Friday, March 22, 2019

ଅନ୍ଧ ହାତୀ ଦେଖିବା ନ୍ୟାୟ ଓ ଏହା ପଛରେ ଥିଵା ଗୃଢ଼ ଅର୍ଥ

'ଅନ୍ଧ ହାତୀ ଦେଖିବା ନ୍ୟାୟ'   
ଏହା ମୂଳତଃ ଭାରତୀୟ ବେଦାନ୍ତ ଦର୍ଶନ ଲିଖିତ ନ୍ୟାୟ ଏଵଂ ଵିଶ୍ୱ ପ୍ରଶିଦ୍ଧ ଅଟେ । ଏହି ନ୍ୟାୟକଥାର ଵାହ୍ୟରୂପ ହାସ୍ୟୋଦ୍ଦୀପକ ହୋଇଥିଲେ ହେଁ ଏହା ମଧ୍ୟରେ ଭାରତୀୟ ଦର୍ଶନର ଗୃଢ଼ ଅର୍ଥ ରହିଛି ।  ପାଞ୍ଚ ଜଣ ଅନ୍ଧ ହାତୀର ଭିନ୍ନ ଭିନ୍ନ ଅଙ୍ଗକୁ ହାତଦ୍ୱାରା ଛୁଇଁ ଯେଉଁ ଜ୍ଞାନ ଲାଭ କରନ୍ତି ତାହାର ସମଷ୍ଟିଦ୍ୱାରା ଜନ୍ମିବା ହାତୀ ସମ୍ବନ୍ଧେ ପୂର୍ଣ୍ଣ ଜ୍ଞାନକୁ ଏଠାରେ ପ୍ରତୀକାତ୍ମକ ଵର୍ଣ୍ଣନା କରାଯାଇଛି ।

ସଂକ୍ଷେପରେ କଥା ଏଇଭଳି:-
 
 ପାଞ୍ଚ ଜଣ ହାତୀ ଦେଖିଵାକୁ ଗଲେ। 
ଜଣେ ଅନ୍ଧ ହାତୀର ଗୋଡ଼ ଦରାଣ୍ଡି 'ହାତୀ ଖମ୍ବ ପରି' ବୋଲି କହିଲା। 
ଆଉ ଜଣେ କାନ ଆଉଁସି 'ହାତୀ କୁଲା ପରି' ବୋଲି ସ୍ଥିର କଲା
 ତୃତୀୟ ଅନ୍ଧ ହାତୀର ପେଟ ଦରାଣ୍ଡି ତାକୁ 'କୋଡ଼ମେଇ ଭଳି' ବୋଲି ମତ ଦେଲା।
 ଚତୁର୍ଥ ଅନ୍ଧ ହାତୀର ଲାଙ୍ଗୁଡକୁ ଛୁଇଁ ତାକୁ 'ଗୋରୁ ଲାଙ୍ଗୁଡ ପରି' ବୋଲି କହିଲା।
 ପଞ୍ଚମ ଅନ୍ଧ ହାତୀର ଶୃଣ୍ଢକୁ ଅନୁଭବ କରିଵାରୁ 'ହାତୀ ସାପ ପରି' ବୋଲି ପ୍ରକାଶ କଲା। କାହାରି କଥା କାହାରି ସଙ୍ଗେ ମେଳ ନ ହେଵାରୁ କଳି ହେଲା । ଜଣେ ଚକ୍ଷୁ ଥିଵା ବ୍ୟକ୍ତି ସେପଟେ ଯାଉଥାନ୍ତି ସେ ଅନ୍ଧମାନଙ୍କ କଳିଗୋଳ ଦେଖି ସେମାନଙ୍କ ନିକଟକୁ ଯାଇ ତାଙ୍କୁ ବୁଝାଇ ଦେଲେ,
"ତୁମ୍ଭେମାନେ ଯାହା ଦେଖିଲ ତାକୁ ସବୁ ଏକାଠେଇଁ ମିଶାଇ ଯେଉଁ ଜୀଵ କଳ୍ପନା କରୁଛ, ତାହାହିଁ ହାତୀ ।" 

:::::::::ନ୍ୟାୟକଥାର ଆଭ୍ୟନ୍ତରରେ ଥିଵା ଦାର୍ଶନିକ ମତ::::::::ବୈଶେଷିକ, ନୈୟାୟିକ, ମୀମାଂସକ, ସାଙ୍ଖ୍ୟ ଓ ପାତଞ୍ଜଳ—ଏହି ପାଞ୍ଚ ଦର୍ଶନ ନିର୍ଣ୍ଣୀତ ଈଶ୍ୱରଙ୍କର ଏକୈକ ଦେଶ କଳ୍ପନାକୁ ଏକତ୍ର କଲେ ଈଶ୍ୱରଙ୍କର ଅସ୍ତିତ୍ୱ କଳ୍ପିତ ଓ ଉପଲବ୍ଧ ହେବ।

No comments:

Post a Comment

ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?

ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ...