Thursday, March 12, 2020

ଯୌଵନେ ମର୍କଟୀ ରମ୍ଯାଃ

ଯୌଵନେ ମର୍କଟୀ ରମ୍ଯାଃ ବୋଲି ଶାସ୍ତ୍ରରେ କୁହାଯାଇଛି 🤓 ଅର୍ଥାତ୍ ଯୁଵାକାଳରେ ମର୍କଟୀ ମଧ୍ୟ ସୁନ୍ଦରୀ ଦିଶେ ତେଵେ ଏ ସୌନ୍ଦର୍ଯ୍ୟ ଵାହ୍ଯ ସୌନ୍ଦର୍ଯ୍ୟ ଅଟଇ ।

ଜଗତଯାକରେ ଯେତେ ପ୍ରକୃତ ମଣିଷ ଅଛନ୍ତି ସେମାନେ ଆଭ୍ଯନ୍ତରୀଣ ସୌନ୍ଦର୍ଯ୍ୟ ଦେଖିଵେ ଆଉ ଯୋଉ ମର୍କଟମାନେ ମନୁଷ୍ୟ ହୋଇ ଜନମିଛନ୍ତି ସେମାନେ ସବୁ ମାନଵୀମାନଙ୍କୁ ମର୍କଟୀ ଵିଚାର କରି ତାଙ୍କ ଵାହ୍ଯ ସୌନ୍ଦର୍ଯ୍ୟରେ ହିଁ ଭୋଳ ହେଉଥିଵେ ।

ଏ ଵିଷୟରେ ଗୋଟିଏ କଥା ମନେପଡୁଛି...

ଦୁଇଜଣ ବଙ୍ଗାଳୀ ସାଙ୍ଗଙ୍କ ସହ ପାଞ୍ଚ ଵର୍ଷ ତଳେ ରହୁଥିଲି । ଆଜିକାଲିକା ଟୋକା ଜାଣିଶୁଣି ଇଆଡେ଼ ସିଆଡେ଼  ଫୋନ୍ ଲଗାନ୍ତି । ଦିନେ କୁଶ୍ ମଲ୍ଲିକ ବୋଲି ଗୋଟିଏ ବଙ୍ଗାଳୀ ଟୋକାର ଫୋନ୍ ରାୟଗଡ଼ ଜିଲ୍ଲା(ଓଡ଼ିଶା) ଆଡେ଼ ଲାଗିଯାଇଥିଲା ।

ଫୋନଟା ଜଣେ ଝିଅ ଉଠେଇଲା  ଆଉ ଏ ଅଭଦ୍ରକୁ ଓଡ଼ିଆ ଭାଷାରେ ଗାଳି ବସେଇ ଦେଲା 😜😜😜
ଯଥା― ଯୋଗଣିଖିଆ,ବଡ଼ରୋଗିଆ,କୁଷ୍ଟରୋଗିଆ,ବାଡି଼ପଡା଼,ସଵାଖିଆ ଇତ୍ୟାଦି ଇତ୍ୟାଦି 😛😛😛

ଫୋନ୍ ଆରପଟୁ ମେଘଗର୍ଜନ ସମ ଗାଳିଵର୍ଷଣ ଶୁଣି
ସେ ଟୋକାର ପିହ୍ଳେଇପାଣି 🤣
ଅତର୍ଛିଆ ଫୋନ କାଟିଦେଇଛି...

ଗୋଟିଏ ଦିନ ପରେ ସେ ସେହି ନମ୍ବରଟିକୁ ତାହାର ଜଣେ ସାଙ୍ଗ ପ୍ରହ୍ଲାଦ ରାୟକୁ ଦେଲା ।

ପ୍ରହ୍ଲାଦ ରାୟ ୨୭ଵର୍ଷର ସୁନ୍ଦର ସୌମ୍ୟ ବୁଦ୍ଧିମାନ ଯୁଵକ । ସେ ଉକ୍ତ ଓଡ଼ିଆ ଝିଅକୁ ଫୋନ୍ କରି ତାକୁ କ୍ଷମା ମାଗିଲା ଓ ତା ସାଙ୍ଗକୁ ମଧ୍ୟ କ୍ଷମା ମାଗିଵାକୁ କହିଲା ।

କିଛି ଦିନ ମଧ୍ୟରେରେ ଦେଖାଗଲା ତାଙ୍କ ଭିତରେ ତିନିକୋଣିଆ ପ୍ରେମସମ୍ପର୍କ ସୃଷ୍ଟି ହେଲାଣି ।

ଝିଅଟେ ପାଇଁ ଦୁଇଜଣ ବନ୍ଧୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଵାକୁ ଲାଗିଲା । ତେଵେ ସେମାନେ ମୋତେ ଆସି ବାରମ୍ବାର ପଚାରନ୍ତି, ଓଡ଼ିଆରେ i love you କେମିତି କୁହନ୍ତି ଇତ୍ୟାଦି...

କୁଶ୍ ମଲ୍ଲିକ ଉକ୍ତ ଝିଅ ସହିତ ଘଣ୍ଟା ଘଣ୍ଟା ଧରି କଥା ହୁଏ । ସେ ତାକୁ ଅନେକ ପ୍ରେମମୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣାଏ ମାତ୍ର ପ୍ରହ୍ଲାଦ ରାୟ କଥା ସମ୍ପୂର୍ଣ୍ଣ ଅଲଗା ! ସେ ଫୋନରେ ପଚାରେ ଘର ପରିଵାରର କଥା, ସୁଖ ଦୁଃଖର କଥା !

ପ୍ରାୟ ଚାରିମାସ ଧରି ଏମନ୍ତ ଵାର୍ତ୍ତାଳାପ ପରେ ଝିଅଟି ଦୁଇ ବଙ୍ଗାଳୀ ଟୋକାଙ୍କୁ ତାଙ୍କ ଫେସବୁକ ଆଇଡି ଲିଂକ୍ ମାଗିଲା ଆଉ ଉଭୟ ଟୋକାଙ୍କୁ ଦେଖି ସାରିଵା ପରେ ସେ ପ୍ରହ୍ଲାଦ ରାୟକୁ ହିଁ ବାହା ହେଵ ବୋଲି ଜଣାଇ ଦେଲା ।

କୁଶ୍ ମଲ୍ଲିକର ହୃଦୟ ଭାଙ୍ଗିଗଲା ତେଵେ ସେ ଧୈର୍ଯ୍ୟହରା ନହୋଇ ପ୍ରହ୍ଲାଦ ରାୟକୁ ସେହି ଝିଅର ଫେସବୁକ ଆଇଡି ଲିଂକ୍ ମାଗିଵାକୁ ପ୍ରଵର୍ତ୍ତାଇଲା । ଦୁଇଦିନ ପରେ ଝିଅଟି ତାହାର ଆଇଡି ଲିଂକ୍ ଦେଲା ଓ ସେମାନେ ତାକୁ ଖୋଲି ଦେଖିଲେ ।

ଝିଅର ଗୋରା ଅଙ୍ଗ ମାତ୍ର ମୁଖମଣ୍ଡଳର ମଉଡା଼ଟା ସାମାନ୍ୟ ଜନଜାତୀୟ ଲୋକଙ୍କ ପରି ହୋଇଥାଏ । ମୋତେ ସେମାନେ ଉକ୍ତ ଫୋଟୋ ଦେଖାଇଲେ । ଓଡ଼ିଶାର ଲୋକଙ୍କ ମୁଖମଣ୍ଡଳ ମଧ୍ୟରେ ଅଞ୍ଚଳଗତ ଵିଭିନ୍ନତା ରହିଛି ତେଵେ ଅଧିକାଂଶ ଜନଜାତୀୟ ମଉଡା଼ର କନ୍ଯାମାନେ ସାବନା ହେଉଥିଵାରୁ ମୋତେ  ସେ ଫୋଟୋଟି ଏଡିଟିଙ୍ଗି ହେଵା ଭଳି ଲାଗିଲା ।

ମୁଁ ପ୍ରହ୍ଲାଦ ରାୟକୁ ମୋ ମନର କଥା କହିଲି କିନ୍ତୁ ସେ ତାହାର ଗୋରା ଚମଡା଼ର ମାୟାରେ ଭୋଳ ହୋଇ ସାରିଥାଏ...

ତାକୁ ସମସ୍ତେ ବୁଝେଇଲେ କିନ୍ତୁ ସେ ସେହି ଝିଅକୁ ଦେଖିଵାକୁ ରାୟଗଡ଼ ଯିଵ ବୋଲି ନିଶ୍ଚୟ କରିନେଇଥାଏ ।

ପ୍ରହ୍ଲାଦ ରାୟ ଓଡ଼ିଶାର ରାୟଗଡ଼ ଜିଲ୍ଲାକୁ ଗଲା ସତ ମାତ୍ର ସେ ଓଡ଼ିଶାରେ ପହଞ୍ଚିଵା ପରେ ପରେ ତାକୁ ଆମେ ଯେତେଥର ଫୋନ୍ ଲଗାଇଲୁ ତା ଫୋନ୍ ଲାଗିଲା ନାହିଁ ।

ପ୍ରାୟ ପନ୍ଦର ଦିନ ପରେ ସେ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାର ତା ଗାଆଁରେ ଥାଇ ଆମକୁ ଫୋନ୍ କରି ଜଣାଇଲା ଯେ ସେ ସେହି ଓଡ଼ିଆ ଝିଅକୁ ବାହା ହୋଇଯାଇଛି...

ଵର୍ଷଟିଏ ଵିତିଗଲା ପରେ ସେ ତା ସ୍ତ୍ରୀକୁ ଧରି
ନଗରକୁ କାମ କରିଵାକୁ ଆସିଲା ଓ ସେମାନେ ଭଡ଼ାଘର ନେଇ ରହିଲେ । ଦିନେ ପ୍ରହ୍ଲାଦ ରାୟ ତା ସ୍ତ୍ରୀକୁ ଧରି ଆମ ବସାଆଡେ଼ ବୁଲି ଆସିଥାଏ...

ଆମେମାନେ ପ୍ରହ୍ଲାଦ ରାୟକୁ ଏକନ୍ତରେ କହିଲୁ
କିହୋ ! ତେମେ ତ ସୁନ୍ଦରୀ ଅପସରୀ ଅନ୍ଵେଷଣରେ ଉତ୍କଳ ଭୂଖଣ୍ଡ ଗମନ କରିଥିଲ ଏ ଶୃପନଖାଙ୍କୁ କେଉଁଠୁ ପାଇଗଲ 😂😂😂

ପ୍ରହ୍ଲାଦ ରାୟ ଜଣେ ସଖ୍ଯ ସକାରାତ୍ମକ ଭାରତୀୟ ଭଳି କହୁଛି...

ଵାହ୍ଯ ସୌନ୍ଦର୍ଯ୍ୟ କଣ୍ ପ୍ରକୃତ ସୌନ୍ଦର୍ଯ୍ୟ ? ମନ ଓ ଚରିତ୍ରର ସୌନ୍ଦର୍ଯ୍ୟ ଦେଖିଵା କଥା ନା ଆଉ !!! 🤗

କିଛି ଦିନ ପରେ ଦିନେ କୁଶ୍ ମଲ୍ଲିକ ମୋତେ ପ୍ରକୃତ ଘଟଣା କହୁଥାଏ...

ପ୍ରହ୍ଲାଦ ରାୟ ଓଡ଼ିଶା ଗଲା କିନ୍ତୁ ଝିଅକୁ କୌଣସି ସ୍ଥାନକୁ ଡାକି ତାକୁ ଦୂରରୁ ଦେଖିଵା ପରିଵର୍ତ୍ତେ ସିଏ ସିଧା ଝିଅର ଘରକୁ ଚାଲିଗଲା । ସେହି ଝିଅର ଦଦା ଓ ବଡ଼ଭାଇ ପୋଲିସ ଵିଭାଗରେ କାର୍ଯ୍ୟ କରନ୍ତି ବୋଲି ସିଏ ଜାଣିନଥାଏ । ଝିଅର ଯୌଥ ପରିଵାର ,ସମସ୍ତେ ଏକାଠି ରୁହନ୍ତି ।  ସେମାନେ ସୁନ୍ଦର ଭେଣ୍ଡିଆକୁ ଦେଖି ଶିଘ୍ରାତି ଶିଘ୍ର ଉଭୟଙ୍କର ବାହାଘର କରିଦେଲେ ଆଉ ପ୍ରହ୍ଲାଦ ରାୟ କାନମୁଣ୍ଡା ଆଉଁସି ରହିଗଲା 😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...