Wednesday, July 7, 2021

ଆନିବେସାନ୍ତ ଓ ବର୍ଣ୍ଣାଡ ଶ

ବର୍ଣ୍ଣାଡ୍ ଶ ଓ ଆନିବେସାନ୍ତ ଦିହେଁ ଫେଵିଆନ୍ ସୋସାଇଟିର ସଦସ୍ୟ ଥିଲେ । ସେଇ ସୋସାଇଟିରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢି଼ଲା । ଏହି ମିତ୍ରତା ଵିଵାହ ଆଡ଼କୁ ଗତି କରୁଥିଵାଵେଳେ ଏମିତି କିଛି ଘଟିଲା ଯେ ସେମାନେ ପୁଣି କେଵେ ଏକ ହୋଇ ପାରିଲେ ନାହିଁ । 

ଉଭୟଙ୍କ ମିତ୍ରତାରେ ଫାଟ ସର୍ଵପ୍ରଥମେ ଶ୍ରମିକ ଆନ୍ଦୋଳନ ସମୟରେ ଏକ ଘଟଣାରୁ  ହୋଇଥିଲା । ଥରେ ଶ୍ରମିକ ଆନ୍ଦୋଳନ ସମର୍ଥନରେ ଫେଵିଆନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏକ ସଭାରେ "ଶ" ଗୋଟାଏ ତେଜିଆନ୍ ଭାଷଣ ଦେଲେ ।

ସେହି ସଭାରେ ନିର୍ଣ୍ଣୟ ହେଲା ଯେ ତତ୍ପରଦିନ ଶ୍ରମିକଙ୍କ ସହ ମିଶି ଫେଵିଆନ୍ ସୋସାଇଟିର ସଦସ୍ୟମାନେ ବି ଆନ୍ଦୋଳନରେ ଭାଗନେବେ । ଆନ୍ଦୋଳନ ସମୟରେ "ଶ" ଓ "ଆନିବେସାନ୍ତ" ସାଥିରେ ଥିଲେ । ଏତିକି ଵେଳେ ଆରକ୍ଷୀ ଵାହିନୀ ପକ୍ଷରୁ "ବେଟନ୍" ଚାଳନା ଆରମ୍ଭ ହୋଇଗଲା ।

ଫଳତଃ ଆନିବେସାନ୍ତଙ୍କ ମୁଣ୍ଡଫାଟିଗଲା ତେଵେ ସେ ଆଖପାଖରେ ଅନେଇ ଦେଖିଲେ କିନ୍ତୁ ସେତେବେଳେ ସେଠାରେ "ଶ" ନଥିଲେ ।

ସେହିଦିନ ସନ୍ଧ୍ୟାରେ ଆନିବେସାନ୍ତଙ୍କର "ଶ"ଙ୍କ ସହ ଭେଟ ହେଲା । ଆନିବେସାନ୍ତ ତାଙ୍କୁ ଦେଖିଲା ମାତ୍ରେ କହିଲେ 

"ମି. "ଶ" ତୁମେ ଵିପଦ ପଡି଼ଲାରୁ ମୋତେ ଛାଡ଼ି ପଳେଇଗଲ ! You are coward ! "

"ଶ" ବି ଛାଡ଼ିଵା ଲୋକ ନୁହେଁ...
ସେ କହିଲେ ...
"It is better to be a coward than a fool"

ଏହାର ବହୁତ ଦିନ ପରେ ଥରେ "ଶ" ଵିଶ୍ଵଯାତ୍ରାରେ ବାହାରିଗଲେ । ସେହି କ୍ରମରେ  ସେ ବମ୍ବେଠାରେ  ତିନିଦିନ ରହିଲେ । ସେତେଵେଳେ ଆନିବେସାନ୍ତ ଭାରତରେ ଥାଆନ୍ତି  । ଏନୀ ବେସାନ୍ତ କୃଷ୍ଣମୂର୍ତ୍ତିଙ୍କୁ କହିଲେ  ତୁମେ ଵର୍ଣ୍ଣାଡ ଶଙ୍କୁ ଭେଟିଵାକୁ ଯିଵ । କୃଷ୍ଣମୂର୍ତ୍ତିଙ୍କର ବର୍ଣ୍ଣାଡ ଶଙ୍କ ସହ ଭେଟ ହେଲା । କୃଷ୍ଣମୂର୍ତ୍ତି ନିଜକୁ ଆନିଵେସାନ୍ତଙ୍କର ଦତ୍ତକ ପୁତ୍ର ଭାବେ ପରିଚୟ ଦେଲେ । 'ଶ' ତାଙ୍କୁ ପଚାରିଲେ : "ଆଚ୍ଛା ତୁମ ମାଆଙ୍କର ସବୁ କୁଶଳ ମଙ୍ଗଳ ତ  ?"

କୃଷ୍ଣମୂର୍ତ୍ତି  କହିଲେ: "ହଁ ସେ ଭଲ ଅଛନ୍ତି କିନ୍ତୁ ବେଳେବେଳେ ସେ ଟିକେ ଅସହଜ ହୋଇଯାନ୍ତି"

'ଶ' କହିଲେ
: "Ohh, she naver head a mind"

ହଁ ସେତେବେଳେ ବହୁତ କ୍ରୁର କଥାଟିଏ  କହିଦେଇଥିଲା ସେ ଅହଂକାରୀ ।।

(ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କର ଏକ ସଂସ୍ମରଣ ଆଲେଖ୍ୟରେ ଏହି କଥାଟି ଉଲ୍ଲେଖ କରାଯାଇଛି)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...