Friday, July 2, 2021

ଉଡ଼ିଗଲା ଗେଣ୍ଡାଳିଆ

ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି ।

#ଉଡି଼ଗଲା_ଗେଣ୍ଡାଳିଆ

ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ
ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି । ୧ ।
ଉଡି଼ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
ତୁ ରହିଲୁ ପରଦେଶେ ମୁଁ ରହିଲି ଘର । ୨ ।
ଉଡ଼ିଗଲା ଗେଣ୍ଡାଳିଆ  ବସିଗଲା ଡାଳେ
ଭାଇ ଵିହୁନେ ଭାଉଜ କାନ୍ଦନ୍ତି ଵିକଳେ । ୩ ।
ଉଡ଼ିଗଲା ଗେଣ୍ଡାଳିଆ ପଡ଼ିଗଲା ଛାଇ
ଭାଇଙ୍କି ରଖିଛି କିଏ ଵିଦେଶେ ଭୁଲେଇ । ୪ ।
ଉଡ଼ିଗଲା ଗେଣ୍ଡାଳିଆ ମେଲି ଦେଲା ଥଣ୍ଟ
ବୋପାଘର ଭାରେ ଭାଉଜ ବାନ୍ଧିଛନ୍ତି ଆଣ୍ଟ । ୫ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପକ୍ଷୀ
ନାନୀ ମୋର କାନ୍ଦୁଅଛି ବୁଢ଼ାବର ଦେଖି । ୬ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭୁଲିଲୁ ତୁ ସତେ ସୁଖୀ ତୋଳି ନୂଆଘର । ୬ ।
ଉଡ଼ିଗଲା ଗେଣ୍ଡାଳିଆ ଝାଡି ଦେଇ ପର
ଜେମାଦେଇ କାନ୍ଦୁଛନ୍ତି ଦେଖି ବୁଢ଼ାବର । ୮।


1 comment:

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...