Sunday, March 8, 2020

ମନ୍ତ୍ରୀ ଶୁକଦେବ ଦାସ ବେବର୍ତ୍ତା ଓ ନବାବ

ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦ ଦେଵଙ୍କର ଜନୈକ ମନ୍ତ୍ରୀ ଥିଲେ ତାଙ୍କ ନାମ ଶୁକଦେବ ଦାସ ବେବର୍ତ୍ତା ଅଟେ । ମନ୍ତ୍ରୀଶୁକଦେଵ ଯାଜପୁର ଅନ୍ତର୍ଗତ ଶିଵଦାସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓ  ବିରଜା ଦେଵୀଙ୍କର ପରିଛା ନିଯୁକ୍ତ ହୋଇଥିଲେ ।

ତତ୍କାଳୀନ ଓଡ଼ିଶା ମୁସଲମାନଙ୍କ ଅଧିକାରରେ ଆସିଵାରୁ ତାଙ୍କୁ ମୁସଲମାନ ସରକାରଙ୍କ ଅଧୀନ ହୋଇ କାର୍ଯ୍ୟ କରିଵାକୁ ପଡି଼ଲା ।

ଏହାଙ୍କ ଵିଷୟରେ ଗୋଟିଏ ଜନସୃତି ରହିଛି । କୁହାଯାଏ  ଦିନେ ହଠାତ୍ ନବାବ ରାଜସ୍ବ ସଂକ୍ରାନ୍ତ କାଗଜପତ୍ର ଆଣିଵାକୁ ଏହାଙ୍କୁ ଆଦେଶ କଲାରୁ ସେ ତତକ୍ଷଣାତ୍ ଇଷ୍ଟଦେଵୀ ବିରଜାଙ୍କୁ ସ୍ମରଣ କରି ନବାବଙ୍କ ଦରବାରକୁ ଗଲେ ।

ବାଟରେ ଯିଵାଵେଳେ ଖଣ୍ଡେ କଳାମେଘୀ ଶାଢ଼ୀ କେଉଁ ଆଡ଼ୁ ଉଡ଼ିଆସି ତାଙ୍କ ଦେହରେ ପଡ଼ିଲା। ଏହାକୁ ସେ ଭକ୍ତିରୂପେ ସବାରିରେ ରଖି ଦେଇ ଦରବାରକୁ ଗଲେ ।

ତତ୍କାଳୀନ ନବାବ ବଡ଼ କ୍ରୁର ଓ ହିନ୍ଦୁ ଵିଦ୍ଵେଷୀ ଥିଲେ । ସେ ସାମାନ୍ୟ କଥାରେ ହିନ୍ଦୁ କର୍ମଚାରୀମାନଙ୍କୁ ଦଣ୍ଡିତ କରିଦେଉଥାଆନ୍ତି । କିନ୍ତୁ ଶୁକଦେବ ଦାସ ବେବର୍ତ୍ତା ସେଠାରେ ନବାବଙ୍କୁ ସମସ୍ତ କାଗଜ ପତ୍ର ବୁଝାଇ ଦେଇ ସୁରୁଖୁରୁରେ ଫେରିଆସିଲେ ।

ଉକ୍ତ କଳା ଶାଢ଼ୀ ଖଣ୍ଡିକ ବିରଜା ଦେବୀଙ୍କର ବୋଲି ପରେ ଅନୁସନ୍ଧାନରୁ ଜଣାଯାଇଥିଲା...

No comments:

Post a Comment

ମାନଵ ଶରୀରର ତାପମାତ୍ରା ଓ ଵିଶ୍ଵତାପନ: ଏକ ଵିକାଶଗତ ଓ ପାରିସ୍ଥିତିକ ଦୃଷ୍ଟିକୋଣ"

ମାନଵ ଏକ ଉଷ୍ଣ ରକ୍ତ ଵିଶିଷ୍ଟ ଜୀଵ ଏଵଂ ନିଜ ଶରୀର ପାଇଁ ତାକୁ ନିୟମିତ ଭାବେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ବଜାୟ ରଖିଵାକୁ ପଡ଼େ। ଵିକାଶଗତ ଦୃଷ୍ଟିକୋଣରୁ ଏହା ଏକ ଜ...