Saturday, March 16, 2019

ଚିଲିକା



ରହରେ ଆଗ୍ନେୟ ରଥ, ଦେଖିବ ସୁନ୍ଦରୀ
ତା’ ନୀଳଲୋଚନେନୀଳ-ଚକ୍ରବାଳ ଧରି
ନୀଳ ଜଳରାଶି କେହ୍ନ ଉନ୍ମ କ୍ତ ଶୋଭାରେ
ଉଭାନେ ରହିଛି ଶୋଇ । କାନ୍ତ କବିତାରେ
ରୂପାରାଧୀ ରାଧାନାଥ ରାୟ କବିବର
ବର୍ଣ୍ଣିଛନ୍ତି ଶୋଭା ଏହି ରୂପସୀ ହ୍ରଦର,

ପଢ଼ିଛି ସେ କାବ୍ୟ ପ୍ରିୟା-ତେଣୁ କୁତୂହଳ,
ରହ ରଥ, ଦୀର୍ଘ ନେତ୍ର କରି ଦୀର୍ଘତର ।
ଦେଖୁ ଶୋଭା ମୋ’ ପ୍ରେୟସୀ; ତା’ ନୀଳନୟନ
ହୃଦ-ନୀଳିମାରେ ମିଶୁ । ଆକାଶ-ଗଞ୍ଜନ

ତା’ ନେତ୍ର ପ୍ରଶାନ୍ତ-ଜ୍ୟୋତି ଶାନ୍ତ ହୋଇ କ୍ଷଣେ
ହୃଦ--ବକ୍ଷେ ମିଳିଯାଉ ପ୍ରକୃତି-ପୂଜନେ,
ପ୍ରକୃତି-କୁମାରୀ ଏହି କ୍ଷୁଦ୍ର ରୂପସୀର
କୌତୂହଳ ନିକି ଶ୍ରେଷ୍ଠ ବଚନୁଁ କବିର ? (ମାନସିଂହ)

No comments:

Post a Comment

Closed-Mindedness କ’ଣ ? ଏହାର ପ୍ରକାର ଭେଦ କ’ଣ ?

ଜଣେ ବିଦ୍ଵାନ ରାଜଦରବାରରେ ତିନୋଟି ଖପୁରୀ ଆଣି ତାର ଗଳାଇ ପରୀକ୍ଷା କଲେ। ପ୍ରଥମ ଖପୁରୀରେ ତାରଟା ଗୋଟିଏ କାନ ବାଟେ ପଶି ଅନ୍ୟ କାନ ଦେଇ ବାହାରିଗଲା। ଦ୍ଵିତୀୟ ଖପୁରୀରେ...