଡୋଶୀ ମାନଙ୍କ ଉଦାହରଣ ଦେବାସମୟରେ ଦ୍ବନ୍ଦ ରେ ଥାଅନ୍ତି କି କାହା ନାଁ ନେବେ ? ମଣିଷ କଥା ଛାଡ଼ ଆମ ଦେଶ ର ପଡ଼ୋଶୀ ଦେଶ ଗୁଡ଼ିକ ଙ୍କର ବିଚାରଧାରା କେତେ ନ୍ୟୁନ ତାହା ଆମେ ସମସ୍ତେ ଜାଣୁ । ଯେଉଁ ଦେଶ ର ପାକିସ୍ତାନ ଚୀନ ଭଳି ପଡୋଶୀ ଥିବେ ସେ ଦେଶ ର ବିକାଶ କେମିତି ହେବ ? ୧୯୬୨ ରେ ଚୀନ ର ଜଣେ ରାଷ୍ଟ୍ରପତି ଭାରତ ର ଅତିଥି ହୌଇ ଆସିଥିଲେ , ଭାରତ ର ଅସ୍ତ୍ରଶସ୍ତ୍ର ଏବଂ ଦୂର୍ବଳ ନେତୃତ୍ଵ ଦେଖି ଘର କୁ ଫେରିଲେ । ଦୁଇ ମାସ ପରେ ଚୀନ କଲା ଭାରତ ଆକ୍ରମଣ ! ବୀକେ ମେନନ, ଜବାହରଲାଲ ଙ୍କ ଭଳି ମୂର୍ଖ ରାଜନେତା ଙ୍କ ପାଇଁ ଭାରତ ହାତରୁ ତିବ୍ବତ ଚାଲିଗଲା । ପାକିସ୍ତାନ ତ ଚାରିଥର ଯୁଦ୍ଧ ଵିରାମ ରାଜିନାମା ସ୍ଵାକ୍ଷର କରି ତାର ଅବମାନନା କରିସାରିଛି । ପାକିସ୍ତାନ ର ଜଣେ ମୂର୍ଖ କିଛିଦିନ ତଳେ କହିଥିଲା କଶ୍ମୀର ମୋର, ମୁଁ ଏକ ଇଂଚ ଭୂମୀ ବୀ ଛାଡ଼ିବିନି !!! ଯେମିତି ତା ବାପ ଅଜା ଙ୍କ ଜାଗିରୀ ଚାଲିଛି କାଶ୍ମୀର ରେ !! ଏଭଳି ପଡ଼ୋଶୀ ଙ୍କୁ ନେଇ ଦେଶ ର ଭଲ ଦିନ କେମିତି କିଭଳି ଆସିବ ?

Sunday, September 21, 2014

କେବେ ବଦଳିବ ଚିନ୍ତାଧାରା ?

ଆଜିକାଲି କାଉ ମାନଙ୍କୁ ମସ୍ତ ଡିନର ମିଲୁଛି , ଗାଁ ସହର ସବୁଠିଁପୈତୃକ ଶ୍ରାଦ୍ଧ ପାଇଁ ଦଉଡ଼ାଦଉଡ଼ି । ବ୍ରାହ୍ମଣ ମାନେ ନିଜନିଜ ଜଜମାନ ଙ୍କ ଠାରୁ ଏଥର ଆଳୁ ଟମାଟର ପିଆଜ ଆଦି ପରିବା ମାଗିନଉଛନ୍ତି ଚାଲ ଦି ଦିନ ତ ମଜା ରେ ବଞ୍ଚିବ ! ଦେଶ ର ଅବସ୍ତା ଯାହା ହେଲାଣୀ ଏଥର ଦୀପାବଳୀ ଦଶହରା ରେ ଲୋକେ ମିଠାପିଠା ଆଦି ବନ୍ଦକରି ପରିବା ନେଣଦେଣ କରିବେ । ଏ ବର୍ଷ କେତେଜଣ ଙ୍କ ବାହାଘର ରେ ପରିବା ଗିଫ୍ଟ ମିଳିବା କଥା ଜଣେ ଭାଇ କହୁଥିଲେ । ମହାନ ଦେଶ ର ମହାନତା କୁ ପରିବା ଅଭାବ ର ଗ୍ରହଣ ଲାଗିଯାଇଛି । ଲୋକେ ବାଡ଼ି ରେ ଆଗ ଭଳି ଲଙ୍କା କି ଶାଗ ଆଦି ଗଛ ଲଗାଉନାହାନ୍ତି ବରଂ ହାଟ ବଜାର ରୁ କିଣି ଖାଉଛନ୍ତି । ଚାଷୀ ପିଲା ଚାଷକାମ ଛାଡ଼ି ଅନ୍ୟ କାମ କରୁଛନ୍ତି । ଡ଼ିଗ୍ରୀଧାରୀ ପିଲା ଗୁଡ଼ା ପୁଣି ବିଲ ରେ ହଳ କରିବେ ? ନା ଶ୍ରମିକ ଙ୍କ ଭଳି କମ୍ପାନୀ ରେ କାମ କରିବେ ? ଶିକ୍ଷିତ ଅର୍ଧଶିକ୍ଷିତ ବେକାର ଟୋକା ମାନେଁ ବାପା ର ଟଙ୍କା ଉଡ଼େଇ ବିଅର ପିଇ ମାତାଲ ହୋଇ ବୁଲନ୍ତି ଆଉ ଯଦି କେହି କୁହେ ଭାଇ ଘରେ କାଇଁ ପଡ଼ି ରହିଚ , ତାକୁ ଅଧିକାଂଶ ଗାଳୀ ତ କେହୀକେହୀ ଲଜିକ ଶୁଣେଇ ଖସିଯାଅନ୍ତି । କିଛି ଭଦ୍ର ବ୍ୟକ୍ତି ଙ୍କ ସହିତ ଏକ ଫେସବୁକ ଗୃପ ରେ ଉଡ଼ିଶାର ଆର୍ଥିକ ଅବନତି ବିଷୟ ରେ ଚର୍ଚ୍ଚା ହେଉଥିଲା । ଜଣେ ଭାଇ ସରକାର ଙ୍କୁ ଦାଇ କଲେ ଆଉ ଜଣେ କହିଲେ ଆମେ ସବୁ ସ୍ଵାର୍ଥପର । କିନ୍ତୁ କେହି ବି ସ୍ଵାବଲମ୍ଭି ଜୀବନ ସପକ୍ଷ ରେ କହିଲେ ନାହିଁ , ଖାଲି ସରକାରୀ ଚାକିରୀ ର ଅଭାବ କଥା କୁ ଉଠେଇ କୁମ୍ଭୀର କାନ୍ଦଣା କାନ୍ଦିଲେ । ଚାକିରୀ ନ ମିଳିଲେ କଣ ଆତ୍ମହତ୍ୟା କରିବ ନା ଘରେ ବସି ଖାଇବ ? ସରକାରୀ ଚାକିରୀ ନ ମିଳୁ ବେପାର କର , ଆଧୁନିକ ପ୍ରଣାଳୀ ରେ କୃଷି କର ନହେଲେ ବ୍ୟାଙ୍କରୁ ଋଣ ଆଣି ଅଟୋ ଆଦି ଚଳାଅ । ଏ କଥା ପ୍ରମାଣ ହୋଇ ସାରିଛି ଯେ କୌଣସୀ ସରକାର ଦ୍ଵାରା ଅଥବା କାନୁନ୍ ଦ୍ଵାରା ସମାଜ ରେ ହଟାତ୍ କିଛି ପରିବର୍ତ୍ତନ ହୋଇନାହିଁ । ତେଣୁ ଯେଉଁ ମାନେ ଅନ୍ୟ ର ଚଷମା ରେ ସୁଖ ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କୁ ସମାଜ ର ବାସ୍ତବତା କୁ ହୃଦୟଙ୍ଗମ କରିବାକୁ ଅନୁରୌଧ ।

Sunday, September 7, 2014

"ଅବଧୀଭାଷା"

ଅବଧୀ ହିନ୍ଦୀଭାଷାର ଏକ ଉପଭାଷା । ଉତ୍ତରପ୍ରଦେଶ ର ଲଖନ୍ନୌ, ହରଦୋଇ ,ସୀତାପୁର, ଲକ୍ଷ୍ମୀପୁର, ଫୈଜାବାଦ, ପ୍ରତାପଗଢ, ସୁଲତାନପୁର, ଫତେପୁର, ମିର୍ଜାପୁର, ଜୌନପୁର ଆଦି ଜିଲ୍ଲାରେ ବୋଲାଯାଏ । ଅବଧ ଶବ୍ଦର ବ୍ୟୁତ୍ପତି ଅଯୋଧ୍ୟା ରୁ ହୋଇଅଛି । ଅବଧୀ ଭାଷାରେ ପ୍ରାୟ 6 କୋଟି ଲୋକ କଥା ହୁଅନ୍ତି ଏବଂ ଭାରତ ବ୍ୟତୀତ ନେପାଳ ଏବଂ ମରେସିଅସ୍ ରେ ମଧ୍ୟ ଏହି ଭାଷାକୁ ଅନେକଲୋକ ବୋଲନ୍ତି । ତୁଳସୀଦାସ କୃତ ରାମଚରିତ ମାନସ ଏହିଭାଷାରେ ଲେଖାଯାଇଛି । ଅବଧ କୁ ପୂର୍ବେ କୋସଳ କୁହାଯାଉଥିଲା । ଅବଧୀ ଭାଷାକୁ କିଛି ଲୋକ ବୈସବାଡୀ ମଧ୍ୟ କୁହନ୍ତି କିନ୍ତୁ ବୈସବାଡୀ ଅବଧୀ ର ଏକ ଶାଖା ଏବଂ ଏହାର ଶବ୍ଦ ଅବଧୀ ଶବ୍ଦ ଠାରୁ ସାମାନ୍ୟ ଭିନ୍ନ । ଯେମିତି ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ସାମାନ୍ୟ ପ୍ରଭେଦ ଦେଖାଯାଏ । ବୈସବାଡୀ ଭାଷା ପ୍ରାୟତଃ ଓନ୍ନାବ୍ ଲଖନ୍ନୌ ରାୟବରେଲୀ ଏବଂ ଫତେପୁର ଆଦି ଜିଲ୍ଲା ଗୁଡିକରେ ବୋଲାଯାଏ । ରାମଚରିତମାନସ ବ୍ୟତିତ ମଲ୍ଲିକ୍ ମୁହମ୍ମଦ ଜାୟସୀ ଙ୍କ ଦ୍ବାରା ରଚିତ ପଦ୍ମାବତ୍ ଅବଧୀ ଭାଷା ର ଅନ୍ୟତମ କାଳଜୟୀ କୃତୀ । ଭାଷାବିଦ୍ ମାନଙ୍କ ମତରେ ଅବଧୀ ଭାଷାର ଉତ୍ପତ୍ତି ମଧ୍ୟ ମାଗଧୀରୁ ହୋଇଅଛି ସମ୍ଭବତ ଏଥିପାଇଁ ଏହାର କିଛି ଶବ୍ଦ ପାଲୀ ଏବଂ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଅବଧୀଭାଷାର ଲେଖକ କବୀ ମାନଙ୍କ ମଧ୍ୟରେ ରମଇକାକା , ବଂଶୀଧର ଶୁକ୍ଳ, ଦ୍ବାରିକା ପ୍ରସାଦ୍ ମିଶ୍ର, ପ୍ରତାପନାରାୟଣ ମିଶ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା' ,ପଂ ମହାବୀର ପ୍ରସାଦ ଦ୍ବିବେଦୀ, ଆଚାର୍ଯ୍ୟ ରାମଚନ୍ଦ୍ର, ଶୁକ୍ଳ କୁବଂର ନାରାୟଣ ଆଦି ଅନ୍ତରରାଷ୍ଟ୍ରିୟ ଖ୍ୟାତି ଲାଭ କରିଛନ୍ତି ।

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...