Tuesday, June 11, 2024

ସ୍ଵାର୍ଥୀ ବାଦୁଡ଼ି

ଆଜକୁ ପ୍ରାୟ ୫୨ ନିୟୁତ ଵର୍ଷ ତଳେ ବାଦୁଡ଼ିମାନେ ଆକାଶରେ ଉଡ଼ିପାରୁଥିଲେ । ସେତେବେଳେ ପକ୍ଷୀ ଓ ପଶୁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ବାଦୁଡ଼ିମାନେ 
ନିଜ ଇତିହାସ ଜାଣିଥିଲେ । ସେମାନେ ଜାଣିଥିଲେ ତାଙ୍କ ପୂର୍ଵଜ ମୂଷା ଜାତୀୟ Scrotifera ଜୀଵ ଥିଲେ । ହେଲେ 'ଜୀଵଯୁଦ୍ଧ'ରେ ବାଦୁଡ଼ିମାନେ ପଶୁ କି ପକ୍ଷୀ କାହାର ପକ୍ଷ ନନେଇ ନିରପେକ୍ଷ ରହିଲେ । ସେମାନେ ଥିଲେ ସ୍ଵାର୍ଥପର ତେଣୁ ଯୋଉ ଦଳ ଜିତିଵ ତାହା ପକ୍ଷରେ ରହିଲେ ଲାଭ ଵିଚାରି କୌଣସି ପକ୍ଷକୁ ସମର୍ଥନ କରୁନଥାନ୍ତି। ଧୀରେ ଧୀରେ ଦେଖାଗଲା ବିରାଡ଼ି ଓ ମର୍କଟ ଜାତୀୟ ଜୀଵଙ୍କ ଯୋଗୁଁ ପଶୁମାନେ ଜିତିଵାକୁ ଲାଗିଲେ ଫଳରେ ନିଜ ପୂର୍ଵଜଙ୍କ ଦ୍ଵାହି ଦେଇ ବାଦୁଡ଼ିମାନେ ପଶୁମାନଙ୍କ ପକ୍ଷଧର ହୋଇଗଲେ । ତାପରେ ପକ୍ଷୀମାନଙ୍କ ମଧ୍ୟରେ ଇଗଲ,ଗରୁଡ଼,କାଉ,ଛଞ୍ଚାଣ ଓ ଗିରିଧ ଭଳି ଟାଣୁଆ ଵୀର ପକ୍ଷୀଜାତିମାନେ ବାହାରିଲେ । ସେତେବେଳେ ତ ଆଧୁନିକ ଵିରାଡ଼ି,ମୂଷା ଓ ମର୍କଟମାନଙ୍କର ପୂର୍ଵଜ ଆଜିର ମୂଷାଙ୍କ ଆକାରର ଥିଲେ ତେଣୁ ଏହି ନୂତନ ପକ୍ଷୀଜାତିମାନେ ଏମାନଙ୍କର ସହଜରେ ଶିକାର କରି ପକ୍ଷୀଦଳକୁ ଵିଜୟ ଆଡ଼କୁ ଆଗେଇ ନେଲେ । ବାଦୁଡ଼ି ତ ସହଜେ ସ୍ଵାର୍ଥପର ଜାତି ସେମାନେ ଯେତେବେଳେ ଦେଖିଲେ ପକ୍ଷୀମାନେ ଜିତିଲେଣି ତହୁଁ ତାଙ୍କେ ଅଵିଳମ୍ଭେ ଦଳ ବଦଳ କରିଦେଲେ ‌। ବାଦୁଡ଼ିମାନେ ପକ୍ଷୀମାନଙ୍କୁ ସେମାନଙ୍କର ପକ୍ଷ ଦେଖାଇ ଓ ଆକାଶରେ ଉଡ଼ିପାରିଵାର କ୍ଷମତା ଦେଖାଇ ପକ୍ଷୀଦଳରେ ମିଶିଗଲେ । ଅନେକ ଵର୍ଷ ଲଢ଼େଇ ଚାଲିଲା ଏଵଂ ଶେଷକୁ ପକ୍ଷୀ ଓ ପଶୁଙ୍କ ମଧ୍ୟରେ ସନ୍ଧି ହୋଇଗଲା । କିନ୍ତୁ ସ୍ଵାର୍ଥୀ ବାଦୁଡ଼ିମାନଙ୍କର ସ୍ଵାର୍ଥପର ବୁଦ୍ଧି ବୁଝି ପଶୁ ଓ ପକ୍ଷୀମାନେ ସେମାନଙ୍କୁ ନିଜ ନିଜ କୁଳରେ ରଖିଲେ ନାହିଁ । ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ବାଦୁଡ଼ିମାନେ ଏକଘରକିଆ ହୋଇ ରହିଛନ୍ତି । କାଉ ଆଦି ପକ୍ଷୀମାନେ ବାଦୁଡ଼ିକୁ ଦେଖିଲେ ହୁରୁଡ଼େଇ ଦିଅନ୍ତି। ବାଦୁଡ଼ିମାନେ ପଶୁଥିଲେ,ପକ୍ଷୀ ସମ ଆକାଶରେ ଉଡ଼ିଲେ କିନ୍ତୁ କୋଉ କୁଳକୁ ହେଲେ ନାହିଁ । 

(ମନୋଜ ମିଶ୍ରା ଭଳି କିଛି ସ୍ଵାର୍ଥୀ ବି ଅଧୁନା ନିଜର ଓଡ଼ିଆ ପରିଚୟ ଛାଡ଼ି କେଵଳ ସ୍ଵାର୍ଥ ସାଧନ ପାଇଁ ପର ବୋପାର ପରିଚୟ ଧରି ବୁଲୁଛନ୍ତି, ଡେଉଁଛନ୍ତି । ସେମାନେ ବି ବାଦୁଡ଼ିଙ୍କ ପରି ଦୁର୍ଯୋଗ ଭୋଗିବେ କାରଣ ଯୁଗେ ଯୁଗେ ସତ୍ୟର ହିଁ ଜୟ ହୋଇଛି । ଓଡ଼ିଶାର ପଶ୍ଚିମାଞ୍ଚଳ ହିଁ ପ୍ରାଚୀନ ଉଡ୍ରଦେଶ ତେଣୁ ସେଠାରେ ଓଡ଼ିଆ ଜାତି ଭାଷା ସଂସ୍କୃତି ଲିପି ଓ ସାହିତ୍ୟର (ଚର୍ଯ୍ୟାଗୀତି) ଜନ୍ମ । ଉଡ୍ରଦେଶକୁ ମିଛରେ ଠୋଶଳ କହିଦେଲେ ସତଟା ବଦଳି ଯିଵନି )

No comments:

Post a Comment

ମାଧଵ ଭଗିଆ ସମ୍ବାଦ(ବାତରା ଓ ଆଳୁବାତରା) —୩

 ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍...